ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବାଲେଶ୍ୱର ଉପନିର୍ବାଚନ ପରେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଥିଲା। ଆଜି ବିଜେପିରେ ମିଶିବା ପରେ ଶ୍ରୀ ଦାସ କହିଛନ୍ତି, ଘରକୁ ଫେରିଥିବାରୁ ବହୁତ ଖୁସି ଲାଗୁଛି। କୌଣସି ସର୍ତ୍ତ ନ ରଖି ଦଳକୁ ଫେରିଥିବା ସେ କହିଛନ୍ତି। ଜୀବନ […]

jiban

Jitendra Garnayak
  • Published: Thursday, 14 January 2021
  • , Updated: 14 January 2021, 02:26 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ। ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ବାଲେଶ୍ୱର ଉପନିର୍ବାଚନ ପରେ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଥିଲା।

ଆଜି ବିଜେପିରେ ମିଶିବା ପରେ ଶ୍ରୀ ଦାସ କହିଛନ୍ତି, ଘରକୁ ଫେରିଥିବାରୁ ବହୁତ ଖୁସି ଲାଗୁଛି। କୌଣସି ସର୍ତ୍ତ ନ ରଖି ଦଳକୁ ଫେରିଥିବା ସେ କହିଛନ୍ତି।

ଜୀବନ ପ୍ରଦୀପ ଦାସ ପ୍ରଥମେ ବିଜେପିରେ ଥିଲେ। ୨୦୦୦ରେ ବିଜେପି ଟିକେଟ୍‌ରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଜୀବନ ପ୍ରଦୀପ ଦାସଙ୍କୁ ବିଜେଡି ପୁଣି ଏଠାରୁ ଟିକେଟ୍‌ ଦେଇଥିଲା। କିନ୍ତୁ ସେ ହାରି ଯାଇଥିଲେ। ବିଜେପିର ମଦନ ମୋହନ ଦତ୍ତ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ ଶ୍ରୀ ଦତ୍ତଙ୍କ ମୃତ୍ୟୁ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଆଉ ଜୀବନ ପ୍ରଦୀପ ଦାସଙ୍କୁ ଟିକେଟ୍ ଦେଇ ନଥିଲା। ଦଳ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ।

Related story