‘ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍, ୧୫୦କୋଟି ଟଙ୍କାର ଟେଣ୍ଡରରେ ଫିକ୍ସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ହୋଇଥିବା ୧୫୦କୋଟି ଟଙ୍କାର ଟେଣ୍ଡର ସମ୍ପୂର୍ଣ୍ଣ ଭାବେ ଫିକ୍ସି ହୋଇଛି ଓ କିଛି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ପାଇଁ ରାଜ୍ୟ ସରକାର ଏଭଳି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ପଂଚାୟତିରାଜ ବିଭାଗରେ ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡରରେ ବ୍ୟାପକ ଅନିୟମିତତା […]

congress

Ordigital Desk
  • Published: Friday, 03 September 2021
  • , Updated: 03 September 2021, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ହୋଇଥିବା ୧୫୦କୋଟି ଟଙ୍କାର ଟେଣ୍ଡର ସମ୍ପୂର୍ଣ୍ଣ ଭାବେ ଫିକ୍ସି ହୋଇଛି ଓ କିଛି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇବା ପାଇଁ ରାଜ୍ୟ ସରକାର ଏଭଳି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ, ପଂଚାୟତିରାଜ ବିଭାଗରେ ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡରରେ ବ୍ୟାପକ ଅନିୟମିତତା ଓ ଚଂଚକତା ହୋଇଛି। ସ୍ୱଛ ଶାସନର ଆବରଣ ତଳେ ରାଜ୍ୟର ବିଜେଡି ସରକାର କିପରି ଦୁର୍ନୀତି ଓ ପ୍ରିୟାପ୍ରୀତିରେ ଲିପ୍ତ ଅଛନ୍ତି ତା’ର ଆଉ ଏକ ନମୁନା ହେଉଛି ଗତ ଏପ୍ରିଲ ୪ ତାରିଖରେ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର। ଏହି ଟେଣ୍ଡର ପ୍ରକ୍ରିୟା ଓ ଟେଣ୍ଡର ଦସ୍ତାବିଜରୁ ଏଥିରେ ଦୁର୍ନୀତି ହୋଇଥିବାର ସ୍ୱଷ୍ଟ ପ୍ରମାଣ ମିଳିଛି। ପଂଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ୧୫୦ କୋଟି ଟଙ୍କାର ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନୀକୁ ସହାଇଲା ଭଳି ବ୍ୟବସ୍ଥା କରାଯାଇଛି । ୨୯ଟି ଜିଲ୍ଲାକୁ କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟରେ ବାଣ୍ଟି ଦେବାକୁ ଏଭଳି ମସୁଧା କରାଯାଇଛି। ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ୍ତ ଧାର୍ଯ୍ୟ କରାଯାଇଛି। ନୂଆ ଟେକନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯-୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି।

କଂଗ୍ରେସ ଅଭିଯୋଗ କରିଛିି ଯେ, ଟେଣ୍ଡର ବିଜ୍ଞପ୍ତିରେ ଏଲଇଡି ଲାଇଟର ଗୁଣବ । ସହ ସାଲିସ୍ କରାଯାଇଛି। ଏହି ଚଚଂକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯିବା ସହ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁଳ୍କ ସରକାର ବହନ କରିବେ। ଟେଣ୍ଡର କାଗଜରେ ପ୍ରତି ୟୁନିଟ୍ କ୍ଲଷ୍ଟର ପାଇଁ ୧ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ। ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ମାତ୍ର ୫ଟି କମ୍ପାନିଙ୍କୁ ଯଥା:- ବଜାଜ, ଫିଲିପ୍ସ, କ୍ରମ୍ପଟନ୍‌, ହାଭେଲ୍ସ, ସୂର୍ଯ୍ୟା ରୋଶନୀ ଏଲଇଡି ଲାଇଟ ଯୋଗାଣ ପାଇଁ କେବଳ ଅନୁମୋଦନ କରାଯାଇଛି। ଏହି ୫ଟି କମ୍ପାନୀ ଭିତରୁ ସୂର୍ଯ୍ୟା ରୋଶନୀର ମାଲିକ ଜଣେ ବିଜେପି ସାଂସଦ । ଟେଣ୍ଡର ପାଇଁ ଏହି କମ୍ପାନୀକୁ ଯୋଗ୍ୟ କରାଯିବା ପଛରେ କ’ଣ ରହସ୍ୟ ଅଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ସର୍ବଭାରତୀୟସ୍ତରର ଅନ୍ୟ ପ୍ରମୁଖ କମ୍ପାନୀକୁ କାହିଁକି ଏଥିରୁ ବାଦ୍ ଦିଆଯାଇଛି । ତେଣୁ ଏଥିରୁ ଜଣାପଡ଼ୁଛି ଯେ, ଏଭଳି ଟେଣ୍ଡର ଫିକ୍ସି ଯୋଗୁ ରାଜକୋଷକୁ କ୍ଷତି ହେଉଥିବାବେଳେ, ନେତା, ମନ୍ତ୍ରୀ ଓ ଅଫିସରମାନଙ୍କର ପକେଟକୁ ଗରମ କରିବାର ଏହା ଏକ ସୁଚିନ୍ତିତ ଯୋଜନା ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ତେଣୁ ତୁରନ୍ତ ସରକାର ନିଜର ସ୍ୱଚ୍ଛତା ପ୍ରତିପାଦନ ପାଇଁ ଟେଣ୍ଡର ଦସ୍ତାବିଜରେ ସଂଶୋଧନ କରି ସାନି ଟେଣ୍ଡର ଡାକନ୍ତୁ ବୋଲି କଂଗ୍ରେସ ଦାବି କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Related story