ବିଜେପି ଉପରେ ଚାପ ପକାଇ ମହିଳା ବିଲ୍ ଗୃହୀତ କରାଉ ବିଜେଡି: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବିଜେପି ସରକାରଙ୍କୁ ସଂସଦରେ ସବୁ କ୍ଷେତ୍ରରେ ବିଜେଡି ସମର୍ଥନ କରିଆସୁଛି । ତେଣୁ ରାଜ୍ୟର ବିଜେଡି ସରକାରଙ୍କର ଯଦି ପ୍ରକୃତରେ ଓଡ଼ିଶାର ମା’ଭଉଣୀଙ୍କ ପ୍ରତି ଦରଦ ଓ ଆନ୍ତରିକତା ଥାଏ ତା’ହେଲେ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କହିଛି। ବିଶ୍ୱ ମହିଳା ଦିବସ ପାଳନ ପୂର୍ବରୁ ବିଜେଡିକୁ ସିଧାସଳଖ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

niranjan

Ordigital Desk
  • Published: Saturday, 06 March 2021
  • , Updated: 06 March 2021, 11:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବିଜେପି ସରକାରଙ୍କୁ ସଂସଦରେ ସବୁ କ୍ଷେତ୍ରରେ ବିଜେଡି ସମର୍ଥନ କରିଆସୁଛି । ତେଣୁ ରାଜ୍ୟର ବିଜେଡି ସରକାରଙ୍କର ଯଦି ପ୍ରକୃତରେ ଓଡ଼ିଶାର ମା’ଭଉଣୀଙ୍କ ପ୍ରତି ଦରଦ ଓ ଆନ୍ତରିକତା ଥାଏ ତା’ହେଲେ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ କହିଛି।

ବିଶ୍ୱ ମହିଳା ଦିବସ ପାଳନ ପୂର୍ବରୁ ବିଜେଡିକୁ ସିଧାସଳଖ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି। କିନ୍ତୁ ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବା ପାଇଁ ବିଜେପି ଉପରେ ଚାପ ପକାଇ ପାରୁନି। ସଂସଦରେ ତ ସବୁ ପ୍ରସଙ୍ଗରେ ବିଜେପି ସରକାରକୁ ସମର୍ଥନ ଦେବାକୁ ବିଜେଡି ପଛାଉ ନାହିଁ। ତେଣୁ ଯଦି ବାସ୍ତବରେ ମହିଳାଙ୍କ ପ୍ରତି ଦରଦ ଅଛି, ତା’ହେଲେ ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ନେଇ କେନ୍ଦ୍ର ସରକାର ଉପରେ ବିଜେଡି ଚାପ ପ୍ରୟୋଗ କରୁ। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି । ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି। ବିଜେଡିର ଯଦି ମହିଳାଙ୍କ ପ୍ରତି ପ୍ରକୃତ ଦରଦ ଅଛି ତା’ହେଲେ ମହିଳା ସଂରକ୍ଷଣ ବିଲକୁ ପାରିତ କରି ଦେଖାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story