ଜୁଏଲ୍ ଓରାମଙ୍କ କଟାକ୍ଷର ଜବାବ ଦେଲେ ବର୍ଷା

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମଙ୍କ କଟକାକ୍ଷର ଜବାବ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା। ସେ ଭିଡିଓ ଜାରି କରି କହିଛନ୍ତି, ଜନ୍ମମାଟିରେ ନିର୍ବାଚନ ଲଢିବା ପାଇଁ ମୋର କ’ଣ ଅଧିକାର ନାହିଁ? ଜୁଏଲଙ୍କ କଟାକ୍ଷ ଓ ବର୍ଷାଙ୍କ ଜବାବକୁ ନେଇ ଆଜି ପଦ୍ମପୁର ରାଜନୀତି ସରଗରମ ହୋଇଛି। ସାଂସଦ ଜୁଏଲ୍ ଓରାମ ଆଜି ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବାକୁ ଯାଇଥିଲେ। ଝାରବନ୍ଧ ବ୍ଲକ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ […]

Jual and Barsa

Jual and Barsa

Manoranjan Sial
  • Published: Thursday, 01 December 2022
  • Updated: 01 December 2022, 08:30 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମଙ୍କ କଟକାକ୍ଷର ଜବାବ ଦେଲେ ବିଜେଡି ପ୍ରାର୍ଥୀ ବର୍ଷା। ସେ ଭିଡିଓ ଜାରି କରି କହିଛନ୍ତି, ଜନ୍ମମାଟିରେ ନିର୍ବାଚନ ଲଢିବା ପାଇଁ ମୋର କ’ଣ ଅଧିକାର ନାହିଁ? ଜୁଏଲଙ୍କ କଟାକ୍ଷ ଓ ବର୍ଷାଙ୍କ ଜବାବକୁ ନେଇ ଆଜି ପଦ୍ମପୁର ରାଜନୀତି ସରଗରମ ହୋଇଛି।

ସାଂସଦ ଜୁଏଲ୍ ଓରାମ ଆଜି ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବାକୁ ଯାଇଥିଲେ। ଝାରବନ୍ଧ ବ୍ଲକ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଜୁଏଲ୍‌ କରିଥିଲେ, ବାହାଘର ପରେ ବର୍ଷା ସିଂ ବରିହା ଆଦିବାସୀ କି ନୁହେଁ। ସତ୍ୟବାଦୀ ବିଜେପି ନେତା ରମାରଞ୍ଜନ ବଳିଆର୍‌ ସିଂଙ୍କ ବୋହୂ ହେବା ପରେ ସେ ଏବେ କ’ଣ ଆଦିବାସୀ ସଂପ୍ରଦାୟର? ବାହଘର ପରେ ବର୍ଷା ଆଉ ସିଂ ବରିହା ହୋଇ ନାହାନ୍ତି। ସେ ବଳିୟାର ସିଂ ହୋଇ ସାରିଛନ୍ତି। ଯିଏ ଜାତିର ନୁହେଁ, ସେ ପାର୍ଟିର କେମିତି ହେବ? ମାଟିର କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ଜୁଏଲ୍। ବିଭିନ୍ନ ସ୍ଥାନରେ ପ୍ରଚାର ବେଳେ ବର୍ଷା ଜାତି ଭୋଜି ଖାଇଛନ୍ତି କି ବୋଲି ପଚାରିଲେ ଉତ୍ତର ମିଳୁନଥିବା କହିଛନ୍ତି ଜୁଏଲ। ଝିଅ ବାହା ହୋଇ ବିଦା ହେଲା ବେଳେ କାନ୍ଦନ୍ତି। ଏବେ ବର୍ଷା ବିଦା ହେବେ। ତେଣୁ ସେ କାନ୍ଦୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଜୁଏଲ୍‌।

ସାଂସଦ ଜୁଏଲ୍ ଓରାମଙ୍କ କଟାକ୍ଷର ଜବାବ ଦେଇଛନ୍ତି ବର୍ଷା। ଆଜି ବର୍ଷା ଏକ ଭାବପ୍ରବଣ ଭିଡିଓ ଜାରି କରିିଛନ୍ତି। ସେ କହିଛନ୍ତି, ଜନ୍ମମାଟିରେ ନିର୍ବାଚନ ଲଢିବା ପାଇଁ ମୋର କ’ଣ ଅଧିକାର ନାହିଁ? ବିଜେପି ନେତାମାନେ ମଧ୍ୟ ଅନ୍ୟ ସ୍ଥାନରୁ ନିର୍ବାଚନ ଲଢୁଛନ୍ତି, ମୁଁ ଲଢିଲେ ଅସୁବିଧା କ’ଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବର୍ଷା।

ସେପଟେ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ଦିନଠୁ ଚାଲିଛି ବାଦୁନାବଦ। ବର୍ଷା ଜିତିଲେ ନିର୍ବାଚନମଣ୍ଡଳୀ ସମସ୍ୟାର ସମାଧାନ ପୁରୀରେ ହେବେ ବୋଲି ପଦ୍ମପୁରରେ ଚର୍ଚ୍ଚା ଜୋର ଧରିଛି। ଆଉ କିଛି ସୋଶାଲ୍‌ ୟୁଜର ଲେଖୁଛନ୍ତି, ବର୍ଷା ବିଦେଶିନୀ। ପଦ୍ମପୁରରେ ରହିବେ ନାହିଁ ସୋଶାଲ୍‌ ମିଡିଆରେ ପ୍ରଚାର କରାଯାଉଛି। ତେବେ ବର୍ଷାଙ୍କୁ ମାଟିର ଝିଅ ଦର୍ଶାଇ ଅନେକ କାଉଣ୍ଟର ପୋଷ୍ଟ ମଧ୍ୟ କରୁଛନ୍ତି। ବିଜେପି ଓ ବିଜେଡିର ଟ୍ରୋଲ୍‌ ଗ୍ରୁପ୍‌ ପକ୍ଷରୁ ଏସବୁ ପୋଷ୍ଟ କରାଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos