ପିପିଲିରେ ବିଜେଡି କରିବନି ନିର୍ବାଚନୀ ସଭା କି ଶୋଭାଯାତ୍ରା, ଇସାରାରେ ବିଜେପିକୁ ଟାର୍ଗେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ସାନି ବିଜ୍ଞପ୍ତି ଜାରି ହେବାପରେ ଶାସକ ବିଜେଡି ସେଠାରେ ଆଉ ନିର୍ବାଚନୀ ସଭା କି ଶୋଭାଯାତ୍ରା କରିବ ନାହିଁ ବୋଲି ଘୋଷଣା କରିଛି। ଏହାସହିତ ଇସାରା ଇସାରାରେ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିବାକୁ ବିଜେଡି ପଛାଇ ନାହିଁ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, “ପ୍ରତିଟି ଜୀବନ ମୂଲ୍ୟବାନ ଓ ସବୁବେଳେ ଓଡ଼ିଶାର ଲୋକଙ୍କୁ ନିଜର ପରିବାର […]

Naveen Pattnaik

Ordigital Desk
  • Published: Monday, 19 April 2021
  • , Updated: 19 April 2021, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ସାନି ବିଜ୍ଞପ୍ତି ଜାରି ହେବାପରେ ଶାସକ ବିଜେଡି ସେଠାରେ ଆଉ ନିର୍ବାଚନୀ ସଭା କି ଶୋଭାଯାତ୍ରା କରିବ ନାହିଁ ବୋଲି ଘୋଷଣା କରିଛି। ଏହାସହିତ ଇସାରା ଇସାରାରେ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିବାକୁ ବିଜେଡି ପଛାଇ ନାହିଁ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, “ପ୍ରତିଟି ଜୀବନ ମୂଲ୍ୟବାନ ଓ ସବୁବେଳେ ଓଡ଼ିଶାର ଲୋକଙ୍କୁ ନିଜର ପରିବାର ସଦସ୍ୟ ଭାବେ ବିବେଚନା କରେ। ଦେଶରେ ଦେଖା ଦେଇଥିବା କୋଭିଡ୍‌-୧୯ର ଏହି  ଅତ୍ୟନ୍ତ ଗୁରୁତର ପରିସ୍ଥିତିରେ ବିଜେଡି ପିପିଲି ଉପନିର୍ବାଚନରେ କୌଣସି ସାଧାରଣ ଶୋଭାଯାତ୍ରା(ରାଲି) କିମ୍ବା ନିର୍ବାଚନୀ ସଭା ନକରିବା ପାଇଁ ନିଷ୍ପତ୍ତି ନେଇଛି।

ବିଜେଡି ଏକ ଦାୟିତ୍ୱସମ୍ପନ୍ନ ଦଳ, ଲୋକଙ୍କ ଜୀବନକୁ ବିପଦରେ ପକାଇବ ନାହିଁ। ଆମେ ଲୋକଙ୍କ ସେବା କରିବା ପାଇଁ ନିର୍ବାଚନ ଲଢ଼ୁଛୁ। ଯଦି ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି, ତା’ହେଲେ ସମସ୍ତ ରାଜନୀତିକ ଦଳ ଓ ନିର୍ବାଚନ କମିଶନଙ୍କୁ ଉଭୟ ନିର୍ବାଚନ ପ୍ରଚାରର ଢଙ୍ଗ ଓ ଅବଧି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରୁଛି” ବୋଲି ନବୀନ ତାଙ୍କ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି।
ପଶ୍ଚିମବଙ୍ଗରେ ଆଉ ୩ଟି ପର୍ଯ୍ୟାୟ ନିର୍ବାଚନ ବାକିଥିବାବେଳେ ସେଠାରେ  ବିଜେପି ନିଜର ସମସ୍ତ ଧ୍ୟାନକେନ୍ଦ୍ରିିତ କରିଥିବାରୁ ଇସାରା ଇସାରାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି। ନବୀନ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ହେଉଛି ଏକ ପରିପକ୍ୱ ଗଣତନ୍ତ୍ର ଓ ଆମେ ସମସ୍ତେ ମିଶି କୌଣସି ଏକ ନିର୍ଯ୍ୟାସରେ ଉପନୀତ ହୋଇପାରିବା। ଗଣତନ୍ତ୍ର ହେଉଛି ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଓ ଲୋକଙ୍କର ବୋଲି ନବୀନ କହିଛନ୍ତି।

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହିତ ମୃତ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ମନୋନୀତ ନିମନ୍ତେ କଂଗ୍ରେସକୁ ମଧ୍ୟ ଆଜି ବିଧିବଦ୍ଧ ଭାବେ ରିଟର୍ଣ୍ଣିଂ ଅଫିସର ନୋଟିସ୍ ଜାରି କରିଛନ୍ତି। ୨୬ତାରିଖ ଅର୍ଥାତ୍ ୭ଦିନ ମଧ୍ୟରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବ। ଆସନ୍ତା ମେ’ ୧୩ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ ୧୬ତାରିଖରେ ଭୋଟ୍ ଗଣତି ହେବ। ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ଏପ୍ରିଲ ୧୭ରେ ହେବାକୁ ଥିବା ଭୋଟ୍ ସ୍ଥଗିତ ରହିଥିଲା।

Related story