ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ କମ୍ପିଲା ରାଜପଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛି। ସାଲେପୁର ଜେଏମଏଫସି କୋର୍ଟ ଚାର୍ଜସିଟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜେପି ଏହି ପ୍ରତିବାଦ କରିଛି। ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ […]

bjp

Ranjit Kumar Jena
  • Published: Friday, 27 August 2021
  • , Updated: 27 August 2021, 05:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛି। ସାଲେପୁର ଜେଏମଏଫସି କୋର୍ଟ ଚାର୍ଜସିଟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଯୋଡିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜେପି ଏହି ପ୍ରତିବାଦ କରିଛି। ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାଁ କାଟିଥିବା ସଂପୃକ୍ତ ପୁଲିସ ଅଫିସରଙ୍କୁ ବହିଷ୍କାର ଦାବି କରିଥିଲା ଦଳ। ବିଜେପିର ପ୍ରତିବାଦ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ଏ ନେଇ ବିଜେପି ନେତା ବାବୁ ସିଂ କହିଛନ୍ତି, ଜାନୁଆରୀ ମାସରେ ମାହାଙ୍ଗରେ ଦୁଇ ବିଜେପି ନେତା କୁଳମଣି ପରିଡ଼ା ଓ ତାଙ୍କ ଦିବ୍ୟସିଂହ ବରଳାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାରେ କୁଳମଣି ବରାଳଙ୍କ ପୁଅ ୧୩ ଜଣଙ୍କ ବିରୋଧରେ ଏଫଆଇଆର୍ କରିଥିଲେ। ସେଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କର ନାଁ ମଧ୍ୟ ଥିଲା। ହେଲେ ଚାର୍ଜସିଟ୍ ବେଳେ ୧୨ ଜଣଙ୍କର ନାଁ ଥିବା ବେଳେ ମନ୍ତ୍ରୀଙ୍କ ନାଁ ହଟିଗଲା। ଆଉ କିଛି ମନ୍ତ୍ରୀ ମଧ୍ୟ ଅଲଗା ଅଲଗା ହତ୍ୟାକାଣ୍ଡରେ ସଂପୃକ୍ତ ରହୁଛନ୍ତି। ଯେଉଁ ଆଇନ୍ ମନ୍ତ୍ରୀ ଲୋକମାନଙ୍କୁ ସହାୟତା ଦେବା କଥା, ସେ ନିଜେ ଆଜି ଦୋଷୀ ହେଉଛନ୍ତି। ଆଉ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ସରକାର। ତେଣୁ ଆମେ ଦାବି କରୁଛୁ ଯେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ନଚେତ୍ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବହିଷ୍କାର କରାଯାଉ।

ଗୁରୁବାର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ। ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ। ମନ୍ତ୍ରୀଙ୍କ ନାଁକୁ ବାଦ ଦେଇ ଚାର୍ଜସିଟ୍ ଦାଖଲ କରିଥିଲା ପୁଲିସ।

ସୂଚନାଯୋଗ୍ୟ, ଗତ ଜାନୁଆରୀରେ ସାଲେପୁରର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍ରେ ଘରକୁ ଆସୁଥିଲେ। ଘରଠାରୁ ଅଳ୍ପ ଦୂରରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ଦିବ୍ୟସିଂହ। ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଦର୍ଶାଇ କୁଳମଣିଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story