ନଦୀରେ ଘାଇ ମନୁଷ୍ୟକୃତ, ସିବିଆଇ ତଦନ୍ତ କରୁ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ରାମେଶ୍ୱର ଘାଇ ମନୁଷ୍ୟକୃତ ଓ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏଥିପାଇଁ ଏହାର ତଦନ୍ତଭାର ସିବିଆଇକୁ ଦେବା ପାଇଁ କଂଗ୍ରେସ ଦାବି କରିଛି। ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କରିବା ସହ ମନୁଷ୍ୟକୃତ ଘାଇ ହୋଇଥିବା ସ୍ଥାନକୁ ମଧ୍ୟ ବୁଲି ଦେଖିଥିଲେ। ରାମେଶ୍ୱର ଘାଇର ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ […]

congress

Manoranjan Sial
  • Published: Thursday, 03 September 2020
  • , Updated: 03 September 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ରାମେଶ୍ୱର ଘାଇ ମନୁଷ୍ୟକୃତ ଓ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏଥିପାଇଁ ଏହାର ତଦନ୍ତଭାର ସିବିଆଇକୁ ଦେବା ପାଇଁ କଂଗ୍ରେସ ଦାବି କରିଛି।

ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କରିବା ସହ ମନୁଷ୍ୟକୃତ ଘାଇ ହୋଇଥିବା ସ୍ଥାନକୁ ମଧ୍ୟ ବୁଲି ଦେଖିଥିଲେ। ରାମେଶ୍ୱର ଘାଇର ନଦୀବନ୍ଧର ସ୍ଥିତି ପରିଦର୍ଶନ ବେଳେ ଯେତିକି ପାଣି ନଈରେ ପ୍ରବାହିତ ହୋଇଛି ସେଥିରେ ଘାଇ ହେବାର ପ୍ରଶ୍ନ ଉଠୁନି ବୋଲି ପ୍ରତିନିଧି ମଣ୍ଡଳୀ ହୃଦୟଙ୍ଗମ କରିଥିଲେ। ଏହି ସୁଦୃଢ଼ ରାସ୍ତାକୁ ଡିନାମାଇଟ ଜରିଆରେ ବିସ୍ଫୋରଣ କରି ଉଡାଇ ଦିଆଯାଇଥିବା ସ୍ଥାନୀୟ ଅଂଚଳର ଲୋକମାନେ ପ୍ରତନିଧିମଣ୍ଡଳୀକୁ କହିଥିଲେ। ସେହି ଅଂଚଳରେ ଅନେକ କ୍ଷୟକ୍ଷତି ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଠିକ୍ ଭାବରେ ହେଉନଥିବା ଦୃଷ୍ଟିଗୋଚର ହୋଇଥିଲା। ବିଶେଷକରି ଦତ୍ତପୁର ଘାଇ ଅଂଚଳରେ ରିଲିଫ କ୍ୟାମ୍ପରେ ରହୁଥିବା ଲୋକମାନଙ୍କୁ ଏବେସୁଦ୍ଧା କେବଳ ୬ଶହଗ୍ରାମ ଚୁଡ଼ା ଓ ଦୁଇକେଜି ଚାଉଳ ଯୋଗାଯାଇଥିବା ସାଧାରଣଲୋକ ଅଭିଯୋଗ କରିଥିଲେ। ଏନେଇ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଯାଜପୁର ଜିଲ୍ଳାପାଳଙ୍କୁ ଅବଗତ କରାଇବା ସହ ଖୁବ୍‌ଶୀଘ୍ର ବନ୍ୟାଦ୍ୱାରା ବିସ୍ତାପିତ ହୋଇଥିବା ଲୋକମାନଙ୍କୁ ୧୫ଦିନ ପାଇଁ ରନ୍ଧାଖାଦ୍ୟ, ପଶୁମାନଙ୍କ ପାଇଁ ଗୋଖାଦ୍ୟ ଓ ପଲିଥିନ ଦେବାପାଇଁ ପରାମର୍ଶ ଦେଇଥିଲେ।

ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲାକୋତପୁର ପଂଚାୟତର ରାମେଶ୍ୱର, ଦଶରଥପୁର ବ୍ଲକର ବୈତିରଣୀ ଓ ବ୍ରହ୍ମଣୀ ନଦୀର ଶାଖା କାଣିକେଲୁଅ ନଦୀରେ ସୃଷ୍ଟି ହୋଇଥିବା ଘାଇ ଅଂଚଳ ପରିଦର୍ଶନ କରିଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟମନୁଷ୍ୟକୃତ ଘାଇମାନଙ୍କର ସୃଷ୍ଟିକାରୀମାନଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରିବାନେଇ ଦାବି ରଖିଥିଲେ। ଆଗାମୀ ଦିନେ ଦୁଇଦିନ ଭିତରେ ଯାଜପୁର ଜିଲ୍ଳାର ସର୍ବାଧିକ କ୍ଷତିଗ୍ରସ୍ତ ବରୀଅଂଚଳକୁ ମଧ୍ୟ ପ୍ରତିନିଧି ମଣ୍ଡଳୀ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସୂଚନା ଦେଇଥିଲେ। ଗତ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶାର ପ୍ରଭାବିତ ୨୦ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ କ୍ଷୟକ୍ଷତି ଯାଜପୁର ଜିଲ୍ଲାରେ ହୋଇଛି ବୋଲି ପ୍ରତିନିଧି ଦଳ ଅନୁଭବ କରିଛନ୍ତି।

ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ, ଜ୍ଞାନଦେବ ବେଉରା, ଚିନ୍ମୟ ସୁନ୍ଦର ଦାସ, ଯାଜପୁର ଜିଲ୍ଲା ସଭାପତି ମନୋଜ କୁମାର ରାଉତଙ୍କ ସହିତ ନାରୀନେତ୍ରୀ ସ୍ମୃତିରେଖ ପହୀ, ବନ୍ଦିତା ପରିଡ଼ା, ସନ୍ତୋଷ ନନ୍ଦ, ପୂର୍ବତନ ସାଂସଦ ଅଂଚଳ ଦାସ, ଶ୍ରୀନାଥ ମିଶ୍ର, କିଷାନ ପଣ୍ଡା, ସଞ୍ଜିବ ମହାନ୍ତି, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ମାନସ ଆଚାର୍ଯ୍ୟ, ଆଲୋକ ବେହେରା, ଦୀପକ ମହାପାତ୍ର ଆଦି ନେତାମାନେ ସାମିଲ ଥିଲେ।

Related story