ନବଜ୍ୟୋତିଙ୍କ ନାଁ ସୁପାରିସ୍ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨୯ତାରିଖ ପୂର୍ବରୁ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିବାପରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ କଂଗ୍ରେସ ବାଲେଶ୍ୱର ସଦର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର […]

nabajyoti

Manoranjan Sial
  • Published: Monday, 21 September 2020
  • , Updated: 21 September 2020, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୨୯ତାରିଖ ପୂର୍ବରୁ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିବାପରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ କଂଗ୍ରେସ ବାଲେଶ୍ୱର ସଦର ଆସନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ସଦର ଆସନରୁ ନବଜ୍ୟୋତିଙ୍କୁ ମିଶାଇ ୩ଜଣ ଓ ତିର୍ତ୍ତୋଲ ଆସନରୁ ୪ଜଣ ଆଶାୟୀଙ୍କ ନାଁ ଉପରେ ବିଚାରବିମର୍ଶ କରାଯାଇଛି ଓ ଦିନେଦୁଇଦିନ ମଧ୍ୟରେ ପିସିସି ସଭାପତିଙ୍କ ସହ ପରାମର୍ଶ କରି ଏଆଇସିସିକୁ ଅବଗତ କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଚନ୍ତି ଯେ, କଂଗ୍ରେସ ନିଶ୍ଚିତ ଭାବେ ଏହି ଦୁଇ ଆସନରେ ଜିତିବ। ଉପନିର୍ବାଚନରେ କଂଗ୍ରେସ ସପକ୍ଷରେ ଜନମତ ରହିବ। ସମସ୍ତଙ୍କ ସହମତିରେ ପ୍ରାର୍ଥୀ ଚୟନ କାର୍ଯ୍ୟ ଚାଲିଛି। ଏଆଇସିସି ଯାହାକୁ ସ୍ଥିର କରିବ ସେ ଦଳୀୟ ପ୍ରାର୍ଥୀ ହେବେ।

ସୂଚନାଯୋଗ୍ୟ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୩ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନ ଉପନିର୍ବାଚନ ନିମନ୍ତେ କମିଟି ଗଠନ ହୋଇଛି। ବାଲେଶ୍ୱର ସଦର ଆସନ ଉପନିର୍ବାଚନ ଦାୟିତ୍ୱରେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ତିର୍ତ୍ତୋଲ ଦାୟିତ୍ୱରେ ବିଧାୟକ ସୁରେଶ କୁମାର ରାଉତରାୟ ଅଛନ୍ତି।

Related story