ନିଜ ନିର୍ବାଚନମଣ୍ଡଳୀକୁ ଖୁବଶୀଘ୍ର ଯିବେ ମୁଖ୍ୟମନ୍ତ୍ରୀ, ବର୍ଷେ ହେଲାଣି ଯାଇନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କେତେକ ପ୍ରକଳ୍ପ ଉଦଘାଟନ କରିବା ସହ ଖୁବଶୀଘ୍ର ହିଞ୍ଜିଳି ଯିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ନିଜ ନିର୍ବାଚନମଣ୍ଡଳୀକୁ ଯାଇନାହାନ୍ତି। ମୁଖ୍ୟମନ୍ତ୍ରୀ ଆଜି ନିଜ ନିର୍ବାଚନମଣ୍ଡଳୀର ହିଞ୍ଜିଳି ପୌର ପରିଷଦ ଅଂଚଳରେ ୨୮କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଉଦଘାଟନ କରିିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ […]

naveen-patnaik

Ordigital Desk
  • Published: Thursday, 11 February 2021
  • , Updated: 11 February 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ କେତେକ ପ୍ରକଳ୍ପ ଉଦଘାଟନ କରିବା ସହ ଖୁବଶୀଘ୍ର ହିଞ୍ଜିଳି ଯିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ନିଜ ନିର୍ବାଚନମଣ୍ଡଳୀକୁ ଯାଇନାହାନ୍ତି। ମୁଖ୍ୟମନ୍ତ୍ରୀ ଆଜି ନିଜ ନିର୍ବାଚନମଣ୍ଡଳୀର ହିଞ୍ଜିଳି ପୌର ପରିଷଦ ଅଂଚଳରେ ୨୮କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଉଦଘାଟନ କରିିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଂଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ। କୋଭିଡ୍ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବଶୀଘ୍ର ହିଞ୍ଜିଳି ଗସ୍ତ କରି ସାଧାରଣ ଲୋକଙ୍କୁ ଭେଟିବେ ବୋଲି କହିଛନ୍ତି। ହିଞ୍ଜିଳିର ଜନସାଧାରଣଙ୍କ ସୁଖଦୁଃଖ, ସବୁଥିରେ ସେମାନଙ୍କ ସହ ସେ ରହିଛନ୍ତି ଓ ଆଗକୁ ମଧ୍ୟ ରହିଥିବେ। କରୋନା ମହାମାରୀ ସହ ଗଞ୍ଜାମ ଯେପରି ଲଢ଼ିଲା ତାକୁ ସାରା ବିଶ୍ୱ ଦେଖିଛି। ଗଞ୍ଜାମର ସଫଳତା ସାରା ବିଶ୍ୱରେ ପ୍ରଂଶସା ପାଇଛି। ସେଥିପାଇଁ ପଂଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା ଓ କୋଭିଡ୍ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଇଥିଲେ। କୋଭିଡ୍ ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବିପଦ ପୁରା ଦୂର ହୋଇନଥିବାରୁ ସାବଧାନ ରହିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ହିଞ୍ଜିଳି ସହରର ବିକାଶ ପାଇଁ ୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା। ଆଧୁନିକ ସହରଗୁଡ଼ିକରେ ମିଳୁଥିବା ବିଭିନ୍ନ ସୁବିଧା ହିଞ୍ଜିଳିବାସୀ ଯେପରି ପାଇବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟର ଛୋଟ ଛୋଟ ସହରର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅଂଚଳର ବିକାଶ ଉପରେ ସେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ପରିଚାଳନା କରିଥିବାବେଳେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ।

Related story