ଷ୍ଟାଫ ସିଲେକ୍ସନ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି। ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଛି। ତେଣୁ ଏହି ଦୁର୍ନୀତିର ନ୍ୟାୟିକ ଯାଂଚ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହାସହିତ କମିଶନ ଅଧ୍ୟକ୍ଷ, ସଦସ୍ୟ ଓ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କୁ ଅବିଳମ୍ବେ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି କଂଗ୍ରେସ କହିଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର […]

congress1

Ordigital Desk
  • Published: Thursday, 05 August 2021
  • , Updated: 05 August 2021, 11:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି। ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଛି। ତେଣୁ ଏହି ଦୁର୍ନୀତିର ନ୍ୟାୟିକ ଯାଂଚ କରିବା ପାଇଁ କଂଗ୍ରେସ ଦାବି କରିଛି। ଏହାସହିତ କମିଶନ ଅଧ୍ୟକ୍ଷ, ସଦସ୍ୟ ଓ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରି ସେମାନଙ୍କୁ ଅବିଳମ୍ବେ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି କଂଗ୍ରେସ କହିଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଦେବାଶିଷ ପଟ୍ଟନାୟକ ଓ ମନୋରଞ୍ଜନ ଦାଶ କହିଛନ୍ତି ଯେ, ଦୁର୍ନୀତିକୁ ରୋକିବା ପାଇଁ ନବୀନ ସରକାର ଫାଇଭ-ଟି ବିଭାଗ ସୃଷ୍ଟି କଲେ। କିନ୍ତୁ ବାସ୍ତବଚିତ୍ର ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଏତେ ମାତ୍ରାରେ କାୟା ବିସ୍ତାର କରିଛି। ଯଦି ଶାସନ ବ୍ୟବସ୍ଥାରେ ଟ୍ରାନଫରେନ୍ସିକୁ ଗୁରୁତ୍ୱ ଦିଆଯାଇଥାନ୍ତା ତା’ହେଲେ ଓଡ଼ିଶା ସରକାରଙ୍କ ଷ୍ଟାଫସିଲେକସନ କମିସନର ସଦସ୍ୟଙ୍କର ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କାର ଅଚଳାଚଳ ସ୍ଥାବର ସମ୍ପତ୍ତି ବାହାରି ନଥାନ୍ତା। ଷ୍ଟାଫ ସିଲେକସନ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କର ଭାଗ୍ୟ ସହିତ ଦୀର୍ଘ ୨୦ ବର୍ଷଧରି ଖେଳ ଖେଳୁଥିବା ଏବେ ସ୍ପଷ୍ଟ ହୋଇଯାଇଛି। ଚାକିରୀ ବିକ୍ରି ଅର୍ଥକୁ ଷ୍ଟାଫସିଲେକସନ କମିଶନର ବଡ଼ବଡ଼ ଅଧିକାରୀ ମାନଙ୍କ ଭିତରେ ବଂଟାଯାଉଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ଲକ୍ଷଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତ ସହିତ ଏହି ୨୦ ବର୍ଷ ଭିତରେ ନବୀନବାବୁ ଯେଉଁ ଖେଳଖେଳିଛନ୍ତି ତାହା କେବଳ ଏହି ଷ୍ଟାଫ ସିଲେକସନ ଏକମାତ୍ର କହାଣୀ ନୁହେଁ। ଓଡ଼ିଶା ପ୍ଲବିକ ସର୍ଭିସ ସମେତ ସମସ୍ତ ବିଭାଗ ତଥା ଜିଲ୍ଲାସ୍ତରରେ ନିଯୁକ୍ତିରେ କେଉଁଭଳି ଦୁର୍ନୀତି ହେଉଛି ତାହା ସ୍ପଷ୍ଟ ପ୍ରମାଣିତ। ଆଜି ଯଦି ଓଡ଼ିଶାର ବେରୋଜଗାର ସମସ୍ୟା ଏତେ ଗୁରୁତ୍ୱର ସମସ୍ୟା ହୋଇପଡ଼ିଛି ଏହା ରାଜ୍ୟର ଯୁବକଯୁବତୀମାନଙ୍କୁ ନବୀନବାବୁଙ୍କ ଦାନ। ସେହିପରି ଶ୍ରୀ ଦାଶ କୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ଦାବି କରିବା ସହିତ ଷ୍ଟାଫ ସିଲେକସନ କମିସନର, ମେମ୍ବର ଓ ସଚ୍ଚିବମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏବଂ ଯେ ପର୍ଯ୍ୟନ୍ତ ତଦନ୍ତ ସରିନାହିଁ ସେପର୍ଯ୍ୟନ୍ତ କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ଓ ସଚିବମାନଙ୍କୁ କାର୍ଯ୍ୟରୁ ବାହାର କରାଯାଉ ବୋଲି କହିଛନ୍ତି । ସେହିପରି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଛାତ୍ରମାନଙ୍କୁ ଚାକିରୀ ଦେବା ନାଁରେ ସେମାନଙ୍କ ଠାରୁ ଅର୍ଥ ଲୁଟକରି ଯେଉଁ ପ୍ରତାରଣା କରିଚାଲିଛନ୍ତି ତାକୁ ଛାତ୍ର ସମାଜ କେବେ ବରଦାସ୍ତ କରିବନାହିଁ। ଛାତ୍ର କଂଗ୍ରେସ ଆଗାମୀ ୩ଦିନ ମଧ୍ୟରେ ୩୩ଟି ସାଙ୍ଗଠନିକ ଜିଲ୍ଲାରେ ଆନ୍ଦୋଳନ କରିବ ଏବଂ ନବୀନ ନିବାସ ଘେରାଉ ସହ ବିଧାନସଭା ଆଗରେ ବଡ଼ଧରଣର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

Related story