ପଦ୍ମ ଛାଡ଼ି ଶଙ୍ଖ ଧରିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ। ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଶ୍ୱରଞ୍ଜନ ନିଜର ବହୁ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟିକା, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡିରେ ମିଶିଛନ୍ତି। ସୂଚନା ଥାଉକି, ଗତ ୨୦ ତାରିଖରେ ବିଶ୍ୱରଞ୍ଜନଙ୍କ ସମେତ […]

BJD

Manoranjan Sial
  • Published: Friday, 29 October 2021
  • , Updated: 29 October 2021, 05:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ। ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଶ୍ୱରଞ୍ଜନ ନିଜର ବହୁ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟିକା, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡିରେ ମିଶିଛନ୍ତି।

ସୂଚନା ଥାଉକି, ଗତ ୨୦ ତାରିଖରେ ବିଶ୍ୱରଞ୍ଜନଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ମଧ୍ୟ ଇସ୍ତଫା ଦେଇଥିଲେ। ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ୩୫ରୁ ଅଧିକ ସରପଞ୍ଚ, ସମିତି ସଭ୍ୟ ଓ ଶତାଧୀକ କର୍ମୀ ଆଜି ବିଜେଡିରେ ମିଶିଛନ୍ତି।

ବିଶ୍ୱରଞ୍ଜନ କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ନୂଆ ପୁରୁଣାର ଭେଦଭାବ ରହିଛି। ତେଣୁ ବିଜେପି ଛାଡ଼ି ବିଜେଡିରେ ମିଶିଛି ବୋଲି ସେ କହିଛନ୍ତି

Related story