ତୈଳଦର ବୃଦ୍ଧି: ଅଭିନବ ପ୍ରତିବାଦ ଜଣାଇଲା ଯୁବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ପେଟ୍ରୋଲ,ଡିଜେଲ୍ ସମେତ ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛକରେ ପହଂଚିଥିଲା। ଏକ ମୋଟର ସାଇକେଲକୁ ମର ଶରୀର ଭାବେ ସଜେଇ ଏବଂ ଏହାକୁ କୋକେଇରେ ରଖି ପରିକ୍ରମା କରାଯାଇଥିଲା। ପରେ ମୋଟର ସାଇକେଲକୁ ପୋଡ଼ି […]

congress

Ordigital Desk
  • Published: Friday, 09 July 2021
  • , Updated: 09 July 2021, 10:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ପେଟ୍ରୋଲ,ଡିଜେଲ୍ ସମେତ ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି।

ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ଖଣ୍ଡଗିରି ଛକ ନିକଟରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ବରମୁଣ୍ଡା ବସ୍ ଷ୍ଟାଣ୍ଡ ଛକରେ ପହଂଚିଥିଲା। ଏକ ମୋଟର ସାଇକେଲକୁ ମର ଶରୀର ଭାବେ ସଜେଇ ଏବଂ ଏହାକୁ କୋକେଇରେ ରଖି ପରିକ୍ରମା କରାଯାଇଥିଲା। ପରେ ମୋଟର ସାଇକେଲକୁ ପୋଡ଼ି ଦିଆଯାଇଥିଲା। ଏବେ ସମଗ୍ର ଦେଶ କରୋନା କବଳରୁ ମୁକ୍ତ ହୋଇ ନଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି କରିଛନ୍ତି। ଏହାସହିତ ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ଘଟିଛି।

ଏକାମ୍ର ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ନେତା ରିତୁଲ ମହାରଣାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ହୋଇଥିବାବେଳେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଲୋକମାନଙ୍କ ସ୍ୱାର୍ଥକୁ ଭୁଲି ସରକାର ଟିକସ ଆଳରେ ଦଳୀୟ ପାଣ୍ଠିକୁ ମଜଭୁତ କରୁଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ସେଂଚୁରି ଅତିକ୍ରମ କରି ସାରିଛି। ଡିଜେଲ ଦର ମଧ୍ୟ ଶତକ କଲାଣି। ଏପରିସ୍ଥିତିରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ସରକାର ମଧ୍ୟ ଭ୍ୟାଟ୍ ନକମାଇ ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ତେଣୁ ଉଭୟ କେନ୍ଦ୍ରରେ ଥିବା ମୋଦି ସରକାର ଏବଂ ରାଜ୍ୟରେ ଥିବା ନବୀନ ସରକାର ଜନବିରୋଧୀ। ନିକଟରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ସରିଛି। ଆଗରୁ ପେଟ୍ରୋଲିୟମ୍ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ଲୋକଲୋଚନକୁ ଆସିଛି। ଏବେ ନୂଆ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ କ’ଣ କରୁଛନ୍ତି ତାହା ଦେଖିବା ବାକି ରହିଲା ବୋଲି ସେ କହିଛନ୍ତି ।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ, ଆଶୁତୋଷ ଲେଙ୍କାଙ୍କ ସହ ବହୁ ଯୁବ କଂଗ୍ରେସ ନେତା ଯୋଗ ଦେଇଥିଲେ।

Related story