ଭୁବନେଶ୍ୱରରେ ୩୦ ହଜାର କର୍ମୀଙ୍କୁ ସମ୍ବୋଧିତ କରିବେ ଜେପି ନଡ୍ଡା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ବିଜେପି ନିଜର ପ୍ରସ୍ତୁତି ଜୋରଦାର କରିଛି । ପୁରୀରେ ୩ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପ୍ରାୟ ୩୦ହଜାରରୁ ଅଧିକ କର୍ମୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ନଡ୍ଡା ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରୀୟ ସଭାପତି ହେବା ପରେ ଶ୍ରୀ ନଡ୍ଡାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ […]

JP nadda

JP nadda

Ordigital Desk
  • Published: Monday, 19 September 2022
  • Updated: 19 September 2022, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏବେଠୁ ବିଜେପି ନିଜର ପ୍ରସ୍ତୁତି ଜୋରଦାର କରିଛି । ପୁରୀରେ ୩ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପ୍ରାୟ ୩୦ହଜାରରୁ ଅଧିକ କର୍ମୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ନଡ୍ଡା ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରୀୟ ସଭାପତି ହେବା ପରେ ଶ୍ରୀ ନଡ୍ଡାଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଦଳ ପକ୍ଷରୁ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ନଡ୍ଡା ଭୁବନେଶ୍ୱର, କଟକ ଓ ପୁରୀ ଗସ୍ତରେ ଯିବେ । ଭୁବନେଶ୍ୱରରେ ସେ ଏକ ବିଶାଳ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳର ବରିଷ୍ଠ ନେତାମାନଙ୍କ ସହ ରଣନୀତି ପ୍ରସ୍ତୁତ କରିବେ । ଶ୍ରୀ ନଡ୍ଡା ତାଙ୍କ ଗସ୍ତ କାଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ବିଜେପି ଏବେବି ଓଡ଼ିଶାରେ ନିଜର ‘ମିଶନ-୧୨୦’କୁ ଫଳପ୍ରଦ କରିବା ନିମନ୍ତେ ରଣନୀତିରେ ଲାଗିଛି ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ଆସିବା ପରେ ଏହି ମିଶନକୁ ସଫଳ କରିବା ନିମନ୍ତେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୮ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସି ସମୟ ଅପଚୟ ନକରି ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେବାକୁ ଦଳର ନେତାମାନଙ୍କୁ ପରାମର୍ଶ ଦେଇଥିଲେ । ସେ ଦଳର ବୁଥକମିଟିକୁ ସୁଦୃଢ଼ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଉ ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ପ୍ରଭାରୀ ଭାବେ ସୁନୀଲ ବଂଶଲଙ୍କୁ ଦାୟିତ୍ୱ ମିଳିଛି । ଶ୍ରୀ ବଂଶଲ ବିଜେପିକୁ ୨୦୧୭ ଓ ୨୦୨୨ ମସିହାରେ ଉତ୍ତରପ୍ରଦେଶରେ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos