୨ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଯାଜପୁର-ଭଦ୍ରକ ଜିଲ୍ଲା ସୀମା ସିଲ୍‌ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଓ ଭୋଟ୍ କରାଇବା ନିମନ୍ତେ ସରକାରୀ କର୍ମଚାରୀଙ୍କୁ ଶାସକ ବିଜେଡି ନିୟୋଜିତ କରିଛି ବୋଲି ଆଜି ବିଜେପି ଅଭିଯୋଗ କରିଛି । ୨ଜଣ ସରକାରୀ କର୍ମଚାରୀ ନିୟମ ଉଲ୍ଲଘଂନ କରି କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ତା’ର ତଥ୍ୟ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେହିପରି ବିଜେପିର ଅନ୍ୟ ଏକ […]

BJP

BJP

Ordigital Desk
  • Published: Saturday, 29 October 2022
  • Updated: 29 October 2022, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଓ ଭୋଟ୍ କରାଇବା ନିମନ୍ତେ ସରକାରୀ କର୍ମଚାରୀଙ୍କୁ ଶାସକ ବିଜେଡି ନିୟୋଜିତ କରିଛି ବୋଲି ଆଜି ବିଜେପି ଅଭିଯୋଗ କରିଛି । ୨ଜଣ ସରକାରୀ କର୍ମଚାରୀ ନିୟମ ଉଲ୍ଲଘଂନ କରି କିଭଳି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ତା’ର ତଥ୍ୟ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେହିପରି ବିଜେପିର ଅନ୍ୟ ଏକ ଟିମ୍ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଭେଟି ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ଭୋଟଗ୍ରହଣର ୩ଦିନ ପୂର୍ବରୁ ଯାଜପୁର-ଭଦ୍ରକ ଜିଲ୍ଲାକୁ ସିଲ୍ କରିବା ସହ କେନ୍ଦ୍ରୀୟ ସୁରକ୍ଷା ବଳକୁ ସୀମାରେ ମୁତୟନ ଓ ସେମାନଙ୍କ ଦ୍ୱାରା ଯାଂଚ କଡ଼ାକଡ଼ି କରିବାକୁ ଦାବି ଜଣାଇଛି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ତଥ୍ୟପ୍ରମାଣ ସହ ୨ଜଣ ସରକାରୀ କର୍ମଚାରୀ ନିର୍ବାଚନ ନିୟମ ଉଲ୍ଲଘଂନ କରିଥିବା ନେଇ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ପୂର୍ବରୁ ଏସ୍‌ଏଚଜି ମହିଳା ଓ ସରକାରୀ କର୍ମଚାରୀମାନେ ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ବିଜେପି ସିଇଓଙ୍କୁ ଅବଗତ କରିଥିଲା। ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଛି। ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଚାକିରୀରୁ ନିଲମ୍ବନ କରିନାହିଁ। ଏବେ ପୁଣି ଲଜ୍ଜ୍ୟାହୀନ ବିଜେଡି ସରକାରୀ ତହବିଲରୁ ଦରମାପ୍ରାପ୍ତ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାରରେ ଲଗାଇଛି। ଧାମନଗର ବ୍ଲକର ଗୋଠିଣା ଗାଁ ବୟାଙ୍ଗଡିହି ପଂଚାୟତର ଅନଙ୍ଗ ମଞ୍ଜରୀ ବେହେରା (ସିଆରପି) ଓ ମା’ଶାରଳା ଦେବୀ କଲେଜର କିରାଣୀ ନୃସିଂହ ଚରଣ ନନ୍ଦୀ ନିଜ ବେକରେ ବିଜୁ ଜନତା ଦଳର ଉତ୍ତରୀୟ ପକାଇବା ସହ ପୁସିଂକାର୍ଡ ଧରି ପ୍ରଚାର କରୁଥିବାର ଫଟୋର ପ୍ରମାଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି ।

ସେହିପରି ମିଶନଶକ୍ତିର ମା’ମାନଙ୍କୁ ଏବଂ ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଇବା କେଉଁ ‘ସମ୍ମାନ’ ତାହା ରାଜ୍ୟ ସରକାରଙ୍କ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । ଓଡ଼ିଶାବାସୀଙ୍କ ଟିକସ୍ ଅର୍ଥରୁ ମାସିକ ବେତନ ନେଇ ସରକାରୀ କର୍ମଚାରୀମାନେ ବିଜେଡିର ପ୍ରଚାର କରିବା କେତେଦୂର ଯଥାର୍ଥ ଏବଂ ଏହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁନାହିଁ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ କୁଚକ୍ରାନ୍ତ ଓ ହୀନ ରାଜନୀତି କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି । ଉପନିର୍ବାଚନ ହାରିବା ଭୟରେ ବିଜେଡି ବ୍ୟସ୍ତ ହୋଇ ପ୍ରଶାସନ କଳ,ବଳ ବ୍ୟବହାର କରିବା ସହ ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଉଛି । ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି । ଲେଖାଶ୍ରୀଙ୍କ ସହ ବିଜେପି ନେତ୍ରୀ ସୋନାଲି ସାହୁ, ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ଜୟନ୍ତ ଜେନା ସାମିଲ ଥିଲେ ।

ସେହିପରି ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ମଣ୍ଡଳ ଆଜି ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଭଦ୍ରକର ପାଖ ଜିଲ୍ଲା ଯାଜପୁରର ଶାସକ ଦଳର ନେତାମାନଙ୍କ ଦ୍ୱାରା ଧାମନଗରରେ ଉପନିର୍ବାଚନ ସମୟରେ ବୁଥ ଜବର ଦଖଲ, ଭୋଟରଙ୍କୁ ଭୟ ଦେଖାଇବା, ନିର୍ବାଚନ ପୂର୍ବ ଦିନ ଟଙ୍କା ବଂଟାଯିବା ଭଳି ଜଘନ୍ୟ ବେଆଇନ କରାଯିବାର ଆଶଙ୍କା ରହିଛି । ତେଣୁ ମତଦାନର ତିନି ଦିନ ପୂର୍ବରୁ ଯାଜପୁର-ଭଦ୍ରକ ଜିଲ୍ଲାର ସୀମାକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଦ୍ୱାରା ସିଲ କରିବା ସହିତ ଅନ୍ୟ ସ୍ଥାନମାନଙ୍କରେ ଯାଂଚକୁ କଡାକଡ଼ି କରିବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ଶ୍ରୀ ମହାପାତ୍ରଙ୍କ ସହ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଶ୍ରୀହର୍ଷ ସ୍ୱାଇଁ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story