ପିପିଲିରେ ବିଜେପି ବି କରିବନି ସଭା କି ଶୋଭାଯାତ୍ରା, ଆଜିଠୁ ଆରମ୍ଭ ହେଲା ବିଜେଡିର ଘରେଘରେ ଶଙ୍ଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ପିପିଲିରେ ବିଜେପି ମଧ୍ୟରେ କୌଣସି ସଭା କିମ୍ବା ଶୋଭାଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ ବିଜେଡି ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିଲା । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦଳ ପିପିଲି ଉପନିର୍ବାଚନରେ କୋଭିଡ୍ ନିୟମ ମାନି ଡୋର କ୍ୟାମ୍ପେନିଂ କରିବ। ପିପିଲିରେ ଲୋକେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ମନସ୍ଥ କରିସାରିଛନ୍ତି । ପିପିଲିରେ ଦୀର୍ଘବର୍ଷ […]

bjd-odisha

Ordigital Desk
  • Published: Monday, 26 April 2021
  • , Updated: 26 April 2021, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ପିପିଲିରେ ବିଜେପି ମଧ୍ୟରେ କୌଣସି ସଭା କିମ୍ବା ଶୋଭାଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବରୁ ବିଜେଡି ମଧ୍ୟ ଅନୁରୂପ ନିଷ୍ପତ୍ତି ନେଇଥିଲା ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦଳ ପିପିଲି ଉପନିର୍ବାଚନରେ କୋଭିଡ୍ ନିୟମ ମାନି ଡୋର କ୍ୟାମ୍ପେନିଂ କରିବ। ପିପିଲିରେ ଲୋକେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ମନସ୍ଥ କରିସାରିଛନ୍ତି । ପିପିଲିରେ ଦୀର୍ଘବର୍ଷ ଧରି ଗୁଣ୍ଡାରାଜ, ଭ୍ରଷ୍ଟାଚାରରେ ଲୋକେ ଅତିଷ୍ଠ ହୋଇସାରିଛନ୍ତି। କ୍ଷମତାରେ ଥିବା ଲୋକେ ଅଧିକ ଧନୀ ହୋଇଛନ୍ତି ଓ ଭୋଟର ଅଧିକ ଗରିବ ହୋଇଛନ୍ତି। ତେଣୁ ବିଜେଡି ପ୍ରତି ଏଥର ସାମାନ୍ୟତମ ସମର୍ଥନ ନାହିଁ। ଗତଥର ଫନି ମହାବାତ୍ୟାରେ ୩୫-୪୦ହଜାର ପରିବାର ବେଘର ହୋଇଛନ୍ତି, ସେମାନେ ସରକାରୀ ସହାୟତା ପାଇପାରିନାହାନ୍ତି। ତେଣୁ ଅନୁକମ୍ପା କିଛି କାମ କରିବ ନାହିଁ ଓ ଲୋକେ ନିଶ୍ଚିତ ପରିବର୍ତ୍ତନ ସପକ୍ଷରେ ଭୋଟ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେ ବିଜେଡିର ଭୋଟ ପ୍ରଚାରକୁ କଟାକ୍ଷ କରି କହିଛନ୍ତି ଯେ, ବିଜେଡି ଯେଉଁ ଢଙ୍ଗରେ ନିର୍ବାଚନ ପ୍ରଚାର କରୁଛି ତାହା ପିପିଲିରେ କରୋନା ସଂକ୍ରମଣକୁ ବଢ଼ାଇବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନାକୁ ଦୃଷ୍ଟିରେ ରଖି ବିଜେଡି ସେଠାରେ ନିର୍ବାଚନ ପ୍ରଚାର କରିବ ନାହିଁ। କିନ୍ତୁ ବିଜେଡି ନେତାମାନେ ପିପିଲିରେ ଯାହା କରୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅମାନ୍ୟ କରୁଛନ୍ତି ନଚେତ୍ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସହ ଛଳନା କରିଛନ୍ତି। ଏଥିରୁ ଯାହା ଗୋଟିଏ ହୋଇଥାଇପାରେ। ବିଜେପି ପ୍ରାର୍ଥୀ କୋଭିଡ୍ ନିୟମ ମାନି ଏବେ ପିପିଲିରେ ପ୍ରଚାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିପିଲିରେ ବିଜେଡି ପ୍ରାର୍ଥୀ ପ୍ରଚାର କରୁଛନ୍ତି। ଦଳର ମହିଳାଙ୍କ ଦ୍ୱାରା ପିପିଲିରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହିଳାମାନେ ପ୍ରତ୍ୟେକ ଘରକୁ ଘର ଯାଇ ଶଙ୍ଖ ଷ୍ଟିକର ଲଗାଇବା ସହ ପ୍ରତ୍ୟେକ ପରିବାରକୁ ମାସ୍କ ଓ ସାନିଟାଇଜର ଦେବେ। କୋଭିଡ୍ ନିୟମ ଓ କଟକଣା ମଧ୍ୟରେ ଭୋଟରଙ୍କୁ ସଚେତନ ମଧ୍ୟ ବିଜେଡି କର୍ମୀମାନେ କରାଇବେ। ମହିଳାମାନଙ୍କ ଦ୍ୱାରା ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ୫ଦିନ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ, ଆଜି ପିପିଲି ନିର୍ବାଚନ ସହ ଜଡ଼ିତ ନେତାମାନଙ୍କର ଏକ ବୈଠକ ଦଳର ପର୍ଯ୍ୟବେକ୍ଷକଙ୍କ ଘରେ ଅନୁଷ୍ଠିତ ହୋଇଥିଲା।

Related story