ଆନ୍ଦୋଳନର ଗତି ଅନ୍ୟ କୁଆଡ଼େ ଗଲାଣି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏମ୍‌ଏସ୍‌ପି ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ଲେଖିକି ଦେବାକୁ ବି ପ୍ରସ୍ତୁତ। ତା’ହେଲେ ଆନ୍ଦୋଳନ କାହିଁକି? ଆନ୍ଦୋଳନର ଗତି ଅନ୍ୟ କୁଆଡ଼େ ଗଲାଣି। ଆନ୍ଦୋଳନକାରୀ ଦେଶ ବିଭାଜନକାରୀ ଶକ୍ତିକୁ ଛାଡ଼ିବାକୁ ଦାବି କରୁଛନ୍ତି। ଦେଶ ବିରୋଧରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ଛାଡ଼ିବାକୁ ନାରା ଦେଉଛନ୍ତି।’ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଲାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଓଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି। ଶ୍ରୀ […]

dharmendra

Jitendra Garnayak
  • Published: Sunday, 13 December 2020
  • , Updated: 13 December 2020, 03:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏମ୍‌ଏସ୍‌ପି ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ଲେଖିକି ଦେବାକୁ ବି ପ୍ରସ୍ତୁତ। ତା’ହେଲେ ଆନ୍ଦୋଳନ କାହିଁକି? ଆନ୍ଦୋଳନର ଗତି ଅନ୍ୟ କୁଆଡ଼େ ଗଲାଣି। ଆନ୍ଦୋଳନକାରୀ ଦେଶ ବିଭାଜନକାରୀ ଶକ୍ତିକୁ ଛାଡ଼ିବାକୁ ଦାବି କରୁଛନ୍ତି। ଦେଶ ବିରୋଧରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ଛାଡ଼ିବାକୁ ନାରା ଦେଉଛନ୍ତି।’ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଲାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଓଟିଭି’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଏପରି ଆନ୍ଦୋଳନ ପଛରେ ହୀନ ରାଜନୀତି ରହିଛି। ୨୨ଟି ସାମଗ୍ରୀ ଉପରେ ଏମ୍‌ଏସ୍‌ପି ରହିଛି। ପନିପରିବା ପାଇଁ ନାହିଁ। ଅନେକ ସାମଗ୍ରୀ ଏମ୍‌ଏସ୍‌ପି ଠାରୁ ଅଧିକ ଦାମ୍‌ରେ ବି ବିକ୍ରି ହେଉଛି।

ସେ କହିଛନ୍ତି, ଏହି ଆନ୍ଦୋଳନ ପଛରେ ପଞ୍ଜାବର ଦଲାଲି ଓ ମଧ୍ୟସ୍ଥି ବର୍ଗର ହାତ ରହିଛି। କଂଗ୍ରେସ ଓ ଅଲଟ୍ରା ଲେଫଟିଷ୍ଟ ମାନେ ଏହା ପଛରେ ରହିଛନ୍ତି। ଭାରତର ସବୁ ଚାଷୀ ଏହା ପଛରେ ନାହାନ୍ତି, ମୋଦିଙ୍କ ନିଷ୍ପତ୍ତି ପଛରେ ଅଛନ୍ତି।

ଏହି ଅବସରରେ କଣ୍ଟ୍ରାକ୍ଟ ଫାର୍ମିଂ ନେଇ ମତ ରଖିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଶରଦ ପାୱାର ଏବେ ବିରୋଧୀ। ମାତ୍ର କୃଷି ମନ୍ତ୍ରୀ ଥିଲା ବେଳେ କ’ଣ କରିଥିଲେ? APMC ଉଚ୍ଛେଦ ପାଇଁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଥିଲେ।

ସେ କହିଛନ୍ତି, ପଞ୍ଜାବରେ ଢେର ଆଗରୁ କଣ୍ଟ୍ରାକ୍ଟ ଫାର୍ମିଂ ଚାଲିଛି। କଣ୍ଟ୍ରାକ୍ଟ ଫାର୍ମିଂରେ ଜମିର କଣ୍ଟ୍ରାକ୍ଟ ହେବନି କି ଲିଜ୍ ହେବ ନାହିଁ। କେବଳ ଉତ୍ପାଦିତ ସାମଗ୍ରୀ ବିକିବା ପାଇଁ ଆଗୁଆ କଣ୍ଟ୍ରାକ୍ଟ ହେବ। ବିକିବା ବେଳେ କଣ୍ଟ୍ରାକ୍ଟ ସାମଗ୍ରୀ ଦାମ ବଢ଼ିଥିଲେ ଚାଷୀ ବିକିବାକୁ ବାଧ୍ୟ ନୁହେଁ। ସେତେବେଳେ ଚାଷୀ ଅଧିକ ଦାମ୍‌ରେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବ। ମାତ୍ର ବିକିବା ବେଳେ ଯଦି ଦାମ୍ କମି ଥାଏ ତା’ହେଲେ କଣ୍ଟ୍ରାକ୍ଟ ଦାମ୍ ପାଇବେ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ବହୁ ପୂର୍ବରୁ କଣ୍ଟ୍ରାକ୍ଟ ଫାର୍ମିଂ ନେଇ ନିୟମ ହୋଇଛି। ଏବେ ଏସେନସିଆଲ କମୋଡିଟି ଆକ୍ଟରେ ସଂଶୋଧନ କରାଯାଇଛି। ମୋର ବିଶ୍ୱାସ APMC ଆକ୍ଟରେ ମଧ୍ୟ ସଂଶୋଧନ କରିବେ। ଓଡ଼ିଶା ଚାଷୀ ମୁକ୍ତ ଭାବେ ବଜାର ମୂଲ୍ୟ ପାଇ ପାରିବେ।

Related story