ବିଜେଡି ମିଡିଆ ଟିମ୍ ପୁନର୍ଗଠିତ: ବାଦ୍ ପଡ଼ିଲେ ଅମର, ଅଚ୍ୟୁତ ଓ ବ୍ୟୋମକେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୩ବର୍ଷ ପରେ ବିଜେଡି ତା’ର ମିଡିଆ ଟିମର ପୁନର୍ଗଠନ କରିଛି । ଜାତୀୟ ମୁଖପାତ୍ର ଦଳର ସାଂସଦ ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଚଳିତଥର ବାଦ୍ ଦିଆଯାଇଥିବାବେଳେ ମାନସ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ଭାବେ ସାମିଲ କରାଯାଇଛି । ନୂଆ ମିଡିଆ କମିଟିରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣଙ୍କୁ ସାମିଲ କରାଯାଇଛି । ବହୁ ନୂଆ ମୁହଁଙ୍କୁ ସାମିଲ କରାଯାଇଥିବାବେଳେ ଯୁବ […]

BJD

BJD

Ordigital Desk
  • Published: Saturday, 31 December 2022
  • Updated: 31 December 2022, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୩ବର୍ଷ ପରେ ବିଜେଡି ତା’ର ମିଡିଆ ଟିମର ପୁନର୍ଗଠନ କରିଛି । ଜାତୀୟ ମୁଖପାତ୍ର ଦଳର ସାଂସଦ ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଚଳିତଥର ବାଦ୍ ଦିଆଯାଇଥିବାବେଳେ ମାନସ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ଭାବେ ସାମିଲ କରାଯାଇଛି । ନୂଆ ମିଡିଆ କମିଟିରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣଙ୍କୁ ସାମିଲ କରାଯାଇଛି । ବହୁ ନୂଆ ମୁହଁଙ୍କୁ ସାମିଲ କରାଯାଇଥିବାବେଳେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଯୁବ ବିଜେଡି ମହାସଚିବ ଏଲିନା ଦାଶଙ୍କୁ ମିଡିଆ କମିଟିରୁ ବାଦ୍ ଦିଆଯାଇଛି।

ଆଜି ଦଳ ପକ୍ଷରୁ ଜାରି ନୂଆ ମିଡିଆ କମିଟି ତାଲିକା ଅନୁସାରେ, ଜାତୀୟ ମୁଖପାତ୍ର ଭାବେ ୬ଜଣ ପରିବର୍ତ୍ତେ ୫ଜଣଙ୍କୁ ସାମିଲ କରାଯାଇଛି । ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ନିଜର ସ୍ଥାନ ବଜାୟ ରଖିଥିବାବେଳେ ସାଂସଦ ଅମର ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ଜାତୀୟ ମୁଖପାତ୍ର ତାଲିକାରୁ ବାଦ୍ ଦିଆଯାଇଛି । ସେମାନଙ୍କ ପରିବର୍ତ୍ତେ ମାନସ ମଙ୍ଗରାଜଙ୍କୁ ସାମିଲ କରାଯାଇ ମୋଟ ୫ଜଣଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି।

ସେହିପରି ପୂର୍ବଭଳି ଚଳିତଥର ବି ୧୬ଜଣ ମୁଖପାତ୍ର ରହିଥିଲେ ମଧ୍ୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ରମେଶ ମାଝୀ, ବିଧାୟକ ବ୍ୟୋମକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, ଲୋପାମୁଦ୍ରା ବକ୍ସିପାତ୍ର ଓ ଏଲିନା ଦାଶଙ୍କୁ ମୁଖପାତ୍ର ଟିମରୁ ବିଦା କରାଯାଇଛି । ସେମାନଙ୍କ ପରିବର୍ତ୍ତେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରଦୀପ ମାଝୀଙ୍କୁ ନୂତନ କରି ମୁଖପାତ୍ର ଟିମରେ ସାମିଲ କରାଯାଇଥିବାବେଳେ ସେହ୍ନାଙ୍ଗିନୀ ଛୁରିଆ, ଅନୁଭବ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, ସଞ୍ଜୟ ବାବୁ, ସୁଲତା ଦେଓ, ଲେନିନ୍ ମହାନ୍ତି, ଚିନ୍ମୟ ସାହୁ , ହରିଶ ଚୌଧୁରୀ ଓ ଗୌତମବୁଦ୍ଧ ଦାସ ମୁଖପାତ୍ର ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟ ୬ଜଣ ପ୍ୟାନେଲିଷ୍ଟ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତୁମ୍ଭନାଥ ପଣ୍ଡା, ଓମପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ଓ ଅମିତ୍ ମଲ୍ଲିକଙ୍କୁ ମୁଖପାତ୍ର ତାଲିକାରେ ସାମିଲ କରାଯାଇଛି।

