ଚାଷୀ ସମସ୍ୟା: ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀବିରୋଧୀ ରାଜ୍ୟ ସରକାର ବିରୁଦ୍ଧରେ ତଥା ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ ଜାରି ରଖିବାକୁ ବିଜେପି ନିଷ୍ପତ୍ତି ନେଇଛି । ଚାଷୀଙ୍କ ରୋଷରୁ ବର୍ତ୍ତିବା ପାଇଁ ନିଜ ଦାୟିତ୍ୱରୁ ଓହରି ଯାଇ ସଂପୂର୍ଣ୍ଣ ମିଛ କଥା କହି କେନ୍ଦ୍ରକୁ ଦୋଷ ଲଦି ଦେବାର ରାଜ୍ୟ ସରକାରଙ୍କ ଅପପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, […]

BJP

BJP

Ordigital Desk
  • Published: Friday, 18 November 2022
  • Updated: 18 November 2022, 10:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀବିରୋଧୀ ରାଜ୍ୟ ସରକାର ବିରୁଦ୍ଧରେ ତଥା ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ ଜାରି ରଖିବାକୁ ବିଜେପି ନିଷ୍ପତ୍ତି ନେଇଛି । ଚାଷୀଙ୍କ ରୋଷରୁ ବର୍ତ୍ତିବା ପାଇଁ ନିଜ ଦାୟିତ୍ୱରୁ ଓହରି ଯାଇ ସଂପୂର୍ଣ୍ଣ ମିଛ କଥା କହି କେନ୍ଦ୍ରକୁ ଦୋଷ ଲଦି ଦେବାର ରାଜ୍ୟ ସରକାରଙ୍କ ଅପପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ ବର୍ଷରେ ବିଭିନ୍ନ ପ୍ରକାରର କୃଷିକଲ୍ୟାଣ ଯୋଜନାର କାର୍ଯ୍ୟକାରୀ କରିଆସୁଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସରକାର କେନ୍ଦ୍ରୀୟ ଯୋଜନାର ସୁଫଳକୁ ଚାଷୀଙ୍କ ପାଖରେ ପଂଚାଇବାରେ ବିଫଳ ହୋଇ ନିଜ ଦୋଷ କେନ୍ଦ୍ର ଉପରେ ଲଦିବାରେ ବ୍ୟସ୍ତ ରହୁଛି । ସର୍ବଭାରତୀୟ ସ୍ତରରେ ଚାଷୀର ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦ ହଜାର ହୋଇ ସାରିଥିବାବେଳେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ଅମଳରେ ଓଡ଼ିଶା ଚାଷୀଙ୍କ ଆୟ ମାତ୍ର ୫ ହଜାରରେ ସୀମିତ ହୋଇ ରହିଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ କାଳ ସାଜିଥିବାର ପ୍ରମାଣିତ ହୋଇଛି । ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିି ।

ଓଡ଼ିଶାରେ ଚାଷୀଙ୍କୁ ରାଜ୍ୟ ସରକାର ସର୍ବଦା ଅବହେଳିତ କରୁଛନ୍ତିି । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି କାରଣରୁ ଚାଷୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ବୀମା କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକଂପା, ଆଜି ଚାଷୀମାନଙ୍କ ପାଇଁ କାଳ ସାଜିଛି । ବୀମା କଂପାନୀ ଟଙ୍କାରେ ଶାସକ ବିଜେଡି ନେତା ଓ ମନ୍ତ୍ରୀ ଅଜସ୍ର ଟଙ୍କା ରୋଜଗାର କରୁଛନ୍ତିି ସତ, କିନ୍ତୁ ଚାଷୀଟି ନିଜ ନ୍ୟାଯ୍ୟ ହକ୍ ପାଇବାରୁ ବଂଚିତ ହେଉଛି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଫଳ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ପ୍ରତିବାଦ କରି ଆଜିଠାରୁ ବିଧାନସଭା ସମ୍ମୁଖରେ ବିଜେପି ସତ୍ୟାଗ୍ରହ ଆରମ୍ଭ କରିଛି । ରାଜ୍ୟ ସରକାର ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରୀ ରହିବ ଏବଂ ଆଗାମୀ ଦିନରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ସମସ୍ତ ଜିଲ୍ଲାରେ କରାଯିବ ବୋଲି ଶ୍ରୀ ହରିଚନ୍ଦନ ସତର୍କ କରାଇ ଦେଇଛନ୍ତି ।

ଆଜି ଏହି ସତ୍ୟାଗ୍ରହରେ ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ସଜ୍ଜନ ଶର୍ମା, ମହେଶ୍ୱର ସାହୁ, ନୟନ କିଶୋର ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ବାଇଧର ମଲ୍ଲିକ, ସୁରଥ ବିଶ୍ୱାଳ, ଶାରଦା ପ୍ରଧାନ, ଦିଲୀପ ମଲ୍ଲିକ, ତେଜେଶ୍ୱର ପରିଡ଼ା, ରାଜେନ୍ଦ୍ର ପଣ୍ଡା, ଆଶ୍ରିତ ପଟ୍ଟନାୟକ, ସୋନାଲୀ ସାହୁ, ମହେଶ୍ୱର ମହାନ୍ତି, କାମାକ୍ଷା ପ୍ରଧାନ, ହୃଷିକେଶ ଜେନା, ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଶ୍ୱଜିତ ସ୍ୱାଇଁ, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story