ରାଜନୀତିରେ ଅପରାଧକରଣ: ୨୬ରେ ବିଜେପିର ରାଜ୍ୟବ୍ୟାପୀ ସତ୍ୟାଗ୍ରହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଶାସକ ବିଜେଡି ଦ୍ୱାରା ରାଜନୀତିର ଅପରାଧକରଣ କରାଯିବାକୁ ତୀବ୍ର ବିରୋଧ କରି ବିଜେପି ଆସନ୍ତା ୨୬ ତାରିଖରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଗତ ୨୩ବର୍ଷର ବିଜେଡି ଶାସନରେ ଦଳର ନେତାମାନଙ୍କ ଅପରାଧର ଚରାଭୂଇଁ ଓଡ଼ିଶା ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି । ୨୬ତାରିଖରେ ବିଜେଡି ନିଜର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ବିଜେପିର ଏହି ସତ୍ୟାଗ୍ରହକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି […]

BJP

BJP

Ordigital Desk
  • Published: Saturday, 24 December 2022
  • Updated: 24 December 2022, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଶାସକ ବିଜେଡି ଦ୍ୱାରା ରାଜନୀତିର ଅପରାଧକରଣ କରାଯିବାକୁ ତୀବ୍ର ବିରୋଧ କରି ବିଜେପି ଆସନ୍ତା ୨୬ ତାରିଖରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଗତ ୨୩ବର୍ଷର ବିଜେଡି ଶାସନରେ ଦଳର ନେତାମାନଙ୍କ ଅପରାଧର ଚରାଭୂଇଁ ଓଡ଼ିଶା ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି । ୨୬ତାରିଖରେ ବିଜେଡି ନିଜର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ବିଜେପିର ଏହି ସତ୍ୟାଗ୍ରହକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ୨୩ ବର୍ଷରେ ବିଜେଡିର ନିରୁଙ୍କଶ ଶାସନରେ ଓଡ଼ିଶା ଆଜି ରାଜନୀତିକ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ବିଜେଡି ଓଡ଼ିଶାବାସୀଙ୍କ କାଳ ସାଜିଛି। ଶାସକ ବିଜେଡିର ନେତା, ମନ୍ତ୍ରୀ, ବିଧାୟକମାନେ ଆଜି ହତ୍ୟା, ଯୌନ କେଳେଙ୍କାରୀର କାର୍ପଟଦାର ଏବଂ ମହିଳା ବିରୋଧୀ ହିଂସାର ମୁଖ୍ୟ ଖଳନାୟକ ସାଜିବା ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ବିଜେଡିର ମୁଖା ଖୋଲିଯିବା ଭୟରେ କିଛି ଦିନ ତଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଦିବ୍ୟଶଙ୍କରଙ୍କ ଘନିଷ୍ଠ ସହଯୋଗୀ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରେ ପୁଲିସ ସାହାଯ୍ୟରେ ହତ୍ୟା କରାଗଲା ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀକୁ ନେଇ ମାହାଙ୍ଗା ମର୍ଡର ଘଟଣାର ୧୩ ନମ୍ବର ମୁଦାଲା ଭାବେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବାକୁ ଯାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ମଧ୍ୟ ଟ୍ରକ ଚଢାଇ ହତ୍ୟା କରାଗଲା । ବହୁଚର୍ଚ୍ଚିତ ନିମାପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ତାଙ୍କ ମୃତ୍ୟୁ ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାଶ ଦାୟୀ ବୋଲି ନିଜ ମୃତ୍ୟୁ ପୂର୍ବରୁ କହିଥିଲେ । ନୟାଗଡ଼ର ପରୀ ହତ୍ୟା ଘଟଣାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ସଂପୃକ୍ତି ସଂପର୍କରେ ଅଭିଯୋଗକୁ ରାଜ୍ୟ ସରକାର ଖଣ୍ଡନ କରିବା ସହିତ ଏବେ ସୁଦ୍ଧା କୌଣସି ଗୋଟିଏ ଘଟଣାରେ ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଲୋକଲୋଚନକୁ ଆସିପାରିଲା ନାହିଁ । ଏପରିକି ବିଜେଡି ମୁଖିଆ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ ନାହିଁ । ଅନ୍ୟପକ୍ଷରେ ଶାସକ ବିଜେଡିର ନେତାମାନଙ୍କ ବିରୁଦ୍ଧରେ ଥିବା ପ୍ରମାଣକୁ ନଷ୍ଟ କରିବାରେ ରାଜ୍ୟ ସରକାର ରେକର୍ଡ଼ ସୃଷ୍ଟି କରିଛନ୍ତି । ବିଜୁ ଜନତା ଦଳର କ୍ରମାଗତ ଶାସନ ସତ୍ତ୍ୱେ ଓଡ଼ିଶା ମହିଳା ବିରୋଧୀ ହିଂସାର ସମସ୍ତ ମାପଦଣ୍ଡରେ ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ଆସିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ତେଣୁ ଓଡ଼ିଶାରେ ରାଜନୀତିର ଅପରାଧୀକରଣ ଓ ନାରୀ ହିଂସା ଓ ନିର୍ଯାତନାର କ୍ରମାଗତ ବୃଦ୍ଧି ବିରୋଧ କରି ବିଜେପି ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ଘଂଟିଆ ସତ୍ୟାଗ୍ରହ ପାଳନ କରିବ । ବିଜେପି କର୍ମକର୍ତ୍ତାଙ୍କ ସମେତ ସାଧାରଣ ନାଗରିକଙ୍କୁ ମଧ୍ୟ ଏହି ସତ୍ୟାଗ୍ରହରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲେଖାଶ୍ରୀ ସମାନ୍ତସିଂହାର, ଠାକୁର ରଞ୍ଜିତ ଦାସ ଓ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story