Advertisment

ଗସିପ୍: ‘ନିର୍ବାଚନୀ ପାଣ୍ଠି’ ପାଇଁ ଖଣି କମ୍ପାନୀଙ୍କୁ ଟାର୍ଗେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟର କ୍ଷମତାସୀନ ବିଜେଡି ଏବେ ନିଜର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ଖଣି କମ୍ପାନୀଗୁଡ଼ିକ ଉପରେ ଜୋର୍‌ଦାର୍ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଲିଜ୍ ସମାପ୍ତ ହେଉଥିବା ରାଜ୍ୟର ୩୧ଟି ଖଣିର ଲିଜଧାରୀ କମ୍ପାନୀଗୁଡ଼ିକ ଉପରେ କୁଆଡ଼େ ବିଜେଡି ନଜର ପକାଇଛି। ଏସବୁ ଖଣି ମଧ୍ୟରୁ ଅଧିକାଂଶ ଘରୋଇ ମାଲିକାନାରେ ଥିବାରୁ ସେମାନେ ପୁଣିଥରେ ଏସବୁକୁ ହାତେଇବା ପାଇଁ ବିଜେଡି ସରକାରକୁ ବିଭିନ୍ନ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଗସିପ୍: ‘ନିର୍ବାଚନୀ ପାଣ୍ଠି’ ପାଇଁ ଖଣି କମ୍ପାନୀଙ୍କୁ ଟାର୍ଗେଟ୍

political

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟର କ୍ଷମତାସୀନ ବିଜେଡି ଏବେ ନିଜର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ଖଣି କମ୍ପାନୀଗୁଡ଼ିକ ଉପରେ ଜୋର୍‌ଦାର୍ ଚାପ ପକାଉଥିବା ଚର୍ଚ୍ଚା ହେଉଛି।

Advertisment

ଶୁଣିବାକୁ ମିଳୁଛି, ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଲିଜ୍ ସମାପ୍ତ ହେଉଥିବା ରାଜ୍ୟର ୩୧ଟି ଖଣିର ଲିଜଧାରୀ କମ୍ପାନୀଗୁଡ଼ିକ ଉପରେ କୁଆଡ଼େ ବିଜେଡି ନଜର ପକାଇଛି। ଏସବୁ ଖଣି ମଧ୍ୟରୁ ଅଧିକାଂଶ ଘରୋଇ ମାଲିକାନାରେ ଥିବାରୁ ସେମାନେ ପୁଣିଥରେ ଏସବୁକୁ ହାତେଇବା ପାଇଁ ବିଜେଡି ସରକାରକୁ ବିଭିନ୍ନ ଉପାୟରେ ଖୁସି କରିବାରେ ଲାଗିଛନ୍ତି। ଆଉ ଏଇ ମଉକାରେ ବିଜେଡି ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ କୁଆଡ଼େ ବଡ଼ ପରିମାଣର ପାଣ୍ଠି ସଂଗ୍ରହ ନିମନ୍ତେ ନୂଆ ବାଟ ଖୋଜିପାଇଛି।

ଚର୍ଚ୍ଚା ହେଉଛି ରୁଙ୍ଗ୍ଟା ମାଇନ୍ସ, କେଜେଏସ୍ ଆଲୁୱାଲିଆ, ସିରାଜୁଦ୍ଦିନ ଆଣ୍ଡ କୋ, କେପି ଏଣ୍ଟରପ୍ରାଇଜେସ୍, କଳିଙ୍ଗ ମାଇନିଂ କର୍ପୋରେସନ, କେଏନ୍ ରାମ, ଆରବି ଦାସ ଆଦି ଭଳି ୩୧ଟି ଖଣି କମ୍ପାନୀର ଲିଜ୍ ଅବଧି ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଛି।

Advertisment

କଞ୍ଚାମାଲ୍ ଅଭାବ ଓ ମାଲିକାନା ସ୍ଵତ୍ଵର ସହଜ ହସ୍ତାନ୍ତର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୧୯ ଜୁଲାଇ ମାସ ସୁଦ୍ଧା ଏସବୁ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ କୁଆଡ଼େ ରାଜ୍ୟ ସରକାରଙ୍କୁ ଅଲଟିମେଟମ୍ ଦେଇଛି। ଏହାସହିତ ଏସବୁ ଖଣିର ଉତ୍ତୋଳନ କାର୍ଯ୍ୟ ଚଳିତ ଡିସେମ୍ବର ସୁଦ୍ଧା ସମାପ୍ତ  କରିବାକୁ ତାଗିଦ୍ କରିଛି। କେନ୍ଦ୍ର ସରକାରଙ୍କ ଏଭଳି କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର କୁଆଡ଼େ ଏସବୁ ଖଣି କମ୍ପାନୀ ସହ ମୂଲଚାଲ୍ ଆରମ୍ଭ କରିଦେଇଛନ୍ତି।

ଶୁଣିବାକୁ ମିଳୁଛି, କେତେକ ଖଣି କମ୍ପାନୀ ପାଇଁ ତୃତୀୟ ମହଲାରେ ‘ମିଡିଲମ୍ୟାନ୍’ କାର୍ଯ୍ୟ କରୁଥିବା ଜଣେ ଅଣଓଡ଼ିଆ ଖଣି ଠିକାଦାର ଏବଂ ‘ମନୋଜ’ ନାମକ ଜଣେ ମଧ୍ୟସ୍ଥଙ୍କ ମାଧ୍ୟମରେ କୁଆଡ଼େ ଏହି ନିର୍ବାଚନୀ ପାଣ୍ଠି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।

ଏସବୁ ଖଣି କମ୍ପାନୀଗୁଡ଼ିକୁ କୁଆଡ଼େ ୧୫ରୁ ୪୦କୋଟି ଟଙ୍କାର 'ନିର୍ବାଚନୀ ପାଣ୍ଠି' ଦେବାକୁ କୁଆଡ଼େ ଚାପ ପକାଯାଉଛି। ଏସବୁ ଖଣି ସହିତ ଅନ୍ୟ କିଛି ଘରୋଇ ଖଣି କମ୍ପାନୀକୁ ନିର୍ବାଚନୀ ପାଣ୍ଠି ଦେବା ପାଇଁ ଅନୁରୂପ ଭାବେ ଚାପ ପଡ଼ିଛି।

ସେହିପରି ରାଜ୍ୟରେ ପ୍ରାୟ ୫୦ହଜାର କୋଟି ଟଙ୍କାର ନିବେଶ ପାଇଁ ଆଗଭର ହୋଇଥିବା ଏକ ବହୁରାଷ୍ଟ୍ରୀୟ କମ୍ପାନୀକୁ କୁଆଡ଼େ ୫୦କୋଟି ଟଙ୍କାର ନିର୍ବାଚନୀ ପାଣ୍ଠି ଦେବାକୁ କୁହାଯାଇଥିଲା। କିନ୍ତୁ ସମ୍ପୃକ୍ତ କମ୍ପାନୀ ଏତେ ପରିମାଣର ଅର୍ଥ ଦେଇ ହେବନି ବୋଲି ରୋକଠୋକ ଜଣାଇଦେଇଛି।

କେବଳ ଖଣି କମ୍ପାନୀଗୁଡ଼ିକ ମାଧ୍ୟମରେ ବିଜେଡି କୁଆଡ଼େ ପ୍ରାୟ ୫୦୦ରୁ ୭୦୦କୋଟି ଟଙ୍କା ନିର୍ବାଚନୀ ପାଣ୍ଠି ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ବୋଲି ଚର୍ଚ୍ଚା।