‘ଓବିସିଙ୍କୁ ଅଧିକାର ନଦେଇ ରାଜ୍ୟ ସରକାର ମହାପାପ କରୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ବାରମ୍ବାର ଓବିସି ଓ ଏସଇବିସି ବର୍ଗର ଲୋକଙ୍କ ସହିତ ବାରମ୍ବାର ପ୍ରତାରଣା କରିଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କ ଅଧିକାର ପାଇଁ ପ୍ରଶ୍ନ କଲେ ବିଜେଡି ବିଳିବିଳେଇ ହେଉଛି ବୋଲି ବିଜେପି କହିଛି। ଦଳର ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତର କୋଣ ଅନୁକୋଣରେ ବାସ କରୁଥିବା ସମସ୍ତ ଓବିସି ବର୍ଗର ଲୋକଙ୍କ ପାଇଁ ଗତ କାଲି ଏକ […]

BJP

Ordigital Desk
  • Published: Thursday, 12 August 2021
  • , Updated: 12 August 2021, 10:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଜେଡି ସରକାର ବାରମ୍ବାର ଓବିସି ଓ ଏସଇବିସି ବର୍ଗର ଲୋକଙ୍କ ସହିତ ବାରମ୍ବାର ପ୍ରତାରଣା କରିଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପଛୁଆ ବର୍ଗଙ୍କ ଅଧିକାର ପାଇଁ ପ୍ରଶ୍ନ କଲେ ବିଜେଡି ବିଳିବିଳେଇ ହେଉଛି ବୋଲି ବିଜେପି କହିଛି।

ଦଳର ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତର କୋଣ ଅନୁକୋଣରେ ବାସ କରୁଥିବା ସମସ୍ତ ଓବିସି ବର୍ଗର ଲୋକଙ୍କ ପାଇଁ ଗତ କାଲି ଏକ ଯୁଗାନ୍ତକାରୀ ବା ଐତିହାସିକ ଦିନ ଥିଲା । ଲୋକସଭା ଓ ରାଜ୍ୟସଭାରେ ଐତିହାସିକ ୧୨୭ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହୋଇଛିା ଦେଶର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ଲାଗୁ କରିବା ପାଇଁ ଏହି ବିଲ୍ ପାସ୍ ହୋଇଛି ଏବଂ ସୌଭାଗ୍ୟର କଥା ଯେ ଲୋକସଭାରେ ଉପସ୍ଥିତ ସମସ୍ତ ସାଂସଦ ଏହି ବିଲ୍‌କୁ ପାରିତ କରିବା ପାଇଁ ସମର୍ଥନ ଜଣାଇଛନ୍ତି । ସ୍ୱାଧୀନତାର ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ବିଲ୍‌କୁ ଠିକ୍ ଢଙ୍ଗରେ ପାରିତ କରିବା ଏବଂ କାର୍ଯ୍ୟକାରୀ କରିବା ଦିଗରେ ପୂର୍ବ ସରକାରମାନଙ୍କର ଆନ୍ତରିକତାର ଅଭାବ ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ତେବେ ରାଜ୍ୟ ସରକାର ଆଉ କିଛି ବାହାନା ନଦେଖାଇ ତୁରନ୍ତ ଓବିସିମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ବିଜେପି କହିଛି ।

ଓଡ଼ିଶାରେ ୨୨ବର୍ଷ ଧରି ଏକ ସ୍ଥାୟୀ ସରକାର ରହିଛି କିନ୍ତୁ ରାଜ୍ୟରେ ଓବିସି ଏବେ ବି ଅବହେଳିତ । ଏଥିପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୧୯୮୦ ମସିହାରେ ବିପି ମଣ୍ଡଳଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରାଯାଇଥିଲା ଏବଂ ସେ କମିଶନ ମଧ୍ୟ ଯେଉଁ ରିପୋର୍ଟ (ମଣ୍ଡଳ କମିଶନ) ପ୍ରଦାନ କରିଥିଲେ ସେହି ରିପୋର୍ଟରେ ୨୭ ପ୍ରତିଶତ ସଂରକ୍ଷଣ ଦେବା କଥା ଉଲ୍ଲେଖ ଥିଲା । ପଛୁଆ ବର୍ଗଙ୍କ ଅଧିକାର ୧୦ବର୍ଷ ହେଲା ଫାଇଲ ତଳେ ଚାପି ହୋଇଗଲା । ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓବିସି ମାନଙ୍କୁ ତାଙ୍କ ଅଧିକାରରୁ ବଂଚିତ ଓ ସାମ୍ବିଧାନିକ ଅଧିକାରକୁ ଛଡାଇନେବା ପାଇଁ ଚକ୍ରାନ୍ତ କରି ସୁପ୍ରିମକୋର୍ଟକୁ ଯାଇଥିଲେ ।

