ନବୀନଙ୍କ ‘ଜିଲ୍ଲା’ କାର୍ଡ: ଆଉ ୪ ସ୍ଥାନରେ ସମାନ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ଚାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’କୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏବେ ରାଜ୍ୟର ଅନ୍ୟ ଭାଗରେ ସମାନ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ଜୋର ଧରିବାର ଆଶଙ୍କା ଦେଖାଦେଇଛି । ୧୯୯୩ ମସିହାରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇବା ପରଠୁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ଜିଲ୍ଲା […]

BJD

BJD

Ordigital Desk
  • Published: Wednesday, 16 November 2022
  • Updated: 16 November 2022, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ଚାପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ‘ପଦ୍ମପୁର’କୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏବେ ରାଜ୍ୟର ଅନ୍ୟ ଭାଗରେ ସମାନ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ଜୋର ଧରିବାର ଆଶଙ୍କା ଦେଖାଦେଇଛି ।

୧୯୯୩ ମସିହାରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇବା ପରଠୁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ଜିଲ୍ଲା ଦାବି ଜୋର ଧରିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉନଥିବା ନବୀନ ପଟ୍ଟନାୟକ ସରକାର ଏବେ ଭୋଟ୍ ଜିତିବା ପାଇଁ ନେଇଥିବା ନିଷ୍ପତ୍ତି ରାଜ୍ୟର ଅନ୍ୟ ଭାଗରେ ଜନ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ସହ ନିର୍ଣ୍ଣାୟକ ମୋଡ଼ ନେବା ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ରହିଛି । ବିଶେଷକରି ଟିଟିଲାଗଡ଼ରେ ଦୀର୍ଘଦିନ ଧରି କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ପର୍ଯ୍ୟାୟରେ ଜନ ଆନ୍ଦୋଳନ ସହ ବନ୍ଦ ଆଦି ପାଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ ମଧ୍ୟ ଏବେ କେବଳ ପଦମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ନବୀନଙ୍କ ପ୍ରତିଶ୍ରୁତି ସେମାନଙ୍କ ଆନ୍ଦୋଳନରେ ‘ନିଆଁରେ ଘିଅ’ ଢ଼ାଳିବା ସଦୃଶ ହୋଇଛି । କେବଳ ଟିଟିଲାଗଡ଼ ନୁହେଁ, ରାଉରକେଲା, ମୟୂରଭଞ୍ଜ ଓ ବ୍ରହ୍ମପୁରରେ ମଧ୍ୟ ନୂଆ ଜିଲ୍ଲା ଦାବି ହୋଇ ଆସୁଛି ।

ସୂଚନା ଅନୁସାରେ, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ଦାବିରେ ଦୀର୍ଘଦିନ ଧରି ଜନ ଆନ୍ଦୋଳନ ଚାଲିଥିବାବେଳେ ୨୦୧୭ ଡିସେମ୍ବର ମାସରେ ବିଧାନସଭାରେ ରାଜ୍ୟ ସରକାର ରୋକଠୋକ୍ ଭାବେ ଜିଲ୍ଲା ମାନ୍ୟତା ଦେବାର କୌଣସି ଯୋଜନା ନାହିଁ ବୋଲି କହିଥିଲେ । କିନ୍ତୁ ଏବେ ପଦ୍ମପୁରରେ ଉପନିର୍ବାଚନ ଯୋଗୁ ସ୍ଥାନୀୟ ଭୋଟରଙ୍କ ଚାପରେ ତରବରିଆ ଭାବେ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ହେଉଥିବା ଜିଲ୍ଲା ମାନ୍ୟତା ଦାବିକୁ ଅଣଦେଖା ତଥା ଏହାର ସାଇଡ୍ ଇଫେକ୍ଟ ଓଡ଼ିଶା ଉପରେ କ’ଣ ପଡ଼ିବ ତାହା ଆକଳନ ନକରି ଭୋଟ୍ ପାଇଁ ଜିଲ୍ଲା ମାନ୍ୟତା ଦେବା ଘୋଷଣା କରିଦେବା ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ବେଶ୍ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି ।

ବିଶେଷକରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ସେଠକାର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଉପାୟରେ ବନ୍ଦ ପାଳନ ସହ ଦାବି କରିଆସୁଛି । ଜିଲ୍ଲାର ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ବିଜେଡି ସରକାର ଜିଲ୍ଲା ମାନ୍ୟତା ଦାବି ପ୍ରତି ସକରାତ୍ମକ ଅଛନ୍ତି ଓ ସେ ଦିଗରେ ପଦକ୍ଷେପ ନିଆଯାଉଥିବା କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ପଦମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପରେ ଟିଟିଲାଗଡ଼ରେ ଚାଲିଥିବା ଜନ ଆନ୍ଦୋଳନ କେଉଁ ରୂପ ଧାରଣ କରିବ ତାକୁ ନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ହରଡ଼ଘଣାରେ ପଡ଼ିଛନ୍ତି । ବଲାଙ୍ଗିର ଜିଲ୍ଲାର ମୋଟ ୩ଟି ଉପଖଣ୍ଡର ୧୪ଟି ବ୍ଲକ୍ ମଧ୍ୟରୁ ୫ଟି ବ୍ଲକ ଓ ମୋଟ ୨୯୬ଟି ପଂଚାୟତ ମଧ୍ୟରୁ ୧୧୦ଟି ପଂଚାୟତକୁ ନେଇ ନୂଆ ପ୍ରସ୍ତାବିତ ଜିଲ୍ଲା(ଟିଟିଲାଗଡ଼)ରେ ରଖିବାକୁ ଦାବି ହୋଇ ଆସୁଛି । ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାରେ ୧୬.୪୮ଲକ୍ଷ ଲୋକ ଓ ଏହାର ଭୌଗଳିକ ପରିସୀମା ୬୫୭୫ବର୍ଗ କିମି ରହିଛି । ଜନସଂଖ୍ୟା, ଭୌଗଳିକ ସ୍ଥିତି ଓ ସାଂସ୍କୃତିକ ସମ୍ବନ୍ଧକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ର ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ବେଶ୍ ବଳିଷ୍ଠ ରହିଛି ।

