ଓଡ଼ିଶାରେ ୫ଜି ଶୁଭାରମ୍ଭ: ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜିଠୁ ୫ଜି ସେବାର ଶୁଭାରମ୍ଭ ହୋଇଥିବାବେଳେ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି ଓଡ଼ିଶାରେ ୫ଜି ସେବାକୁ ସ୍ୱାଗତ କରିବା ସହ ଏହା କେବଳ ପ୍ରଚାରସର୍ବସ୍ୱ ନହେଉ ବୋଲି କଟାକ୍ଷ କରିଥିବାବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ୫ଜି ସେବା ଆରମ୍ଭ ହୋଇଥିବାରୁ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ବିଜେପି କହିଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ […]

Amar-and-Mukesh

Amar-and-Mukesh

Ordigital Desk
  • Published: Thursday, 05 January 2023
  • Updated: 05 January 2023, 10:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜିଠୁ ୫ଜି ସେବାର ଶୁଭାରମ୍ଭ ହୋଇଥିବାବେଳେ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡି ଓଡ଼ିଶାରେ ୫ଜି ସେବାକୁ ସ୍ୱାଗତ କରିବା ସହ ଏହା କେବଳ ପ୍ରଚାରସର୍ବସ୍ୱ ନହେଉ ବୋଲି କଟାକ୍ଷ କରିଥିବାବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ୫ଜି ସେବା ଆରମ୍ଭ ହୋଇଥିବାରୁ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ବିଜେପି କହିଛି ।

ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶାରେ ୫ଜି ସେବା ଶୁଭାରମ୍ଭ ହେବାକୁ ନେଇ ସ୍ୱାଗତ କରିଥିଲେ ମଧ୍ୟ ଏହା କେବଳ ପ୍ରଚାର ସର୍ବସ୍ୱ ନହେଉ ବୋଲି କହିଛନ୍ତି । ଓଡ଼ିଶାରେ ଆମକୁ ୨ଜି ଓ ୩ଜି ସେବା ମିଳୁନଥିବାବେଳେ ୫ଜି କେମିତି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଟେଲି ଘନତ୍ୱ ଦୃଷ୍ଟିରୁ ଓଡ଼ିଶା ବହୁ ପଛରେ ଅଛି । ଓଡ଼ିଶାରେ ଟେଲି ଘନତ୍ୱ ୭୫ ପ୍ରତିଶତ, ଯାହାକି ବହୁ ତଳେ ରହିଛି । ଓଡ଼ିଶାକୁ କେନ୍ଦ୍ର ସରକାର ଅବହେଳା କରିଛନ୍ତି । ରାଜ୍ୟର ୬୨୭୮ଟି ଗାଁରେ ମୋବାଇଲ କି ଇଂଟରନେଟ ସେବା ପହଂଚି ପାରିନି । କେବଳ ୫୦୦ଟି ଟାୱାରକୁ ମଞ୍ଜୁରୀ ଦିଆଯାଇଛି । ଆହୁରି ୨ହଜାର ଟାୱାରକୁ ମଞ୍ଜୁରୀ ମିଳିନି । ଏଭଳି ସ୍ଥିତିରେ ୫ଜି ସେବା ମିଳିବ କେମିତି ବୋଲି ସେ ସନ୍ଦେହ ବ୍ୟକ୍ତ କରିଛନ୍ତି । ୫ଜି ସେବା ଓଡ଼ିଶାର ଆଦିବାସୀ ଭାଇଭଉଣୀଙ୍କ ପାଖରେ ପହଂଚି ପାରିବ ନାହିଁ । ୫ଜି ସେବା ନାଁରେ ଦିନରେ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାନ୍ତୁ ନାହିଁ । ୨୫ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ କି ଇଂଟରନେଟ ବ୍ୟବସ୍ଥା ନାର୍ହି । ଦିଲ୍ଲୀ ସଂସଦ ନିକଟରେ ୫ଜି ସେବା ମିଳୁନି । ଓଡ଼ିଶାର ଉପାନ୍ତ ଅଂଚଳରେ କିଭଳି ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଗ୍ରାମାଂଚଳବାସୀଙ୍କ ହକ୍ ହେଉଛି ଭଲ କନେକ୍ଟିଭିଟି । ୫ଜି ବ୍ୟବସ୍ଥାର ଲାଭ ଗ୍ରାମାଂଚଳବାସୀଙ୍କୁ ମିଳିବା ଦରକାର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ବିଜେଡିର ଏଭଳି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ବିଜେଡି କୁମ୍ଭୀରକାନ୍ଦଣା କାନ୍ଦିବା ବନ୍ଦ କରୁ । ଓଡ଼ିଶାରେ ନିର୍ଦ୍ଧାରିତ ସମୟ ଆଗରୁ ୫ଜି ସେବା ଆରମ୍ଭ ହୋଇଛି । ଓଡ଼ିଶାରେ ଟେଲି ସେବା ଯୋଗାଇବା ନେଇ ମୋଦି ସରକାରଙ୍କ ଅବଦାନ ଐତିହାସିକ । ବିଜେଡି ୫ଜି ସେବାକୁ ନେଇ ଆଦୌ ବିବ୍ରତ ନହେଉ । ଯେପର୍ଯ୍ୟନ୍ତ କେନ୍ଦ୍ରରେ ମୋଦି ସରକାର ଅଛନ୍ତି, ସେପର୍ଯ୍ୟନ୍ତ ଓଡ଼ିଶାର ଜନତାଙ୍କର ବିକାଶ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ରହିଛି । ୨୨ବର୍ଷ ଶାସନରେ ରହିବା ପରେ ପ୍ରାୟ ୧୦ହଜାର ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଥିବା ଶାସକ ବିଜେଡିର ସାଂସଦ ଅମର ପଟ୍ଟନାୟକ ଟେଲି ଘନତ୍ୱ କଥା କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ସବୁବେଳେ କେନ୍ଦ୍ର ଅବହେଳାର ମିଛ ବୟାନବାଜି କରୁଥିବା ବିଜେଡି ତଥ୍ୟ ଉପରେ ବିତର୍କ କରୁ । ୨୦୧୪ରେ ରାଜ୍ୟରେ ଟେଲି ଘନତ୍ୱ ଥିଲା ୬୦, ଏବେ ମୋଦି ସରକାରଙ୍କ ୮ବର୍ଷ ଶାସନରେ ଏହା ୭୫ରେ ପହଂଚିଲାଣି । ୮ବର୍ଷ ମଧ୍ୟରେ ଟେଲି ଘନତ୍ୱର ଜାତୀୟ ହାର ୯% ବଢ଼ିଥିବାବେଳେ ଓଡ଼ିଶାରେ ଏହା ୧୫% ବଢ଼ିଛି । ଓଡ଼ିଶାରେ ଗତ ୮ବର୍ଷ ମଧ୍ୟରେ ଅପ୍ଟିକାଲ ଫାଇଭର ୮୦ହଜାର କିମି ବିଛା ଯାଇଛି । ବ୍ରଡବ୍ରାଣ୍ଡ ସଂଯୋଗ ୬ଲକ୍ଷରୁ ଏବେ ୨କୋଟିରେ ପହଂଚିଛି । ଏବେ କେନ୍ଦ୍ର ସରକାର ପୁଣି ୫ହଜାର କୋଟି ଟଙ୍କା ଓଡ଼ିଶାର ଟେଲିକମ୍ କ୍ଷେତ୍ର ପାଇଁ ଅନୁମୋଦନ କରିଛନ୍ତି । ବିଜେଡି ପାଖରେ କେନ୍ଦ୍ର ବିରୁଦ୍ଧରେ ରାଜନୀତିକ ପ୍ରସଙ୍ଗ ନଥିବାରୁ ଏଭଳି କୁମ୍ଭୀରକାନ୍ଦଣା ବିଜେଡି କାନ୍ଦୁଛି ବୋଲି ଶ୍ରୀ ମହାଲିଙ୍ଗ ଅଭିଯୋଗ କରିଛନ୍ତି । ଓଡ଼ିଶାର ପ୍ରତି ଗାଁକୁ ଅପ୍ଟିକାଲ ଫାଇଭର ସଂଯୋଗ ପାଇଁ କେନ୍ଦ୍ର ସରକାର ୧୦୮୦କୋଟି ଟଙ୍କାର ଅନୁଦାନ ଯୋଗାଇ ଥିଲେ ମଧ୍ୟ ଏ ଦିଗରେ କେତେବାଟ କାମ ଆଗେଇଛି ତା’ର ଜବାବ ବିଜେଡି ରଖୁ ବୋଲି ଶ୍ରୀ ମହାଲିଙ୍ଗ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story