ମହିଳା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତା’ର ମହିଳା ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆଜି ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେପି ନେତ୍ରୀ […]

BJP

Ordigital Desk
  • Published: Tuesday, 24 August 2021
  • , Updated: 24 August 2021, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତା’ର ମହିଳା ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆଜି ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେପି ନେତ୍ରୀ ସୁଷମାରାଣୀ ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚାର ଅନୁଗୁଳ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବାବେଳେ ବାଲେଶ୍ୱର - ନିରୋଜ ନଳିନୀ ମହାଳିକ, ବରଗଡ଼ - ସବିତା ନନ୍ଦ, ଭଦ୍ରକ – ଶୋଭନା ମହାନ୍ତି, ଭୁବନେଶ୍ୱର - ପ୍ରତିଭା ଶତପଥୀ, ବଲାଙ୍ଗୀର - ମୁକ୍ତା ସାହୁ, ବୌଦ୍ଧ - ଇତିଶ୍ରୀ ଜେନା; କଟକ ନଗର - କାନନବାଳା ପଟ୍ଟନାୟକ, କଟକ ସଦର - ମାନସୀ ହରିଚନ୍ଦନ, ଦେବଗଡ଼ - ସଂଘମିତ୍ରା ପ୍ରଧାନ, ଢେଙ୍କାନାଳ - ଗୀତାରାଣୀ ଦାସ, ଗଜପତି - ମୀନା ଦ୍ୟାନସାମନ୍ତରାୟ,ଗଞ୍ଜାମ - ଅପର୍ଣ୍ଣା ଧୀର ସିଂହ, ଘୁମୁସୁର - କସ୍ତୁରୀ ମିଶ୍ର, ଜଗତସିଂହପୁର - ସୁମତି ଦେ, ଯାଜପୁର - ମନସ୍ମିତା ଖୁଂଟିଆ, ଝାରସୁଗୁଡ଼ା - କଳ୍ପନା ଲେଙ୍କ. କଳାହାଣ୍ଡି - ଅର୍ଚ୍ଚନା ପ୍ରଧାନ, କନ୍ଧମାଳ -ରଶ୍ମିମୟୀ ପଟ୍ଟନାୟକ, କେନ୍ଦ୍ରାପଡ଼ା - ଜୟଲକ୍ଷ୍ମୀ ମହାନ୍ତି, କେନ୍ଦୁଝର - ଲକ୍ଷ୍ମୀ ସାହୁ; ଖୋର୍ଦ୍ଧା - ନିୟତି ଗିରି, କୋରାପୁଟ -ସୁଭାଷିନୀ ପଟ୍ଟନାୟକ, ମାଲକାନଗିରି - ସୁରଭି ପାଣି,ବାରିପଦା (ମୟୂରଭଞ୍ଜ) - ରଶ୍ମି ରେଖା ଦାସ, ରାଇରଙ୍ଗପୁର (ମୟୂରଭଞ୍ଜ) - କୌଶଲ୍ୟା ନାୟକ, ନବରଙ୍ଗପୁର - ପୂର୍ଣ୍ଣିମା ନାୟକ,ନୟାଗଡ - ସଙ୍ଗୀତ ଦାସ, ନୂଆପଡା - ରଞ୍ଜିତା ପାଣିଗ୍ରାହୀ, ପୁରୀ - ସୁଭାଷିନୀ ପୃଷ୍ଟି, ରାୟଗଡା - ବବିତା ପାତ୍ର, ସମ୍ବଲପୁର - ପ୍ରତିମା ମିଶ୍ର, ସୁବର୍ଣ୍ଣପୁର - କୁନ୍ତୀ ପାଲ, ସୁନ୍ଦରଗଡ଼ - ମୀନା ସରାଫ, ବଣେଇ (ସୁନ୍ଦରଗଡ)- ପ୍ରମିଳା ଦାସ ଓ ପାନପୋଷ (ସୁନ୍ଦରଗଡ଼) - ରୋଜାଲିନ ଦାସଙ୍କୁ ଜିଲ୍ଲା ପ୍ରଭାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ।

Related story