ଧାନକିଣା ଅବ୍ୟବସ୍ଥା: ୨୨ରୁ ମଣ୍ଡି ବୁଲିବ ବିଜେପି, ମନ୍ତ୍ରୀ କହିଲେ ସବୁ ଠିକ୍ ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସହ ମିଲରଙ୍କ ମାତ୍ରାଧିକ ପ୍ରଭାବ ଯୋଗୁ ଚାଷୀମାନେ ହତାଶ ହେଉଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି । କଟନୀ, ଛଟନୀ ଓ ଦଲାଲରାଜକୁ ବିରୋଧ କରି ଚାଷୀମାନେ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିବାବେଳେ ସରକାର କିନ୍ତୁ ସବୁ ଠିକ୍ ଚାଲିଛି ବୋଲି କହି ବିରୋଧୀଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ତେବେ ଚାଷୀଙ୍କ ଦୁର୍ଦ୍ଦଶାକୁ […]

BJP

BJP

Ordigital Desk
  • Published: Monday, 19 December 2022
  • Updated: 19 December 2022, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ସହ ମିଲରଙ୍କ ମାତ୍ରାଧିକ ପ୍ରଭାବ ଯୋଗୁ ଚାଷୀମାନେ ହତାଶ ହେଉଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏହାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି । କଟନୀ, ଛଟନୀ ଓ ଦଲାଲରାଜକୁ ବିରୋଧ କରି ଚାଷୀମାନେ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିବାବେଳେ ସରକାର କିନ୍ତୁ ସବୁ ଠିକ୍ ଚାଲିଛି ବୋଲି କହି ବିରୋଧୀଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ତେବେ ଚାଷୀଙ୍କ ଦୁର୍ଦ୍ଦଶାକୁ ଦେଖ୍‌ôବା ପାଇଁ ବିଜେପି କର୍ମକର୍ତ୍ତାମାନେ ଆସନ୍ତା ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ସବୁ ମଣ୍ଡି ପରିଦର୍ଶନ କରିବେ ବୋଲି ଦଳ ଘୋଷଣା କରିଚନ୍ତି । ସେହିପରି କଂଗ୍ରେସ ମଧ୍ୟ ମଣ୍ଡିରେ ମିଲରଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ।

ଆଜି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଚାଷୀଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାଠାରୁ ପ୍ରତି ବର୍ଷ ନିରନ୍ତର ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତିି । ଏବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାକୁ ପହଂଚିଲାଣି । ଅନ୍ୟପଟେ ରାଜ୍ୟ ସରକାର ପ୍ରତି ମୂହୁର୍ତରେ ଚାଷୀଙ୍କ ମାନସିକତା ଓ ଧୈର୍ଯ୍ୟକୁ ହତ୍ୟା କରିବା ଲାଗି ଜୋରସୋର ଉଦ୍ୟମ କରୁଛନ୍ତି । ଗତ ୨୩ ବର୍ଷର ନବୀନ ସରକାରର ପ୍ରମୁଖ କାମ ହେଉଛି ଚାଷୀମାରଣ ଯଜ୍ଞ । ଚାଷୀକୁ ତାର ନ୍ୟାଯ୍ୟ ହକରୁ ବଂଚିତ କରାଯାଉଛି । ହକ୍ ଏବଂ ଧାର୍ଯ୍ୟ ଦର ନପାଇ ଚାଷୀମାନେ ଅମଳ ପରେ ଶସ୍ୟକୁ ରାସ୍ତାରେ ରଖି ଆନ୍ଦୋଳନ କରୁଛନ୍ତିି । ଟୋକନ୍‌, କଟନୀ-ଛଟନୀ, ସୁତୁଲି-ଅଖା, ଦଲାଲୀରାଜ୍ ଆଦି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀଟି ନିରୁପାୟ ହୋଇ ଆର୍ଥିକ ଶୋଷଣର ଶିକାର ହେଉଛି । ନିଜ ନୈତିକ ଦାୟିତ୍ୱ ନତୁଲାଇ ରାଜ୍ୟ ସରକାର ମିଲରଙ୍କ ପାଖରେ ବନ୍ଧା ପଡ଼ିଛନ୍ତି । ରାଜ୍ୟର ଚାଷରୀ ଛତିଶଗଡ଼ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେଂଟ୍ରାଲ ଟୋକନ ବ୍ୟବସ୍ଥା କରି ରାଜ୍ୟ ସରକାର କେବଳ ଚଂଚକତା କରୁଛନ୍ତି । ଏସବୁ ବ୍ୟବସ୍ଥା ପ୍ରତିବାଦରେ ବିଜେପି ଆସନ୍ତା ୨୧ତାରିଖରେ ସମସ୍ତ ୫୮ଟି ସବଡିଭିଜନରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବା ସହ ୨୨ରୁ ୨୮ପର୍ଯ୍ୟନ୍ତ ମଣ୍ଡି ପରିଦର୍ଶନ କରିବ । ଯଦି ସରକାର ଏହାପରେ ବି ନସୁଧୁରିବେ ତା’ହେଲେ ଜାନୁୟାରୀରେ ବିଜେପି ‘ମଣ୍ଡି ଚାଲ ଆନ୍ଦୋଳନ’ ଜୋରଦାର କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଳିକ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ମଣ୍ଡିରେ କେବଳ ରାଜ୍ୟ ସରକାର ଧାନ କିଣିବେ । ହାଇକୋର୍ଟ ମଧ୍ୟ ତାଙ୍କ ରାୟରେ ଏହା କହିଥିବାବେଳେ ସରକାର ମଧ୍ୟ ନିଜ ନୀତିରେ ଏହା ଉଲ୍ଲେଖ କରିଛନ୍ତି । ଏହାସତ୍ତ୍ୱେ ମଣ୍ଡିଗୁଡ଼ିକ ମିଲରରମାନେ କିଭଳି ଉପସ୍ଥିତ ରହି ଧାନ କିଣୁଛନ୍ତି ତାହା ଜଣାପଡ଼ୁନି । ସରକାରଙ୍କ ଇଙ୍ଗିତରେ ମିଲରମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ସବୁ ମଣ୍ଡି ଖୋଲିସାରିଛି । ମଣ୍ଡି ବ୍ୟବସ୍ଥାରେ କେଉଁଠି ବି ବିଭ୍ରାଟ ନାହିଁ । ବିଜେପି ଯଦି ମଣ୍ଡି ବୁଲିବାକୁ ଯାଉଛନ୍ତି, ଯାଆନ୍ତୁ କିଛି ସମସ୍ୟା ନାହିଁ । ଡିଏଲପିସି ଯେଉଁଠି ଯେବେ ନିଷ୍ପତ୍ତି ନିଏ, ସେହି ଅନୁସାରେ ମଣ୍ଡି ଖୋଲିଥାଏ । ଏବେସୁଦ୍ଧା ୧.୨୪ଲକ୍ଷ ଚାଷୀଙ୍କୁ ସେମାନଙ୍କ ଧାନ ବାବଦରେ ୧୧୦୪କୋଟି ଟଙ୍କା ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story