ପଦ୍ମପୁର ଉପନିର୍ବାଚନ: କଂଗ୍ରେସ ଭୋଟ୍ ଉପରେ ବିଜେଡିର ଆଖି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଶକ୍ତ ପରାଜୟ ପରେ ବିଜେଡି ପାଇଁ ପଦ୍ମପୁର ଉପନିର୍ବାଚନ ଜିତିବା ଏବେ ସମ୍ମାନର ପ୍ରଶ୍ନ ପାଲଟିଛି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ମଇଦାନକୁ ଓହ୍ଲାଇ ସହାନୁଭୂତି ଭୋଟ୍ ପାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ପଦ୍ମପୁର ନିର୍ବାଚନମଣ୍ଡଳୀର ସ୍ଥାନୀୟ ସାମାଜିକ ଓ ରାଜନୀତିକ ସମୀକରଣକୁ ନେଇ ଗୁଇନ୍ଦା ରିପୋର୍ଟ ଏବେ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି । ଯେଉଁଥିପାଇଁ ଦଳ ଏବେ କଂଗ୍ରେସ […]

bjd,-bjp-and-congress

bjd,-bjp-and-congress

Ordigital Desk
  • Published: Tuesday, 08 November 2022
  • Updated: 08 November 2022, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଶକ୍ତ ପରାଜୟ ପରେ ବିଜେଡି ପାଇଁ ପଦ୍ମପୁର ଉପନିର୍ବାଚନ ଜିତିବା ଏବେ ସମ୍ମାନର ପ୍ରଶ୍ନ ପାଲଟିଛି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ମଇଦାନକୁ ଓହ୍ଲାଇ ସହାନୁଭୂତି ଭୋଟ୍ ପାଇବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ପଦ୍ମପୁର ନିର୍ବାଚନମଣ୍ଡଳୀର ସ୍ଥାନୀୟ ସାମାଜିକ ଓ ରାଜନୀତିକ ସମୀକରଣକୁ ନେଇ ଗୁଇନ୍ଦା ରିପୋର୍ଟ ଏବେ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି । ଯେଉଁଥିପାଇଁ ଦଳ ଏବେ କଂଗ୍ରେସ ଭୋଟ୍ ବ୍ୟାଙ୍କରେ ବଡ଼ଧରଣର ଛିଦ୍ର କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପଦ୍ମପୁର ବିଧାନସଭା ଆସନ ଶେଷଥର ପାଇଁ ୨୦୦୪ରେ ୫ବର୍ଷ ନିମନ୍ତେ କଂଗ୍ରେସ ପାଖରେ ଥିଲା । କଂଗ୍ରେସର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ପ୍ରାୟ ୧୯ବର୍ଷ ପରେ ଏହି ଆସନକୁ ବିଜେଡିଠୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ । କିନ୍ତୁ ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ କଂଗ୍ରେସ ସେଠାରେ କ୍ରମାଗତ ଦୁର୍ବଳ ହେବାରେ ଲାଗିଥିଲେ ମଧ୍ୟ ଦଳ ପାଖରେ ପ୍ରାୟ ୩୦ହଜାର ଭଳି ଭୋଟ୍ ଗତ ଏକ ଦଶନ୍ଧି ଧରି ରହିଛି । ୨୦୧୪ ନିର୍ବାଚନରେ ପ୍ରକାଶ ନାରାୟଣ ତ୍ରିପାଠୀ କଂଗ୍ରେସ ପ୍ରାର୍ଥୀ ହୋଇ ୩୧୧୭୯ ଖଣ୍ଡ ଭୋଟ(୧୭.୪୯%) ପାଇଥିବାବେଳେ ୨୦୧୯ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟରେ ଲଢ଼ି ୩୨୭୮୭ ଖଣ୍ଡ ଭୋଟ (୧୬.୨୫%) ପାଇଥିଲେ । ଯଦିଓ ୨୦୦୯ ନିର୍ବାଚନରେ କଂଗ୍ରେସକୁ ୪୯୪୪୭ଖଣ୍ଡ ଭୋଟ୍ ( ୩୨.୪୧%) ଭୋଟ୍ ମିଳିଥିଲା ।

