ବିଷ୍ଣୁଙ୍କ ଗଡ଼: ବିଜେଡିକୁ ମହଙ୍ଗା ପଡ଼ିପାରେ ବାଜି, ଚର୍ଚ୍ଚାରେ ବିଜେପିର ଆଭିମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନୀ ବିଗୁଲ ବାଜିଛି । ଧାମନଗରର ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ମଧ୍ୟରେ ଉପନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନୀ ପାଣିପାଗକୁ ଉଷ୍ମ କରିଦେଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ସମସ୍ତ ୩ ରାଜନୀତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଧାମନଗର ଉପନିର୍ବାଚନ ଫଳାଫଳ […]

Bishnu-Sethi

Bishnu-Sethi

Ordigital Desk
  • Published: Monday, 03 October 2022
  • Updated: 03 October 2022, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନୀ ବିଗୁଲ ବାଜିଛି । ଧାମନଗରର ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ମଧ୍ୟରେ ଉପନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନୀ ପାଣିପାଗକୁ ଉଷ୍ମ କରିଦେଇଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ସମସ୍ତ ୩ ରାଜନୀତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ବିଜେପିର ଭବିଷ୍ୟତ ନିର୍ଦ୍ଧାରଣ କରିବାର ସମ୍ଭାବନା ଥିବାରୁ ଏହି ଦୁଇ ଦଳ କେଉଁଭଳି ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଶାସକ ବିଜେଡିର ଗଡ଼ ହୋଇଥିଲେ ମଧ୍ୟ ଧାମନଗର ବିଧାନସଭା ଆସନଟି ଗତ ୨ ଦଶନ୍ଧି ଧରି ବିଜେଡି ପାଇଁ ଏକପାଖିଆ ଭୋଟ ଫଳାଫଳ ଦେଇନାହିଁ । ୨୦୦୯ରୁ ଧାମନଗର ବିଧାନସଭା ଆସନଟି ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ(୨୦୦୯) ଓ ମୁକ୍ତିକାନ୍ତ ମଣ୍ଡଳ(୨୦୧୪)ରେ ବିଜୟୀ ହୋଇଥିଲେ ମଧ୍ୟ ବିଜେପିର ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କଠୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଯେଉଁଥିପାଇଁ ବିଜେପି-ବିଜେଡି ମେଂଟ ଭାଙ୍ଗିବା ପରେ ୨୦୦୯ରେ ରାଜେନ୍ଦ୍ର ମାତ୍ର ୪୯୯୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ୨୦୧୪ ନିର୍ବାଚନରେ ବିଷ୍ଣୁଙ୍କଠୁ କଡ଼ା ଟକ୍କରର ସମ୍ମୁଖୀନ ହୋଇ ମୁକ୍ତିକାନ୍ତ ମାତ୍ର ୯୧୯୨ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।

ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ୪୬୨୫ଖଣ୍ଡ ଭୋଟରେ ବିଷ୍ଣୁ ପରାଜିତ କରିବାରେ ସକ୍ଷମ ହୋଇଥିଲେ । ୨୦୦୦ରୁ ଏପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ସରକାର ଥିବା ଓ ଭଦ୍ରକ ଜିଲ୍ଲା ବିଜେଡିର ଗଡ଼ ହୋଇଥିଲେ ମଧ୍ୟ ବିଷ୍ଣୁ ନିଜର ସାଂଗଠନିକ ଦକ୍ଷତା ବଳରେ ଧାମନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଆସୁଥିଲେ । ଧାମନଗର ବିଧାନସଭା ଆସନ ପାଇଁ ନିର୍ବାଚନରେ ୨୦୦୯ରେ ୧.୮୮ଲକ୍ଷ, ୨୦୧୪ରେ ୨.୦୩ଲକ୍ଷ ଓ ୨୦୧୯ରେ ୨.୨୯ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଧାମନଗର ନିର୍ବାଚନମଣ୍ଡଳୀର ୯୨ ପ୍ରତିଶତ ଭୋଟର ଗ୍ରାମାଂଚଳରେ ରହୁଥିବାମେଳେ ମାତ୍ର ୮ % ଭୋଟର ଧାମନଗର ଏନଏସିରେ ବସବାସ କରୁଛନ୍ତି । ଆଉ ଏହି ୯୨ ପ୍ରତିଶତ ରହୁଥିବା ଗ୍ରାମାଂଚଳ ହେଉଛି ବିଷ୍ଣୁଙ୍କ ଗଡ଼ । ନିର୍ବାଚନମଣ୍ଡଳୀର ୬୦ହଜାର ଅନୁସୂଚିତ ଜାତି ଭୋଟ, ୧୫ହଜାର ମୁସଲିମ୍ ଭୋଟର ଓ ୧୨୬୨ ଆଦିବାସୀ ଭୋଟରଙ୍କ ଉପରେ ବିଷ୍ଣୁଙ୍କ ପ୍ରଭାବ ବେଶୀ ରହିଥିଲା । ଅନ୍ୟ ସାଧାରଣ ବର୍ଗର ଭୋଟରଙ୍କ ବଡ଼ ଗୋଷ୍ଠୀ ମଧ୍ୟ ବିଷ୍ଣୁଙ୍କ ସପକ୍ଷରେ ରହୁଥିବାବେଳେ ବିଜେପିର ସ୍ଥିତି ମୋଟାମୋଟି ଭାବେ ଏହି ନିର୍ବାଚନମଣ୍ଡଳୀରେ ବେଶ୍ ସୁଦୃଢ଼ ।

