ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ରଣେନ୍ଦ୍ରଙ୍କୁ କାଉଣ୍ଟର କଲେ ବିଷ୍ଣୁ: କହିଲେ- ଟଙ୍କା ଆସିବ କେଉଁଠୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ସେ କହିଛନ୍ତି, କୋଭିଡ୍‌ ଯୋଗୁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ? ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ସମବାୟ ମନ୍ତ୍ରୀ […]

Ranendra Pratap Swain and Bishnu Sethi

Manoranjan Sial
  • Published: Saturday, 20 November 2021
  • , Updated: 20 November 2021, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ସେ କହିଛନ୍ତି, କୋଭିଡ୍‌ ଯୋଗୁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ?

ଏଲ୍‌ପିଜି ଗ୍ୟାସ୍‌ ଦର ବୃଦ୍ଧିକୁ ନେଇ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଏଲ୍‌ପିଜି ଗ୍ୟାସ୍‌ ଦର ଗୃହିଣୀଙ୍କୁ ବାଧୁଛି। ତେଣୁ ଗ୍ୟାସ୍‌ ଉପରେ ୪୦୦ ଟଙ୍କା ସବ୍‌ସିଡି ଦିଆଯାଉ। ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୨ ତାରିଖରୁ ତିନି ଦିନ ଧରି ରାଜ୍ୟର ବିଭିନ୍ନ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଏହାଛଡ଼ା ଆରଡିସିଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।

ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କରିଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ। ସେ କହିଛନ୍ତି, ଦେଶର ସାଢେ ୭ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନା ଜରିଆରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି। ଯେତେବେଳେ ଗ୍ୟାସ ଦର ଘୋଷଣା କରାଗଲା ସେତେବେଳେ କୋଭିଡ୍ ନଥିଲା। କୋଭିଡ୍‌ ଯୋଗୁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ? ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଥିବା ଭ୍ୟାଟ୍‌ ରାଜ୍ୟ ସରକାର କାଟନ୍ତୁ ବୋଲି ଶ୍ରୀ ସେଠୀ କହିଛନ୍ତି। ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିଛି। ଦରଦାମ୍‌ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।  ସମବାୟ ମନ୍ତ୍ରୀ ଆଗେ ନିଜ ବିଭାଗକୁ ସମ୍ଭାଳନ୍ତୁ ବୋଲି ସେ କହିଛନ୍ତି।

କୃଷି ଆଇନ୍‌ ପ୍ରତ୍ୟାହାରକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, ଲକଡାଉନର ସୁଯୋଗ ନେଇ କେନ୍ଦ୍ର ସରକାର କୃଷି ଆଇନ ଲାଗୁ କରିଥିଲେ। ସଂସଦର ସବୁ ନିୟମକୁ ଜଳାଞ୍ଜଳି ଦେଇ ଜବରଦସ୍ତି ଆଇନକୁ ପାସ୍‌ କରି ଚାଷୀଙ୍କ ଉପରେ ଲଦି ଦିଆଯାଇଥିଲା। ଯାହାକୁ ପ୍ରଥମରୁ ବିଜେଡି ବିରୋଧ କରି ଆସୁଥିଲା। ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ରାଜ୍ୟସଭାରେ ବିଜେଡି ଦାବି କରିଥିଲା। ଏବେ ସବୁ ରାଜ୍ୟ ଓ ଷ୍ଟେକ୍‌ ହୋଲଡ଼ରଙ୍କ ସହ ଆଲୋଚନା କରି ନୂଆ କୃଷି ଆଇନ୍‌ ଆଣିବାକୁ ପରାମର୍ଶ ଦେଇଛନ୍ତି ସମବାୟ ମନ୍ତ୍ରୀ। ତେବେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଥିବା କୃଷି ସଂପର୍କିତ ଆଇନ ଏବେ ଅକାମୀ ହୋଇ ଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 

ଏହାର ଜବାବ ଦେବାକୁ ଯାଇ ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି, କୃଷି ଆଇନ୍‌ ପ୍ରତ୍ୟାହାର ହେଉ ବୋଲି ବିରୋଧୀଙ୍କ ଦାବି ଥିଲା। ଆଜି ତାହା ହିଁ ହେଲା। ବିରୋଧୀଙ୍କୁ କୌଣସି ମୁଦ୍ଦା ମିଳୁନି, ଗୋଟିଏ ପ୍ରସଙ୍ଗକୁ ବିଭ୍ରାନ୍ତ କରି ଭୁଲ ତଥ୍ୟ ଦେବା, ସେମାନଙ୍କ ମୂଳ ଉଦ୍ଦେଶ୍ୟ। ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଦାସର୍ବଦା ଚେଷ୍ଟିତ। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଆମେରିକା ରାଷ୍ଟ୍ରପତିଙ୍କଠାରୁ ବି ଟପି ଗଲାଣି ବୋଲି ଶ୍ରୀ ସେଠୀ କହିଛନ୍ତି।

ସେ ଆହୁରି କହିଛନ୍ତି, କାଳିଆ ଟଙ୍କା କୁଆଡେ ଗଲା? ରାଜ୍ୟ ସରକାର ପ୍ରଥମେ ତାହାର ଉତ୍ତର ଦେଉ। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀ ଚିହ୍ନଟ କରିପାରିଲେନି। କେତେଟା କିସ୍ତିରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ପ୍ରଥମେ ତାହାର ହିସାବ ଦିଅନ୍ତୁ। ଫନି, ଅମ୍ଫାନ ଓ ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟରେ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି। କିନ୍ତୁ ସେହି ଖର୍ଚ୍ଚର ହିସାବ କେବେବି ଦେଉନାହାନ୍ତି ରାଜ୍ୟ ସରକାର।”

Related story