ବିଜେଡିରେ କମ୍ପନ: ଲୁଟେରା-ଷଡ଼ଯନ୍ତ୍ରକାରୀଙ୍କୁ ଜବାବ ଦେବାକୁ ସଞ୍ଜୟଙ୍କ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ବିଜେଡିର ପ୍ରଭାବଶାଳୀ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବୟାନକୁ ନେଇ ଏବେ ଦଳରେ କମ୍ପନ ସୃଷ୍ଟି ହୋଇଛି। କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜସମ୍ପଦ, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳାଇବାକୁ ବସିଛନ୍ତି। ଆଉ ଆମ ଓଡ଼ିଆ ଜାତିର କିଛି ବିଶ୍ୱାସଘାତକ ସେମାନଙ୍କୁ ସହଯୋଗ କରୁଛନ୍ତି । ତାଙ୍କ ବିରୁଦ୍ଧରେ ଭୁବନେଶ୍ୱରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ପୁରୀ ଦେଇ ଏବେ […]

Sanjay

Sanjay

Ordigital Desk
  • Published: Tuesday, 15 November 2022
  • Updated: 15 November 2022, 09:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ବିଜେଡିର ପ୍ରଭାବଶାଳୀ ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବୟାନକୁ ନେଇ ଏବେ ଦଳରେ କମ୍ପନ ସୃଷ୍ଟି ହୋଇଛି। କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜସମ୍ପଦ, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳାଇବାକୁ ବସିଛନ୍ତି। ଆଉ ଆମ ଓଡ଼ିଆ ଜାତିର କିଛି ବିଶ୍ୱାସଘାତକ ସେମାନଙ୍କୁ ସହଯୋଗ କରୁଛନ୍ତି । ତାଙ୍କ ବିରୁଦ୍ଧରେ ଭୁବନେଶ୍ୱରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇ ପୁରୀ ଦେଇ ଏବେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ପ୍ରବେଶ କଲାଣି । ତେଣୁ ଏଭଳି ଷଡ଼ଯନ୍ତ୍ରକାରୀ ଓ ଲୁଟେରାଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସଞ୍ଜୟ ଆହ୍ୱାନ କରିଛନ୍ତି । ଆଉ ସଞ୍ଜୟଙ୍କ ଭଳି ମାପିଚୁପି କଥା କହୁଥିବା ବିଜେଡିର ହେଭିୱେଟଙ୍କ ଏଭଳି ବୟାନ ଏବେ ଉଭୟ ଦଳ ଓ ସରକାରରେ କମ୍ପନ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଦଳର ପଦଯାତ୍ରାରେ ତାଙ୍କ ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ବ୍ରହ୍ମଗିରିବାସୀଙ୍କୁ ଅବଗତ କରିବା ସହ ଏଭଳି ଶକ୍ତିର ମୁକାବିଲା ପାଇଁ ସହଯୋଗ ଲୋଡ଼ିଛନ୍ତି। ଶ୍ରୀ ଦାସବର୍ମା ନିଜ ନିର୍ବାଚନମଣ୍ଡଳୀରେ ନଭେମ୍ବର ୪ରେ ବ୍ରହ୍ମଗିରି , ନଭେମ୍ବର ୧୧ରେ କୃଷ୍ଣପ୍ରସାଦ ଓ ନଭେମ୍ବର ୧୩ତାରିଖରେ ପୁରୀ ସଦର ବ୍ଲକରେ ଦଳର ପଦଯାତ୍ରା ଓ ବିଶାଳ ଜନସଭା କରି ନିଜର ନିରବତା ଭଙ୍ଗ କରିଛନ୍ତି । ସେ ଏହି ସମସ୍ତ ସଭାରେ ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ପ୍ରତି ରହିଥିବା ଆଶୀର୍ବାଦ ଓ ବିକାଶମୂଳକ କାର୍ଯ୍ୟକୁ ପ୍ରଂଶସା କରିବା ସହ ବିଜେଡିକୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ କରିଥିବାବେଳେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