ଅନ୍ୟପକ୍ଷରେ, ଶାସକ ବିଜେଡି ୨୦୦୯ ଓ ୨୦୧୪ରେ ଏହି ବିଧାନସଭା ଆସନରୁ ଜିତିଥିଲେ ମଧ୍ୟ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳର ଫାଇଦା ବିଜେପିକୁ ଏବେବି ମିଳିବାର ସମ୍ଭାବନା ଅଧିକ । କାରଣ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ୭୫୪୮୬ଖଣ୍ଡ ଭୋଟ୍ ମିଳିଥିବାବେଳେ ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ମାତ୍ର ୭୪୪୭୩ଖଣ୍ଡ ଭୋଟ୍ ମିଳିଥିଲା । ଆଉ ବିଜେପିର ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ଏହି ନିର୍ବାଚନମଣ୍ଡଳୀରୁ ୮୧୪୬୧ଖଣ୍ଡ ଭୋଟ୍ ମିଳିଥିଲା । ଏଥିରୁ ବିଜେଡିର ଗୋଷ୍ଠୀକନ୍ଦଳ ଓ ଭୋଟ ବିଭାଜନ ଜଳଜଳ ହୋଇ ଦିଶୁଥିବାବେଳେ ବିଜେପିର ଭୋଟ୍ ସୁରକ୍ଷିତ ରହିଥିଲା । ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନର ଭୋଟ ଫଳାଫଳ ଓ ଭୋଟହାରକୁ ଦେଖିଲେ ବିଷ୍ଣୁ ଗୋଟିଏ ଥର ଜିତିଥିଲେ ମଧ୍ୟ ସବୁଥର କଡ଼ା ଟକ୍କର ଦେବା ସହ ନିଜର ଏକ ସୁଦୃଢ଼ ସଂଗଠନ ରଖିଥିବା ସ୍ପଷ୍ଟ ହୋଇଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଅଭ୍ୟାସ ମ୍ୟାଚ୍ ବୋଲି କହୁଥିବା ବିଜେପିର ଆଭିମୁଖ୍ୟ ଉପରେ ହିଁ ଧାମନଗର ବିଧାନସଭା ଉପନିର୍ବାଚନ ଫଳାଫଳ ନିର୍ଭର କରୁଛି । ବିଜେଡି ଏଠାରେ ଏବେବି ବ୍ୟାକଫୁଟରେ ରହିଛି । ଯଦିଓ ଧାମନଗର ଏନଏଏସି ନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି। କିନ୍ତୁ ୯୨ ପ୍ରତିଶତ ଭୋଟର ଗ୍ରାମାଂଚଳରେ ରହୁଥିବାବେଳେ ସେଠାରେ ବିଜେପି ଓ ବିଷ୍ଣୁଙ୍କ ଦବଦବା ଅତ୍ୟନ୍ତ ସୁଦୃଢ଼ ଅଛି । ତାକୁ ପୁଞ୍ଜି କରି ବିଜେପି ନିଜର ରଣନୀତିକୁ ଆଗେଇ ନେଇ ଏହି ଆସନ ଜିଣି ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳୀୟ କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇବା ନା ବିଗତ ଦିନରେ ଶେଷ ହୋଇଥିବା ୫ଟି ଉପନିର୍ବାଚନ ଭଳି ଦୁର୍ବଳ ରଣନୀତି ଆପଣାଇ ବିଜେଡିର ଜିତିବା ସହଜ କରାଇବ ତାହା ଉପରେ ରାଜ୍ୟବାସୀଙ୍କ ନଜର ।

ସୂଚନା ଯୋଗ୍ୟ ଯେ, ଏଠାରେ ନଭେମ୍ୱର ୩ ତାରିଖରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story