ନାଁ ନନେଇ ଗର୍ଜିଲେ କହ୍ନେୟା: କହିଲେ, ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦୋସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଁ ନନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି କଂଗ୍ରେସ ଯୁବ ନେତା କହ୍ନେୟା କୁମାର। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ନ କହିବାକୁ ତାଚ୍ଛଲ୍ୟ କରିଛନ୍ତି କହ୍ନେୟା। ଭାଷଣ ଆରମ୍ଭରେ ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୋତେ ଓଡ଼ିଆ ଆସେ ନାହିଁ ବୋଲି କହିଛନ୍ତି କହ୍ନେୟା କୁମାର। ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ। ଓଡ଼ିଶାରେ ବିଜେପିର ଡି […]

Kanhaiya Kumar

Manoranjan Sial
  • Published: Monday, 27 December 2021
  • , Updated: 27 December 2021, 05:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଁ ନନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି କଂଗ୍ରେସ ଯୁବ ନେତା କହ୍ନେୟା କୁମାର। ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ନ କହିବାକୁ ତାଚ୍ଛଲ୍ୟ କରିଛନ୍ତି କହ୍ନେୟା। ଭାଷଣ ଆରମ୍ଭରେ ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୋତେ ଓଡ଼ିଆ ଆସେ ନାହିଁ ବୋଲି କହିଛନ୍ତି କହ୍ନେୟା କୁମାର।

ନବରଙ୍ଗପୁରରେ ଆୟୋଜିତ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ କହ୍ନେୟା କୁମାର କହିଛନ୍ତି, ଓଡ଼ିଶାରେ ବିଜେପିର ବି ଟିମ୍‌ ବିଜେଡି ନୁହେଁ। ଓଡ଼ିଶାରେ ବିଜେପିର ଡି ଟିମ୍‌ ହେଉଛି ବିଜେଡି। ଆଗାମୀ ଦିନରେ ଡି ଟିମ୍‌ ଡାକିବାକୁ କହ୍ନେୟା ଅପିଲ୍‌ କରିଛନ୍ତି। କାରଣ ଏଠି ଜନପ୍ରତିନିଧିମାନେ କିଛି ନୁହଁନ୍ତି। ସେମାନେ ସରକାର ଚଳାଉ ନାହାନ୍ତି। ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦୋସ୍ତ। ତେବେ ମୁଖ୍ୟମନ୍ତ୍ରୀଙ୍କ ଦୋସ୍ତ କିଏ? ସେ ସମ୍ପର୍କରେ କହ୍ନେୟା କୁମାର କିଛି କହିନାହାନ୍ତି।

କହ୍ନେୟା ଆହୁରି କହିଛନ୍ତି, କୁହାଯାଏ ଯାହାର ପତ୍ନୀ ଓ ପିଲାଛୁଆ ନାହିଁ, ସିଏ ଚୋର ନୁହେଁ। ଏହାଠାରୁ ମିଛ ଏ ଦୁନିଆରେ କଣ ଅଛି? ଯିଏ ନିଜର ଘର ଓ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି, ସିଏ କଣ ଦେଶ ଚଳାଇପାରିବ? ଏପରି ଭ୍ରମରୁ ବାହାରି ଆସିବାକୁ ନିବେଦନ କରିଛନ୍ତି କହ୍ନେୟା।

ସେ କହିଛନ୍ତି, ଯାହାର ପତ୍ନୀ ଓ ପିଲା ନାହାନ୍ତି, ସେମାନେ ଚୋରି କରନ୍ତି ନାହିଁ। ଉଦାଦରଣ ଦେଇ ସେ ଡାକୁ ଅଙ୍ଗୁଲି ମାଲାଙ୍କ କଥା କହିଛନ୍ତି। ଅଙ୍ଗୁଲି ମାଲା ବାହା ହୋଇନାହିଁ। ସେଥିପାଇଁ ତାର ପିଲା ଓ ପତ୍ନୀ ନାହିଁ। ଏହାର ଅର୍ଥ କଣ ସେ ସଚ୍ଚୋଟ? ତାକୁ କଣ ଚୋର କହିବା ନାହିଁ? ଏଠି ଏମିତି ମିଛକୁ ବିକ୍ରି କରାଯାଇଛି। ଯେମିତି ଟିଭି ପରଦାରେ ଫେୟାର ଆଣ୍ଡ ଲଭ୍‌ଲିର ବିଜ୍ଞାପନ କରାଯାଉଛି। ଇଏ ମିଛର ଦୁନିଆ। ମିଛ କେମିତି ବିକ୍ରି କରାଯାଏ? ପେଟ୍ରୋଲ୍‌ ପମ୍ପରେ ହସୁଥିବା ପୋଷ୍ଟର ମାରି ମିଛକୁ ବିକ୍ରି କରାଯାଉଛି ବୋଲି କହ୍ନେୟା କହିଛନ୍ତି।

https://youtu.be/6JLg3f8-TYs

ସେ ଆହୁରି କରିଛନ୍ତି, ମିଛ ବିକ୍ରି କରିବା ପାଇଁ ୫୦୦୦ କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ଭାରତ ସରକାର। ଯଦି ସେହି ୫୦୦୦ କୋଟି ଟଙ୍କା ଯୁବକଙ୍କୁ ଦିଆଯାଇଥାଆନ୍ତା, ତାହାହେଲେ ସେମାନେ କିଛି ରୋଜଗାର କରିଥାଆନ୍ତେ। ଆଉ ଦେଶର ବିକାଶରେ ସହଯୋଗ କରିଥାଆନ୍ତା ବୋଲି କହ୍ନେୟା କହିଛନ୍ତି। ଏଠି ସତ କହୁଥିବା ଲୋକଙ୍କୁ ମିଛ ମୋକଦ୍ଦମା କରାଯାଇ ଜେଲ୍‌ ପଠାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଲୋକତନ୍ତ୍ରରେ ବିଧାନସଭା କିମ୍ୱା ଲୋକସଭା ନିର୍ବାଚନ ମହତ୍ୱପୂର୍ଣ୍ଣ ନୁହେଁ। ଲୋକତନ୍ତ୍ର ପାଇଁ ଲୋକାଲ ନିର୍ବାଚନ ମହତ୍ୱପୂର୍ଣ୍ଣ ଅଟେ। ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ହେଉଛି ପଞ୍ଚାୟତ ନିର୍ବାଚନ। ଏହାକୁ ମଜବୁତ କରିବା ଦରକାର। କଂଗ୍ରେସକୁ ସମର୍ଥନ ଦେଇ ଲୋକତନ୍ତ୍ରକୁ ମଜବୁତ କରିବା ଦରକାର ବୋଲି କହ୍ନେୟା କହିଛନ୍ତି।

ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ତାରାପ୍ରସାଦ ବାହିନୀପତି, ଚିରଞ୍ଜୀବ ବିଶ୍ୱାଳ, ଛତିଶଗଡ଼ ଅବକାରୀ ମନ୍ତ୍ରୀ ଏବଂ କଂଗ୍ରେସ ନେତା ଜିଗ୍ନେଶ ମେଓ୍ୱାନି ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି

Related story