ଧାମନଗର ଉପନିର୍ବାଚନ: ବିଜେଡି ଓ ବିଜେପିର ପ୍ରାର୍ଥୀ ଚୂଡ଼ାନ୍ତ, କଂଗ୍ରେସ ଗଢ଼ିଲା କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବା ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ରାଜନୀତିକ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନିମନ୍ତେ ଏକ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ ଧାମନଗର ଆସନରେ ଦୁଇ ମୁଖ୍ୟ […]

Surjyabanshee

Surjyabanshee

Ordigital Desk
  • Published: Tuesday, 04 October 2022
  • Updated: 05 October 2022, 08:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବା ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ରାଜନୀତିକ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନିମନ୍ତେ ଏକ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ ଧାମନଗର ଆସନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ପ୍ରାୟତଃ ଚୂଡ଼ାନ୍ତ କରି ସାରିଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ଥିବା ଉଭୟ ଦଳ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଚଳିତମାସରେ ଦଶହରା,ଗଜଲକ୍ଷ୍ମୀ ପୂଜା ଓ କାଳୀପୂଜାର ମାହୋଲ ଭିତରେ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଓ ପ୍ରଚାର କାର୍ଯ୍ୟ ଆରମ୍ଭ ହେବ । ଆଉ ମାତ୍ର ୩ଦିନ ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୧୪ତାରିଖରେ ଶେଷ ହେବ । ତେଣୁ ପ୍ରାର୍ଥୀ ଚୟନ ନିମନ୍ତେ ରାଜନୀତିକ ଦଳଗୁଡ଼ିକ ହାତରେ ମାତ୍ର ୧୦ଦିନ ରହିଥିବାବେଳେ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ପ୍ରାୟତଃ ଚୂଡ଼ାନ୍ତ କରିସାରିଥିବା ସୂଚନା ମିଳିଛି।  ବିଜେପି ନିଜର ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ସୂରଜ ଏବେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଦଳ ଟିକେଟ୍ ଦେବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି । ଦିବଂଗତ ବିଧାୟକ ଶ୍ରୀ ସେଠୀଙ୍କ ପତ୍ନୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଓ ସେ ସକ୍ରିୟ ରାଜନୀତିକୁ ଆସିବାର ସମ୍ଭାବନା କ୍ଷୀଣ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ।

ସେହିପରି ବିଜେଡି ନିଜର ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ(୨୦୧୯ରେ ପରାଜିତ)ଙ୍କୁ ପୁଣିଥରେ ସେଠାରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ୧୦ତାରିଖ ପରେ ଦଳ ପକ୍ଷରୁ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ଏପଟେ କଂଗ୍ରେସ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତଙ୍କ ଭଳି ଦଳର ହେଭିୱେଟ୍ ନେତାଙ୍କ ଉପରେ ପ୍ରାର୍ଥୀ ଚୟନ ଦାୟିତ୍ୱ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ଦଳକୁ ଏକଜୁଟ କରି ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କମିଟି ଖୁବଶୀଘ୍ର ଧାମନଗର ଗସ୍ତ କରି ସ୍ଥାନୀୟ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସର ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ୮ତାରିଖ ସୁଦ୍ଧା ପିସିସିକୁ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story