ସେହିପରି ପ୍ୟାନେଲିଷ୍ଟ ତାଲିକାରେ ପୂର୍ବରୁ ୧୫ଜଣ ଥିବାବେଳେ ଆଜି ପ୍ରକାଶିତ ତାଲିକାରେ ମାତ୍ର ୯ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରେ ଛାତ୍ର ବିଜେଡି ମହାସଚିବ ଇପସିତା ସାହୁଙ୍କ ସମେତ ସୋଫିଆ ଆଲମ୍ , ମଧୁସ୍ମିତା ନାୟକ ଓ ଲୋରା ମହାପାତ୍ର ପ୍ୟାନେଲିଷ୍ଟ ଭାବେ ସ୍ଥାନ ବଜାୟ ରଖିଥିବାବେଳେ ନୂତନ ଭାବେ ସ୍ୱାଗତିକା ମହାନ୍ତି, ମିହିର ରାୟ, ଅପୂର୍ବା ଅପରୂପା, ମହୀକ୍ଷିତା ମିଶ୍ର ଓ ସ୍ୱୟଂପ୍ରକାଶ ମହାପାତ୍ର ପ୍ୟାନେଲିଷ୍ଟ ଭାବେ ସାମିଲ କରାଯାଇଛି।

ତେବେ ପ୍ୟାନେଲିଷ୍ଟ ତାଲିକାରୁ ଛବି ମାହାଳି, ସ୍ମୃତି ନନ୍ଦ, ଜ୍ୟୋସ୍ନାମୟୀ ପରିଡ଼ା ଓ ପ୍ରଶାନ୍ତ କୁମାର ସାହୁଙ୍କୁ ବାଦ୍ ଦିଆଯାଇଛି । ମିଡ଼ିଆ କମିଟିର କୋଅର୍ଡିନେଟର ଭାବେ ଲେନିନ ମହାନ୍ତି ଓ ସହକୋଅର୍ଡିନେଟର ଭାବେ ମଧୁସ୍ମିତା ନାୟକ କାର୍ଯ୍ୟ କରିବେ। ବିଜେଡି ସୋସିଆଲ ମିଡିଆ ସେଲର ମୁଖ୍ୟ ଭାବେ ସ୍ୱୟଂ ପ୍ରକାଶଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବିଜେଡି ନିଜର ଏତେ ବଡ଼ ମିଡିଆ ଟିମ୍ ଗଠନ କରୁଥିଲେ ମଧ୍ୟ ଟିଭି ବିତର୍କ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ହାତଗଣତି ୩-୪ଜଣଙ୍କୁ ଦେଖିବାକୁ ମିଳିଥାଏ। ଚଳିତଥର ମୁଖପାତ୍ର ଟିମରୁ ଅମର ପଟ୍ଟନାୟକ, ପ୍ରତାପ କେଶରୀ ଦେବ ଓ ବ୍ୟୋମକେଶ ରାୟଙ୍କ ଭଳି ଆତ୍ମଘୋଷିତ ପ୍ରଭାବଶାଳୀ ନେତା ବାଦ୍ ପଡ଼ିବାକୁ ନେଇ ଦଳରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story