୧୯୯୦ ମସିହାରୁ ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାର ପାଇଁ ଆଜି ମଧ୍ୟ ସରକାରଙ୍କ ସହ ପଛୁଆ ବର୍ଗର ଲୋକେ ଲଢେଇ କରୁଛନ୍ତି । ପିତାଙ୍କ ନୀତି ଅନୁସରଣ କରି ବର୍ତ୍ତମାନର ନବୀନ ପଟ୍ଟନାୟକ ନେତୃତ୍ୱାଧିନ ରାଜ୍ୟ ସରକାର ମଧ୍ୟ ଏହି ନିଷ୍ପତି ବିରୁଦ୍ଧରେ ଯାଉଛନ୍ତି । ଛଳନା ଓ ପ୍ରତାରଣା କରି ୨୦୧୪ ମସିହାରେ ରାଜ୍ୟ ସରକାର ହାଇକୋର୍ଟକୁ ଗଲେ । ଅପରପକ୍ଷରେ ଚକ୍ରାନ୍ତ କରି କିଛି କୁଚକ୍ରିଙ୍କୁ ତାହା ବିରୁଦ୍ଧରେ ସଂରକ୍ଷଣ ଅଧିକ ହୋଇଯିବା ଆଳରେ ସୁପ୍ରିମକୋର୍ଟର ନିଷ୍ପତ୍‌ତିକୁ ଦ୍ୱାହି ଦେଇ ପିଟିସନ ଦାଖଲ କରିଥିଲେ। କିନ୍ତୁ ଏବେ ସେ ପିଟିସନରମାନେ ଗଲେ କୁଆଡ଼େ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

ରାଜ୍ୟର ବିଜେଡି ସାଂସଦମାନେ ଗୋଟିଏପଟେ ସଂସଦରେ ସମର୍ଥନ ଦେଲେ ଅପରପକ୍ଷରେ ଆଉ ଏକ ଚକ୍ରାନ୍ତ ସୃଷ୍ଟି କରି ପଛୁଆ ବର୍ଗ ଲୋକମାନଙ୍କୁ ତାଙ୍କ ନ୍ୟାଯ୍ୟ ହକ୍ ପ୍ରଦାନ କରିବାରୁ ବଂଚିତ କରୁଛନ୍ତିି । ଏହା ବିଜେଡି ସରକାରର ଦୋମୁହାଁ ନୀତି ଦର୍ଶାଉଛି । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଦୀର୍ଘ ୩ ଦଶନ୍ଧି ଧରି ଓବିସିମାନଙ୍କ ସହ ରାଜ୍ୟ ସରକାର ଅନ୍ୟାୟ କରୁଛନ୍ତି । ଓଡ଼ିଶାରେ ୫୨ ପ୍ରତିଶତରୁ ଅଧିକ ଓବିସି ବର୍ଗ ଲୋକ ବାସ କରିଛନ୍ତି । ସେମାନଙ୍କଠାରୁ ତାଙ୍କ ନ୍ୟାଯ୍ୟ ହକ୍ ଛଡାଇ ନେଇ ରାଜ୍ୟ ସରକାର ମହାପାପ କରୁଛନ୍ତି ଶ୍ରୀମତୀ ସାହୁ ପ୍ରଶ୍ୱ କରିଛନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ ।

Related story