ବଢ଼ିଲା କ୍ୟାପ୍‌ଟେନ୍‌ଙ୍କ ଅଡୁଆ, ତେଜୁଛି ଇସ୍ତଫା ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ପୁଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ଓ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ୍‌ରୁ ମୃତଦେହ ଉଦ୍ଧାର ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି। ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଛି। ଫାଟକ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଦଳୀୟ କର୍ମୀ। ମାଷ୍ଟର କ୍ୟାଣ୍ଟିନ […]

Dibya Shankar Mishra

Manoranjan Sial
  • Published: Tuesday, 19 October 2021
  • , Updated: 19 October 2021, 08:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ପୁଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ଓ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ୍‌ରୁ ମୃତଦେହ ଉଦ୍ଧାର ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ଓ ବିଜେପି।

ଆଜି ଅପରାହ୍ନରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଛି। ଫାଟକ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଦଳୀୟ କର୍ମୀ। ମାଷ୍ଟର କ୍ୟାଣ୍ଟିନ ଛକରେ ମଧ୍ୟ ଜୋରଦାର ପ୍ରତିବାଦ କରିଛି ଦଳ। ସେପଟେ ମନ୍ତ୍ରୀଙ୍କ ଜିଲ୍ଲା କଳାହାଣ୍ଡିରେ ପ୍ରତିବାଦର ନିଆଁ ଜଳୁଛି। ଭବାନୀପାଟଣା ଟାଉନ ଥାନା ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ସହ ପୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦିବ୍ୟଶଙ୍କରଙ୍କ ପୋଷ୍ଟର।

ସେପଟେ କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସାମ୍ୱାଦିକ ସମ୍ମିଳନୀ କରି ମହାଲିଙ୍ଗ କଲେଜରେ ସେକ୍ସ ରାକେଟ୍‌ ଚାଲିଥିବାର ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଛାତ୍ରୀମାନଙ୍କୁ ମାର୍କ ବଢ଼ାଇବାର ପ୍ରଲୋଭନ ଦେଖାଇ ସେଠାରେ ଚାଲିଥିଲା ଦେହ ବେପାର। ସାଲୁଜା ଆହୁରି ଗୁରୁତର ଅଭିଯୋଗ ଆଣି କହିଛନ୍ତି, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର କଲେଜକୁ ଯାଉଥିଲେ। ଏପରିକି ସେଠାରେ ରାତ୍ରୀ ଯାପନ କରୁଥିଲେ। ଘଟଣାର ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ସାଲୁଜା।

ବିଜେପି ରାଜ୍ୟ ସଭାପତି ସମୀରଞ୍ଜନ ମହାନ୍ତି ଘଟଣାକୁ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଘଟଣାରେ ଯେଉଁମାନଙ୍କର ସଂପୃକ୍ତି ଅଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାଷ୍ଠାନ ଦାବି କରିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦଳ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସେପଟେ ଆଇନ ତା’ ବାଟରେ ଯିବ ଓ ଦୋଷୀ ନିଶ୍ଚିତ ଦଣ୍ଡ ପାଇବ ବୋଲି କହିଛି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟରେ ଚାଲିଥିବା କେଳେଙ୍କାରୀ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। କଲେଜକୁ ବିଭିନ୍ନ ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ମିଳିଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ। ଏପରିକି ମହାଲିଙ୍ଗରେ ନିର୍ମାଣଧୀନ ଷ୍ଟାଡିୟମ୍‌ର ଠିକା କାମ ମଧ୍ୟ କଲେଜ ମାଲିକ ଗୋବିନ୍ଦ ସାହୁ ପାଇଥିଲେ। ଅଭିଯୋଗ ଅନୁସାରେ କଲେଜ ପରିସରରେ ସେକ୍ସ ରାକେଟ୍‌ ଠୁ ଆରମ୍ଭ କରି ସବୁ ପ୍ରକାର ଅନୈତିକ କାମ ଚାଲୁଥିଲା। ୨୦୧୩ ମସିହାରେ ଏହି କଲେଜରୁ ପ୍ରଶ୍ନପତ୍ର ଲିକ ମାମଲାରେ ସୁପରିଟେଣ୍ଡଣ୍ଟଙ୍କୁ ପୁଲିସ ଗରିଫ କରିଥିଲା। କଲେଜରେ ନାନା କେଳେଙ୍କାରୀ ଚାଲିଥିବା ସତ୍ତ୍ୱେ ଏହି ଅନୁଷ୍ଠାନକୁ ପ୍ରହୋତ୍ସାନ ଦେଉଥିଲେ ଖୋଦ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କେବଳ ଦିବ୍ୟଶଙ୍କର ନୁହନ୍ତି କଲେଜର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଓ ଜ୍ୟୋତି ପାଣିଗ୍ରାହୀ ସାମିଲ ମଧ୍ୟ ହୋଇ ଗୋବିନ୍ଦଙ୍କ ଗୁଣ ଗାନ କରିଥିଲ।

Related story