ନଭେମ୍ବର ୪ରେ ବ୍ରହ୍ମଗିରିରେ ପଦଯାତ୍ରା ଓ ଜନସଭା ଆଳରେ ଶକ୍ତି ପ୍ରଦର୍ଶନ କରି ସଞ୍ଜୟ ସର୍ବପ୍ରଥମେ ତାଙ୍କ ବିରୁଦ୍ଧରେ ଭୁବନେଶ୍ୱରରେ ହୋଇଥିବା ଷଡ଼ଯନ୍ତ୍ର ପୁରୀ ବାଟ ଦେଇ ବ୍ରହ୍ମଗିରିରେ ପହଂଚିଲାଣି ବୋଲି ଜନସଭାକୁ ସମ୍ବୋଧିତ କରିବାବେଳେ ସଙ୍କେତ ଦେଇଥିଲେ । ଏହାସହିତ ସେ କେଉଁ ‘ମୁଣ୍ଡି’ଙ୍କୁ ଜାଣନ୍ତି ନାହିଁ । ତାଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବ୍ରହ୍ମଗିରିବାସୀଙ୍କ ଆଶୀର୍ବାଦ ହିଁ ଯଥେଷ୍ଟ ବୋଲି କହି ନିଜର ଅସନ୍ତୋଷର ଆଭାସ ଦେଇଥିଲେ।

ନଭେମ୍ବର ୧୧ରେ କୃଷ୍ଣପ୍ରସାଦରେ ବିଶାଳ ସମାବେଶକୁ ସମ୍ବୋଧିତ କରି ସଞ୍ଜୟ ସେହି ଷଡ଼ଯନ୍ତ୍ର କଥା ଦୋହରାଇ ଥିବାବେଳେ ବିଜେପିର ବର୍ତ୍ତମାନର ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ଦାଦା-ଝିଆରୀ କଥା କହି)ଙ୍କୁ ଟାର୍ଗେଟ କରିଥିଲେ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ମା’ମାନେ ତାଙ୍କୁ ପଣତ କାନିରେ ଘୋଡ଼ାଇ ରଖିବାକୁ ସେ ନିବେଦନ କରିବା ସହ ବ୍ରହ୍ମଗିରିର ବିକାଶରେ ବାଧକ ସାଜୁଥିବା ଓ ତାଙ୍କୁ ଦୁର୍ବଳ କରିବାକୁ ଚାହୁଁଥିବା ଲୋକମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ସତର୍କ କରାଇଥିଲେ।

