କିଏ ନେବ ଆସ, ପେଟ୍ରୋଲ୍‌ ଲିଟର ୮୦

ଜଗତସିଂହପୁର(ଶଶାଙ୍କ ପଣ୍ଡା): ମହଙ୍ଗା ମାଡ଼ ଭିତରେ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା। ତିର୍ତ୍ତୋଲରୁ ଏପରି ଚିତ୍ର ଆସିଛି। କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତିକୁ ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ୍‌ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି। ସାଧାରଣ ଲୋକଙ୍କୁ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କା ବିକ୍ରି କରାଯାଇଥିବା ଦେଖିବାକୁ ମିଳିଛି। ପେଟ୍ରୋଲ୍‌ ଲିଟର ପିଛା ଦର ୧୦୦ ଟଙ୍କା […]

congress

Manoranjan Sial
  • Published: Tuesday, 20 July 2021
  • , Updated: 20 July 2021, 05:10 PM IST

ଜଗତସିଂହପୁର(ଶଶାଙ୍କ ପଣ୍ଡା): ମହଙ୍ଗା ମାଡ଼ ଭିତରେ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ କଥା। ତିର୍ତ୍ତୋଲରୁ ଏପରି ଚିତ୍ର ଆସିଛି। କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତିକୁ ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ୍‌ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି। ସାଧାରଣ ଲୋକଙ୍କୁ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କା ବିକ୍ରି କରାଯାଇଥିବା ଦେଖିବାକୁ ମିଳିଛି।

ପେଟ୍ରୋଲ୍‌ ଲିଟର ପିଛା ଦର ୧୦୦ ଟଙ୍କା ଅତିକ୍ରମ କଲାଣି। ଯାହାଫଳରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। କେନ୍ଦ୍ର ସରକାରଙ୍କ ଏପରି ତେଲ ମାରଣ ନୀତିକୁ କଂଗ୍ରେସ ବିରୋଧ କରିଛି। ସେଥିପାଇଁ ସମଗ୍ର ରାଜ୍ୟରେ କଂଗ୍ରସ କରୁଛି ପ୍ରତିବାଦ ସଭା। ଏହି ମର୍ମରେ ଆଜି ତିର୍ତ୍ତୋଲରେ କଂଗ୍ରେସ କରିଥିଲା ଅଭିନବ ପ୍ରତିବାଦ। ଏଥିରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ସାମାଲ ହୋଇ କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତି ବିରୋଧରେ ବର୍ଷିଥିଲେ। ପରେ ୮୦ ଟଙ୍କାରେ ପେଟ୍ରୋଲ୍‌ ବିକ୍ରି କରାଯାଇଥିଲା।

ପ୍ରତିବାଦ ସଭା ପରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା। କଂଗ୍ରେସର ଏପରି ଅଭିନବ ପ୍ରତିବାଦ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି। ସାଧାରଣ ଲୋକମାନେ ମଧ୍ୟ ପେଟ୍ରୋଲ ୮୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି। ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

Related story