ବାଘ ଛାଲ ବେପାର କରୁଥିଲେ ବିଜେଡି ନେତା!

ନୂଆପଡା (ମାୟାଧର ସରାଫ): ବାଘ ଛାଲ ବେପାର କରୁଥିଲେ ବିଜେଡର ଯୁବ ନେତା! ଏହି ମାମଲାରେ ଏସ୍‌ଟିଏଫ୍‌ ଟିମ୍‌ ବିଜେଡି ନେତାଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଏବେ ନୂଆପଡ଼ା ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ କରିବା ପାଇଁ ଏସ୍‌ଟିଏଫ୍‌ ଟିମ୍‌ ଗ୍ରହକ ସାଜିଥିଲା। ଗତ ୧୪ ତାରିଖରେ ବାଘ ଛାଲ କିଣିବା ପାଇଁ ସୁବେର ସିଂ ଦେଓକୁ ଡାକିଥିଲେ। ଡିଲ୍‌ରେ […]

nuapada

Manoranjan Sial
  • Published: Wednesday, 17 February 2021
  • , Updated: 17 February 2021, 06:01 PM IST

ନୂଆପଡା (ମାୟାଧର ସରାଫ): ବାଘ ଛାଲ ବେପାର କରୁଥିଲେ ବିଜେଡର ଯୁବ ନେତା! ଏହି ମାମଲାରେ ଏସ୍‌ଟିଏଫ୍‌ ଟିମ୍‌ ବିଜେଡି ନେତାଙ୍କ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଏବେ ନୂଆପଡ଼ା ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ କରିବା ପାଇଁ ଏସ୍‌ଟିଏଫ୍‌ ଟିମ୍‌ ଗ୍ରହକ ସାଜିଥିଲା। ଗତ ୧୪ ତାରିଖରେ ବାଘ ଛାଲ କିଣିବା ପାଇଁ ସୁବେର ସିଂ ଦେଓକୁ ଡାକିଥିଲେ। ଡିଲ୍‌ରେ ରାଜି ହେବା ପରେ ସୁବେର ବାଘ ଛାଲ ଧରି ସିନାପାଲି ବ୍ଲକ ପଲସାପଡା ଗାଁ ଛକରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା। ଏସ୍‌ଟିଏଫ୍‌ ତାଙ୍କୁ ଗିରଫ କରିବା ସହିତ ବାଘ ଛାଲ ଜବତ କରିଥିଲା। ସୁବେର ସିଂ ଦେଓ ହେଉଛନ୍ତି ବିଜୁ ଜନତା ଦଳର ବଲାଙ୍ଗିର ଜୋନର ଉପସଭାପତି। ତାଙ୍କୁ ଜେରା ପରେ ଏସ୍‌ଟିଏଫ୍‌ ସିନାପାଲି ଫୁଲଚି ଗାଁର ସାମନ ସିଂ ମାଝୀକୁ ବାନ୍ଧିଥିଲେ। ସାମନଠାରୁ ବାଘ ଛାଲ କିଛି ସୁବେର ବେପାର କରେ ବୋଲି ଅଭିଯୋଗ ହେଉଛି। ଏବେ ଉଭୟ ଖଡିଆଳ ଜେଲରେ ଅଛନ୍ତି। ବିଜେଡି ନେତାଙ୍କ ଗିରଫକୁ ନେଇ ଜିଲ୍ଲାରେ ଚର୍ଚ୍ଚା ହେଉଛି।

ନୂଆପଡ଼ା ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ କହିଛନ୍ତି-“ଶାସକ ଦଳର ଛତ୍ରଛାୟା ତଳେ ବିଜେଡିର ଯୁବ ନେତାମାନେ ଅସାମାଜିକ କାମ କରୁଛନ୍ତି। ବାଘ ଛାଲ ବେପାର କରୁଛନ୍ତି। ଏପରି କେବଳ ନୂଆପଡ଼ା ନୁହେଁ, ସମଗ୍ର ରାଜ୍ୟରେ ଚାଲିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ।”

ନୂଆପଡ଼ା ଗରିବ ସେନା ଆବାହକ ରବି ମଙ୍ଗରାଜ କହିଛନ୍ତି-“ବାଘ ଛାଲ ବେପାର ଲିଙ୍କରେ ଜଣେ ବିଜେଡି ନେତାକୁ ଏସ୍‌ଟିଏଫ୍‌ ଜବତ କରିଛି। ଏଥିରୁ ଯାହା ଜଣାପଡ଼ୁଛି, ଏଥିରେ ଆହୁରି ବଡ଼ ବଡ଼ ବିଜେଡି ନେତାଙ୍କୁ ସମ୍ପୃକ୍ତି ଥାଇପାରେ। ଠିକ୍‌ ଢ଼ଙ୍ଗରେ ତଦନ୍ତ ହେଲେ ସବୁ ଘଟଣା ପଦାକୁ ଆସିପାରନ୍ତା।”

Related story