Advertisment

ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଲେ ବିଜୟ; କହିଲେ- 5-T କାହିଁକି ଆବଶ୍ୟକ ପଡ଼ିଲା?

‘ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ। ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି। ଛୋଟ ଛୋଟ ଠିକା କାମ ମଧ୍ୟ ବାହାର ଲୋକଙ୍କୁ ଦିଆଯାଉଛି। ଓଡ଼ିଶାରେ ନିଯୁକ୍ତିର ଘୋର ଅଭାବ, ବେରୋଜଗାରୀ ବଢୁଛି।’

author-image
Manoranjan Sial
Bijay Patnaik

Bijay Patnaik

ତିନି ଦିନ କଂଗ୍ରେର ହାତ ଧରିଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ତୀର ମାରୁଛନ୍ତି। ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା, ବେକାରୀ, ଦାଦନ ଚାଲାଣ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଆଉ ରାଜ୍ୟରେ ଚାଲିଥିବା 5-T ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

Advertisment

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି, 5-T ଏକ ସ୍ଲୋଗାନ। ସବୁ ବିଭାଗର ସଚିବ ଅଛନ୍ତି। ତାହାହେଲେ ପୁଣି 5-T କାହିଁକି ଆବଶ୍ୟକ ପଡ଼ିଲା? ଯଦି ସବୁ ବିଭାଗ ଠିକ୍‌ କାମ କରୁଛନ୍ତି, ତାହାହେଲେ ଏ 5-T କ’ଣ କରିବ? 5-T ରେ ସ୍ୱଚ୍ଛତା କଥା କୁହାଯାଉଛି। ସ୍ୱଚ୍ଛତା ଅଛି କି? ଯେମିତି ଶାସନ ଚାଲିଛି ସବୁ ଅମଲାଙ୍କ ଭିତରେ କ୍ଷୋଭ ରହିଛି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ସାଧାରଣ ଲୋକଟିଏର କିଛି ଅସୁବିଧା ହେଲେ ସେ କାହାକୁ କହିବ? ବିଧାୟକଙ୍କ ପାଖକୁ ଗଲେ, ସେ କହିବେ ଅଫିସରଙ୍କ ପାଖକୁ ଯାଅ? ଅଫିସରଙ୍କ ପାଖକୁ ଗଲେ ସେ କହିବେ ତୃତୀୟ ମହଲା ବୁଝୁଛି। ତୃତୀୟ ମହଲା ଅପହଞ୍ଚ। ସେଠିକୁ ସାମ୍ବାଦିକମାନଙ୍କୁ ମଧ୍ୟ ମନା। ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ସେ କହିଛନ୍ତି।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି। କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର। ଯଦି କ୍ରାଇମବ୍ରାଞ୍ଚ ପାରୁନି, ମାମଲା ସିବିଆଇକୁ ହସ୍ତାନ୍ତର ହେଉ। ହତ୍ୟା ପଛରେ ନିଶ୍ଚିତ କୌଣସି ଲୋକର ହାତ ଅଛି। କାହାର ହାତ ନଥିଲେ, ସେ ASI କ’ଣ ମାରି ଦେଇପାରିବ? ଖାଲି ସେ ASI ମାରିଥିବ ବୋଲି ମୋର ବିଶ୍ୱାସ ହେଉନି ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।

ବିଜୟ ପଟ୍ଟନାୟକ ଆହୁରି କହିଛନ୍ତି, ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ। ଓଡ଼ିଶାର ଠିକାଦାରମାନଙ୍କୁ ଏଠାରେ କାମ ମିଳୁନି। ଛୋଟ ଛୋଟ ଠିକା କାମ ମଧ୍ୟ ବାହାର ଲୋକଙ୍କୁ ଦିଆଯାଉଛି। ଓଡ଼ିଶାରେ ନିଯୁକ୍ତିର ଘୋର ଅଭାବ, ବେରୋଜଗାରୀ ବଢୁଛି। ଓଡ଼ିଶାରେ କାମ ନପାଇ ଓଡ଼ିଆମାନେ ଦାଦନ ଖଟିବାକୁ ଯାଉଛନ୍ତି। କେତେ ଲୋକ ଦାଦନ ଯାଇଛନ୍ତି? ସରକାରଙ୍କ ପାଖରେ ତଥ୍ୟ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ।

BjD Congress Naba Das Murder Bijaya Patnaik