କାଲି ନାମାଙ୍କନର ଶେଷ ଦିନ, ବୁଧବାର ଠାରୁ ଜମିବ ପ୍ରଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି। ସେଥିମଧ୍ୟରୁ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନୋମିନେସନ୍ ଦାଖଲ କରିବେ। ଏହା ପରେ ବୁଧବାରଠାରୁ ଆରମ୍ଭ ହେବ ଜୋରଦାର ପ୍ରଚାର। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏହା ପୂର୍ବରୁ ଆଜି ହୋଲି ଅବସରରେ ପରବର୍ତ୍ତୀ […]

pipili byelection

Ordigital Desk
  • Published: Monday, 29 March 2021
  • , Updated: 29 March 2021, 10:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି। ସେଥିମଧ୍ୟରୁ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନୋମିନେସନ୍ ଦାଖଲ କରିବେ। ଏହା ପରେ ବୁଧବାରଠାରୁ ଆରମ୍ଭ ହେବ ଜୋରଦାର ପ୍ରଚାର।

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ଏହା ପୂର୍ବରୁ ଆଜି ହୋଲି ଅବସରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି ସବୁ ଦଳର ପ୍ରାର୍ଥୀ। ଏହି ଅବସରରେ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ସୁପୁତ୍ର ରୁଦ୍ର ପ୍ରତାପ ମହାରଥୀ ଭୁବନେଶ୍ୱରସ୍ଥିତ ବାସଭବନରେ କର୍ମୀ ଓ ସମର୍ଥନଙ୍କୁ ହୋଲିର ଶୁଭକାମନା ଜଣାଛନ୍ତି। ଏହାସହ ଆସନ୍ତାକାଲି ନାମାଙ୍କଳ ପର୍ବ ଓ ଏହାର ପରବର୍ତ୍ତୀ କାର୍ଯ୍ୟପନ୍ଥା କ'ଣ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଅପରପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ସର୍ବପ୍ରଥମେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ଏବେଠାରୁ ପ୍ରଚାର ପାଇଁ ରଣନୀତି ପ୍ରସ୍ତୁତ କରିସାରିଲାଣି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ବାସଭବନରେ ଆଜି କର୍ମୀଙ୍କର ଖୁବ୍ ଭିଡ଼ ଜମିଥିଲା। ଏପଟେ ବିଳମ୍ବରେ ହେଉ ପଛେ, ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ରିପିଟ୍ କରିବା ପରେ ସେ ବି ତାଙ୍କ ପୁରୁଣା ସଂଗଠନକୁ ଏକାଠି କରି ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି।

ନାମାଙ୍କନର ପୂର୍ବଦିନ ରୁଦ୍ର କହିଛନ୍ତି, ପିପିଲି ଓ ଡେଲାଙ୍ଗ ବାସୀ ମୋତେ ବହୁତ ସମର୍ଥନ ଓ ଭଲପାଇବା ଦେଇଛନ୍ତି। ମୋର ବିଶ୍ୱାସ ଯେ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ବେଳେ ବହୁତ ଲୋକଙ୍କର ଆଶୀର୍ବାଦ ରହିବ। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କହିଛନ୍ତି, ପିପିଲି ଓ ଡେଲାଙ୍ଗରେ ଯେଉଁ ଅଧ୍ୟାୟ ଚାଲିଥିଲା, ତାହା ଶେଷ ହୋଇଯାଇଛି। ଏଥର ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହେବ। ପିପିଲି ଓ ଡେଲାଙ୍ଗ ବାସୀ କାହାକୁ ସେମାନଙ୍କର ଲୋକ ପ୍ରତିନିଧିକୁ ବାଛି ସାରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଲୋକେ ନିଜ ନିଜର କଥା ମୋ ପାଖରେ ରଖୁଛନ୍ତି। ଏ ଅଞ୍ଚଳରେ ଯେଉଁ ବିକାଶମୂଳକ କାମ ହୋଇପାରିନାହିଁ, ସେଥିପାଇଁ ସେମାନେ ବିଜେପିକୁ ଭୋଟ୍ ଦେବା ମନସ୍ଥ କରିସାରିଲେଣି।

ଅନ୍ୟପକ୍ଷରେ ଉପନିର୍ବାଚନକୁ ନେଇ ଏବେଠୁ ଆରମ୍ଭ ହୋଇଛି ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ହାରଜିତର ଅବଗଣନା। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପିପିଲି ନିର୍ବାଚନରେ ଲୋକମାନେ ନିଷ୍ପତ୍ତି କରିସାରିଛନ୍ତି। କେବଳ ଆନୁଷ୍ଠାନିକ ଫଳାଫଳକୁ ଅପେକ୍ଷା କରିଛନ୍ତିବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, 'ଏଠି ଶାନ୍ତିର ପ୍ରତିଷ୍ଠା ହେବ। ଓଡ଼ିଶା ରାଜନୀତିରେ ପିପିଲି ମାଟିର ଯେଉଁ ବଦନାମ ଥିଲା, ସେହି ବଦନାମରୁ ପିପିଲିବାସୀ ନିଶ୍ଚିତ ମୁକ୍ତ ହେବେ ବୋଲି ମୋର ବିଶ୍ୱାସ।' ସେହିପରି ବିନା ଅର୍ଥବଳ ଓ ବାହୁ ବଳରେ ଆମେ ଜିତିବା ପାଇଁ ଚେଷ୍ଟା କରୁଛୁ। ସତ୍ୟ ଉପରେ ଆଧାରିତ ନୀତି, ନିୟମ ଏବଂ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଲଢ଼ିବା ପାଇଁ ଆମର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Related story