ନେତାଜୀ ବସ୍ ଟର୍ମିନାଲର ଶୁଭ ପଡ଼ିଲା; ପ୍ରକାଶ କହିଲେ, ଏହା କେବଳ ଭେଳିକି

କଟକ(ଓଡ଼ିଶା ରିପୋର୍ଟର): କଟକରେ ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ ହୋଇଯାଇଛି। ନେତାଜୀ ଜୟନ୍ତୀ ଅବସରରେ ଆଜି ଖାନନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ଖାନନଗରରେ ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ସେହିପରି ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ […]

prakash

Jitendra Garnayak
  • Published: Saturday, 23 January 2021
  • , Updated: 23 January 2021, 02:41 PM IST

କଟକ(ଓଡ଼ିଶା ରିପୋର୍ଟର): କଟକରେ ନେତାଜୀ ବସ୍ ଟର୍ମିନାଲ୍‌ର ଶିଳାନ୍ୟାସ ହୋଇଯାଇଛି। ନେତାଜୀ ଜୟନ୍ତୀ ଅବସରରେ ଆଜି ଖାନନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟର୍ମିନାଲର ଶିଳାନ୍ୟାସ କରିଛନ୍ତି।

ଖାନନଗରରେ ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ସେହିପରି ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ।

ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ପାଉଥିବାରୁ ଖାନନଗରରେ ଏହି ବସ୍ ଟର୍ମିନାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ ହେବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂ କରିପାରିବେ।

ଅନ୍ୟପକ୍ଷରେ ଏହି ବସ୍‌ ଟର୍ମିନାଲ୍‌ର ଶିଳାନ୍ୟାସ ଏକ ଭେଳିକି ବୋଲି କହିଛନ୍ତି ବିଜେପି ନେତା ପ୍ରକାଶ ବେହେରା। ସେ କହିଛନ୍ତି, ୧୦ ବର୍ଷ ହେଲା କଟକବାସୀଙ୍କୁ ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୩ରେ ଗୋପାଳପୁରରେ ଟର୍ମିନାଲ ନିର୍ମାଣ ପାଇଁ କହିଥିଲେ। ଏବେ ଖାନ୍‌ନଗରରେ କାହିଁକି? ଗୋପାଳପୁରରେ ୪୩ରୁ ୧୩ ଏକର ଜାଗା ମିଳୁ ନଥିବାରୁ ନିଷ୍ପତ୍ତି ବଦଳାଇଛନ୍ତି। କିନ୍ତୁ ୧୩ ଏକର ଜାଗାରେ ଜବରଦଖଲକାରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ପୌର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଭେଳିକି କରୁଥିବା ସେ କହିଛନ୍ତି।

ପ୍ରକାଶ କହିଛନ୍ତି, ଏଠି ମାତ୍ର ୧୦-୧୧ ଏକର ଜମିରେ କେମିତି ବସ୍ ଟର୍ମିନାଲ ହେଉଛି। ଏହା ଆଦୌ ଆବଶ୍ୟକତା ପୂରଣ କରିପାରିବ ନାହିଁ। ଏହି ବସ୍ ଟର୍ମିନାଲ୍ କେବଳ ଏକ ଭେଳିକି। କେବଳ ପୌର ନିର୍ବାଚନ ପାଇଁ ଏହି ଭେଳିକି କରାଯାଇଛି।
https://youtu.be/YVJPlTkfzx8

Related story