ସେହିପରି ନଭେମ୍ବର ୧୩ରେ ପୁରୀ ସଦର ବ୍ଲକରେ ପଦଯାତ୍ରା ପରେ ମାଳ ମେଳଣ ପଡ଼ିଆରେ ଆୟୋଜିତ ଜନସଭାରେ ସଞ୍ଜୟ ନିଜ ଭିତରେ ଥିବା ସମସ୍ତ କ୍ଷୋଭକୁ ପ୍ରକାଶ କରି ସିଧାସଳଖ ସରକାର ଓ ଦଳର ପରିଚାଳନା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । କିଛି ବିଦେଶୀ ଶକ୍ତି ଓଡ଼ିଶାର ଖଣିଜସମ୍ପଦ, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳାଇବାକୁ ବସିଛନ୍ତି । ବ୍ରିଟିଶ ଶାସନବେଳେ ଯେଭଳି କିଛି ଗୃହ ଶତ୍ରୁଙ୍କ ବିଶ୍ୱାସଘାତକତା ଯୋଗୁ ଶେଷ ସ୍ୱାଧୀନ ଦୁର୍ଗକୁ ସେମାନେ ଦଖଲ କରିଥିଲେ, ଏବେ ଠିକ୍ ସେହିଭଳି କିଛି ଶକ୍ତି ସକ୍ରିୟ ହୋଇ ବିଦେଶୀ ଶକ୍ତିକୁ ସହଯୋଗ କରୁଛନ୍ତି । ସେମାନଙ୍କ ଷଡ଼ଯନ୍ତ୍ରକୁ ପରାହତ କରିବାକୁ ପଡ଼ିବ । ସେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଥିବା କଥାକୁ ଦୋହରାଇ କହିଥିଲେ ଯେ, ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଷଡ଼ଯନ୍ତ୍ର ପୁରୀ ଓ ଏବେ ବାସୁଆଦେଇପୁର ଦେଇ ସଦରର ୧୧ଟି ପଂଚାୟତ ଭିତରକୁ ପଶିବାକୁ ଯାଉଛି । ଏହାକୁ ପରାହତ କରିବାକୁ ହେବ ଓ ସେମାନଙ୍କୁ ଜବାବ ଦେବାକୁ ପଡ଼ିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ପ୍ରତି ଥିବା ଆଶୀର୍ବାଦର ଉଦାହରଣ ଦେଇ ସଞ୍ଜୟ କହିଥିଲେ ଯେ, ପ୍ରଥମଥର ବିଧାୟକ ହେବାବେଳେ ତାଙ୍କୁ ଉପମୁଖ୍ୟ ସରକାରୀ ସଚେତକ, ଦ୍ୱିତୀୟଥର ବିଧାୟକବେଳେ ମନ୍ତ୍ରୀ ଓ ଏଥର ହାରିବା ପରେ ବି ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । କିଛି ଲୋକ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି ଓ ତାକୁ ମାନିବାକୁ ସମସ୍ତଙ୍କୁ ବାଧ୍ୟ କରୁଛନ୍ତି । କିନ୍ତୁ ଆମେ ମରିଯିବୁ ପଛେ ସେମାନଙ୍କ ସହ ସାଲିସ୍ କରି ବ୍ରହ୍ମଗିରିର ସ୍ୱାଭିମାନକୁ ଭସାଇ ଦେବୁନାହିଁ ବୋଲି ସଞ୍ଜୟ ରୋକଠୋକ୍ କହିଛନ୍ତି ।ସଞ୍ଜୟଙ୍କ ଏଭଳି ବୟାନକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି ତଥା ଏନେଇ ଦଳର କେହି ନେତା ମୁହଁ ଖୋଲିବାକୁ ଅନିଚ୍ଛା ପ୍ରକାଶ କରିଥିବାବେଳେ ବିଜେପି ଓ କଂଗ୍ରେସ ତେରଚ୍ଛା ବାଣ ମାରି ରାଜ୍ୟରେ ଏଭଳି ବିଦେଶୀ ଶକ୍ତି(ରାଜ୍ୟ ବାହାରର ଶକ୍ତି)ଙ୍କ ସକ୍ରିୟତା କଥାକୁ ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ ମଇ ୨୯ ମିଡନାଇଟ୍ ଅପରେସନବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥିବାବେଳେ ନବୀନଙ୍କ ଆସନକୁ ସୁରକ୍ଷିତ ରଖିବାରେ ସଞ୍ଜୟଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ବରିଷ୍ଠ ନେତାମାନଙ୍କୁ ଏକଜୁଟ କରି ଦଳ ଓ ସରକାରକୁ ବଂଚାଇବାରେ ତାଙ୍କର ସକ୍ରିୟ ଯୋଗଦାନ ଯୋଗୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । କିନ୍ତୁ ଗତ କିଛିମାସ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ଦିଆଯାଉନଥିବା, ସରକାରୀ ପଦପଦବୀରୁ ବଂଚିତ କରାଯିବା ଓ ସାଂଗଠନିକ କାର୍ଯ୍ୟରେ ଅଣଦେଖା କରାଯାଉଥିବାରୁ ସେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story