ସେହିପରି ୧୯୯୩ ଜିଲ୍ଲା ପୁର୍ନଗଠନବେଳେ ତତକାଳୀନ ବିଜୁ ପଟ୍ଟନାୟକ ସରକାର ବିଭିନ୍ନ କାରଣରୁ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ସେସବୁ ଜିଲ୍ଲାକୁ ଅକ୍ଷତ ରଖିଥିଲେ । ମାତ୍ର ମୋଟ ୪ଟି ସବଡିଭିଜନ, ୨୬ଟି ବ୍ଲକ ଓ ୨୪ଟି ତହସିଲକୁ ନେଇ ଗଠିତ ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ନୂଆ ଜିଲ୍ଲା ଗଠନ ଦାବି ଦୀର୍ଘଦିନ ଧରି ଲାଗି ରହିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନେତାମାନେ ମୟୂରଭଞ୍ଜକୁ ୨ଟି ଜିଲ୍ଲାରେ ବିଭକ୍ତ କରାଯିବାକୁ ନେଇ ସରକାର ଯୋଜନା କରୁଥିବା ନେଇ ସ୍ଥାନୀୟ ବାମନଘାଟି ବିକାଶ ପରିଷଦକୁ ଭେଳିକି ଦେଖାଇଥିଲେ । ୨୦୧୧ ଜନଗଣନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ମୋଟ ଜନସଂଖ୍ୟା ୨୫.୧୯ଲକ୍ଷ(୧୫ଲକ୍ଷ ଆଦିବାସୀ) ଥିବାବେଳେ ଏହାର ପରିସୀମା ୧୦୪୧୮ବର୍ଗକିମି । ବାରିପଦା ଓ କପ୍ତିପଦା ଉପଖଣ୍ଡକୁ ନେଇ ମୟୂରଭଞ୍ଜ ୱେଷ୍ଟ (ବାରିପଦାରେ ମୁଖ୍ୟାଳୟ) ଏବଂ ବାମନଘାଟି ଓ ପଂଚପିଢ଼ ଉପଖଣ୍ଡକୁ ନେଇ ମୟୂରଭଞ୍ଜ ଇଷ୍ଟ(ରାଇରଙ୍ଗପୁରରେ ମୁଖ୍ୟାଳୟ) ଜିଲ୍ଲା ଗଠନ କରିବାକୁ ଦାବି ହୋଇ ଆସୁଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟଠୁ ୧୧୦କିମି ଦୂରରେ ଥିବା ରାଉରକେଲା(ପାନପୋଷ ଉପଖଣ୍ଡ)କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଦୀର୍ଘଦିନ ଧରି ହୋଇ ଆସୁଛି । ୧୯୯୩ ମସିହାରେ ମଧ୍ୟ ଏହି ଦାବି ହୋଇଥିଲା । ଜିଲ୍ଲାରେ ୧୭ଟି ବ୍ଲକ ଓ ୧୮ଟି ତହସିଲ ଥିବାବେଳେ ରାଉରକେଲାକୁ ଜିଲ୍ଲା ଦାବି ନେଇ ନାଗରିକ ସଂଗଠନ ଦୀର୍ଘଦିନ ଧରି ଦାବି କରି ଆସୁଛି । କିନ୍ତୁ ୨୦୧୮ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ରାଉରକେଲାକୁ ଜିଲ୍ଲା ମାନ୍ୟତା ଦେବାର କୌଣସି ପ୍ରସ୍ତାବ ନାହିଁ କହି ଫାଙ୍କି ଦେଇଥିଲେ । ଯଦିଓ ୨୦୧୧ ଜନଗଣନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ଜନସଂଖ୍ୟା ୨୦.୯୩ ଲକ୍ଷ ଓ ଏହାର ଭୌଗଳିକ ପରିସୀମା ୯୭୧୨ ବର୍ଗକିମି ରହିଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବ୍ରହ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ସ୍ୱଦେଶୀ ଜାଗରଣ ମଂଚ ଦୀର୍ଘଦିନ ଧରି ଜନ ଆନ୍ଦୋଳନ ଚଳାଇ ଆସୁଛି । ଜିଲ୍ଲାର ମୋଟ ୨୨ଟି ବ୍ଲକ ଓ ୧୮ଟି ପୌରାଂଚଳରେ ୩୫.୨୯ଲକ୍ଷ (୨୦୧୧ ଜନଗଣନା) ରହୁଥିବାବେଳେ ଏହାର ପରିସୀମା ୮୦୭୦ବର୍ଗ କିମି । ଗଞ୍ଜାମ ଜିଲ୍ଲାର ୪ଟି ଉପଖଣ୍ଡ ମଧ୍ୟରୁ ୨ଟି ଉପଖଣ୍ଡକୁ ନେଇ ବ୍ରହ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ଏହି ସବୁ ସ୍ଥାନରେ ହେଉଥିବା ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ଅପେକ୍ଷାକୃତ ବଳିଷ୍ଠ । ବରଗଡ଼ ଜିଲ୍ଲାରେ ମୋଟ ୨ଟି ଉପଖଣ୍ଡର ୧୨ଟି ବ୍ଲକ ଥିବାବେଳେ ୧୪.୮୧ଲକ୍ଷ ଲୋକ(୨୦୧୧ ଜନଗଣନା) ଥିବାବେଳେ ଏହାର ପରିସୀମା ୫୮୩୭ ବର୍ଗ କିମି ।

ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପନିର୍ବାଚନ ପାଇଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ଘୋଷଣା କରିବା ପରେ ଟିଟିଲାଗଡ଼, ରାଉରକେଲା, ମୟୂରଭଞ୍ଜ ଓ ବ୍ରହ୍ମପୁରରେ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି ଶାସକ ବିଜେଡି ପାଇଁ ୨୦୨୪ ନିର୍ବାଚନ ନିମନ୍ତେ ଏକ ସତର୍କଘଂଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story