୨୦୦୯ରେ ପଦ୍ମପୁର ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢ଼େଇ ଥିବାବେଳେ ୨୦୧୪ ଓ ୨୦୧୯ରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଛି। ଆଉ ୨୦୦୯ ଓ ୨୦୧୯ରେ ଏହି ଆସନ ବିଜେଡିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ଯାଇଥିବାବେଳେ ୨୦୧୪ରେ ପ୍ରଦୀପ ପୁରୋହିତଙ୍କୁ ଯାଇଥିଲା । ଆଉ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଜିତିବାର ଭୋଟ୍ ବ୍ୟବଧାନ ମାତ୍ର ସାଢ଼େ ୪ହଜାରୁ ୬ହଜାର ମଧ୍ୟରେ ରହିଥିଲା । ଅବଶ୍ୟ ୨୦୦୯ରୁ ନିର୍ବାଚନ ମଇଦାନରେ ଥିବା ଶ୍ରୀ ପୁରୋହିତ ସେଠାରେ ବିଜେପି ସଂଗଠନକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଛନ୍ତି । ପଦ୍ମପୁରରେ ବିଜେପିର ଦୃଢ଼ ସଂଗଠନ, ସ୍ଥାନୀୟ ସାମାଜିକ ଓ ରାଜନୀତିକ ସମସ୍ୟା ଏବଂ ଧାମନଗର ପରାଜୟକୁ ଦୃଷ୍ଟିରେ ରଖି ବିଜେଡି ଏବେ କଂଗ୍ରେସର ଭୋଟବ୍ୟାଙ୍କରେ ଛିଦ୍ର ପାଇଁ ଉଦ୍ୟମ ଆରମ୍ଭ କରିଛି । ପଦ୍ମପୁରରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ଦଳରେ ସାମିଲ କରାଇ ନିଜର ଆସନକୁ ସୁରକ୍ଷିତ ରଖିବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ବିଜେଡି ନେତୃତ୍ୱ ଏବେ ସେ ଦିଗରେ ବ୍ୟାକଡୋରରେ ଚର୍ଚ୍ଚା ଆରମ୍ଭ କରିଥିବା ଜଣାପଡ଼ିଛି । ଦୀର୍ଘଦିନ ଧରି କଂଗ୍ରେସ ପଦ୍ମପୁରରେ ଦିଗହରା ହୋଇଥିବାରୁ ସେହି ଭୋଟଗୁଡ଼ିକୁ ଆଣିବା ବିଜେଡି ପାଇଁ ବିଶେଷ କଷ୍ଟକର ହେବନି । ଯଦିଓ ବିଜେପି ମଧ୍ୟ ସେହି ଭୋଟଗୁଡ଼ିକ ଉପରେ ନଜର ପକାଇଛି । ପଦ୍ମପୁରରେ ଉଭୟ କୁଲତା ଓ ବିଞ୍ଝାର ସମୁଦାୟ ସମେତ ପ୍ରାୟ ୨୮ ପ୍ରତିଶତ ଭୋଟର ଥିବା ଅନୁସୂଚିତ ଜନଜାତି ବର୍ଗ ପାଖରେ କଂଗ୍ରେସର ଭୋଟବ୍ୟାଙ୍କ ରହିଛି । ତେଣୁ କଂଗ୍ରେସର ସେହି ପକେଟ୍ ଭୋଟକୁ ନଆଣିଲେ ବିଜେଡି ସେଠାରେ ଯାହାକୁ ବି ପ୍ରାର୍ଥୀ କଲେ ଜିତିବାର ସମ୍ଭାବନା କ୍ଷୀଣ ବୋଲି ରାଜନୀତିକ ମହଲରେ ଆକଳନ ହେଉଛି ।

ସୂଚନାଯୋଗ୍ୟ, ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଗତ ଦୁଇ ସପ୍ତାହ ପୂର୍ବରୁ ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀଙ୍କୁ ଦାୟିତ୍ୱ ବଂଟନ କରିସାରିଥିଲା । ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ୮ଟି ଜୋନ୍ ଓ ଗୋଟିଏ ଏନଏସିର ୧୧ଟି ୱାର୍ଡରେ ନିଜର ପ୍ରାରମ୍ଭିକ କସରତ କରି ରିପୋର୍ଟ ଦେଇସାରିଛି। ପାଇକମାଳ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ, ଝାରବନ୍ଧ ବ୍ଲକ ଦାୟିତ୍ୱରେ ରାଜେନ୍ଦ୍ର ଢୋଲକିଆ ଓ ପୁଷ୍ପେନ୍ଦ୍ର ସିଂହଦେଓ, ପଦ୍ମପୁର ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ପଦ୍ମପୁର ଏନଏସି ପାଇଁ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ଏପରିକି ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନ ପରିଚାଳନାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଧାମନଗରରେ ଦଳର ଶକ୍ତ ପରାଜୟ ପରେ ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ କରି ଅଚାନକ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉପନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ସାମିଲ କରିଛି । ଆଉ ଦଳରେ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଏକ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି । ତେବେ ପ୍ରସନ୍ନ ଓ ସୁଶାନ୍ତଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଛକାପଞ୍ଝା ଲାଗି ରହିଥିବାରୁ ପ୍ରସନ୍ନଙ୍କୁ ଗଣମାଧ୍ୟମରେ ଆଗରେ ରଖି ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀର ସହଯୋଗରେ ସୁଶାନ୍ତ ଏକତରଫା ଭାବେ ପଦ୍ମପୁର ଉପନିର୍ବାଚନ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ପଦ୍ମପୁରରେ ସମନ୍ୱୟ ତୁଳନାରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ବେଶୀ ରହିବ ବୋଲି ଆଶଙ୍କା କରାଯାଉଥିବାବେଳେ ପଦ୍ମପୁରର ସାମାଜିକ ସମୀକରଣ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହେବ । ମାତ୍ର ଯଦି କଂଗ୍ରେସ ଭୋଟରେ ବଡ଼ଧରଣର ଛିଦ୍ର କରିବାରେ ଦଳ ସକ୍ଷମ ହୁଏ ତା’ହେଲେ ନିର୍ବାଚନୀ ବୈତରଣୀ ପାର ହେବା ବିଜେଡି ନିମନ୍ତେ ସହଜ ହୋଇପାରିବ ବୋଲି ଆକଳନ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story