ବିଜେଡିର ପ୍ରସ୍ତୁତି ଶିବିର: ‘ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଂଚାଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିବାବେଳେ ବିଜେଡି ବରମୁଣ୍ଡା ପଡ଼ିଆରେ ସମାନ୍ତରାଳ ଭାବେ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଦଳର ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ପାଇଁ ୨ଦିନିଆ ପ୍ରସ୍ତୁତି ଶିବିର ଆୟୋଜନର ପ୍ରଥମ ଦିନରେ ଦଳର ଛାତ୍ର, ଯୁବ, ମହିଳା ୱିଙ୍ଗର ରାଜ୍ୟ, ଜିଲ୍ଲା, ବ୍ଲକସ୍ତରୀୟ କର୍ମକର୍ତ୍ତା ଓ […]

BJD-BBSR

BJD-BBSR

Ordigital Desk
  • Published: Thursday, 29 September 2022
  • Updated: 29 September 2022, 10:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିବାବେଳେ ବିଜେଡି ବରମୁଣ୍ଡା ପଡ଼ିଆରେ ସମାନ୍ତରାଳ ଭାବେ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଦଳର ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ପାଇଁ ୨ଦିନିଆ ପ୍ରସ୍ତୁତି ଶିବିର ଆୟୋଜନର ପ୍ରଥମ ଦିନରେ ଦଳର ଛାତ୍ର, ଯୁବ, ମହିଳା ୱିଙ୍ଗର ରାଜ୍ୟ, ଜିଲ୍ଲା, ବ୍ଲକସ୍ତରୀୟ କର୍ମକର୍ତ୍ତା ଓ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କୁ ନିଜ ସରକାର ଓ ଦଳର ସଫଳତା ସମ୍ପର୍କରେ ଅବଗତ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସନ୍ଦେଶ କିପରି ଲୋକଙ୍କ ପାଖରେ ପହଂଚିବ ତାହା ଉପରେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଜେଡିର ପ୍ରସ୍ତୁତି ଶିବିରର ପ୍ରଥମ ଦିନରେ ଶ୍ରୀ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ, ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି । ବିଜେଡି ବିଗତ କିଛିବର୍ଷ ମଧ୍ୟରେ ଜନ ଆନ୍ଦୋଳନରେ ପରିଣତ ହୋଇସାରିଲାଣି । ଲୋକଙ୍କ କଲ୍ୟାଣ ପାଇଁ ଦଳ ସର୍ବଦା କାର୍ଯ୍ୟ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭାଗିଦାରୀ ଓ ରାଜ୍ୟର ନେତାମାନଙ୍କ ଅବଦାନ ସମ୍ପର୍କିତ ତଥ୍ୟକୁ ଲୋକଙ୍କ ନଜରକୁ ଆଣିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ସେହିପରି ଏହି ପ୍ରସ୍ତୁତି ଶିବିର ତଥା ଦଳୀୟ କର୍ମୀ ସମାବେଶରେ ଅଧ୍ୟକ୍ଷତା କରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ବିଜେଡି ଏକ ସାମୂହିକ ଆନ୍ଦୋଳନରେ ପରିଣତ ହୋଇଛି । ଗତ ୨୫ବର୍ଷ ଧରି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ । ବିଜେଡିର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ନିର୍ବାଚନରେ ସଫଳତା ମିଳିଛି ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ,ଦେବୀରଞ୍ଜନ ତ୍ରିପାଠୀ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ନିଜ ସରକାର ଓ ଦଳର ସଫଳତା ସମ୍ପର୍କରେ ମତ ରଖିଥିଲେ ।

ସେହିପରି ସମାବେଶର ଦ୍ୱିତୀୟ ଅଧିବେଶନରେ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟ୍ଟନୀ ସାରଗର୍ଭକ ଅଭିଭାଷଣ ରଖିଥିଲେ । ସେ ଦେଶର ୩ଜଣ ଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ନବୀନ ପଟ୍ଟନାୟକ ଜଣେ ବୋଲି ଅଭିହିତ କରିଥିଲେ । ନବୀନ ପଟ୍ଟନାୟକଙ୍କଠୁ ବିନମ୍ରତା ଓ ସରଳତା ଶିଖିବା ଉଚିତ୍ । ସେ ନେତୃତ୍ୱ ବିକାଶର କୌଶଳ ସମ୍ପର୍କରେ ଉପସ୍ଥିତ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରସ୍ତୁତି ଶିବିର ଆରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାବେଶକୁ ଉଦଘାଟନ କରିଥିଲେ । ଆସନ୍ତାକାଲି ମଧ୍ୟ ଦିନତମାମ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos