ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା: ଆସନ୍ତାକାଲିଠୁ ଅହୋରାତ୍ର ଧାରଣା ଦେବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ସର୍ବବୃହତ୍ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଅନେକ ଠୋସ୍ ପ୍ରମାଣ ଥିଲେ ବି ପୁଲିସ ତଦନ୍ତ କରୁନି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବାର ମାଳ ମାଳ ପ୍ରମାଣ ରହିଛି । ଅର୍ଚ୍ଚନା ନାଗ ମାମଲାରେ ଶାସକ ଦଳର ଅନେକ ନେତା ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି । ପୁଲିସ ଏହି ଉଭୟ ମାମଲାରେ କୌଣସି […]

Pruthiraj Harichandan

Pruthiraj Harichandan

Ordigital Desk
  • Published: Friday, 21 October 2022
  • Updated: 21 October 2022, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ସର୍ବବୃହତ୍ ସେକ୍ସ ସ୍କାଣ୍ଡାଲ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଅନେକ ଠୋସ୍ ପ୍ରମାଣ ଥିଲେ ବି ପୁଲିସ ତଦନ୍ତ କରୁନି । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବାର ମାଳ ମାଳ ପ୍ରମାଣ ରହିଛି । ଅର୍ଚ୍ଚନା ନାଗ ମାମଲାରେ ଶାସକ ଦଳର ଅନେକ ନେତା ମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି । ପୁଲିସ ଏହି ଉଭୟ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବିଜେପି ଆସନ୍ତାକାଲିଠୁ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ନେଇଛି । ଏହାସହିତ ଘଣ୍ଟ,ବାଜା ଓ ମୃଦଙ୍ଗ ବଜାଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିବାକୁ ବିଜେପି ଚେଷ୍ଟା କରିବ ବୋଲି ଦଳ କହିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ଆକଣ୍ଠପାନ କରିଛନ୍ତି । ରାଜ୍ୟ ସରକାର ୨୩ବର୍ଷ ଧରି ଭ୍ରଷ୍ଟାଚାରରେ ଲିପ୍ତ ରହି ଆସିଛନ୍ତି କିନ୍ତୁ ଏବେ ଅନାଚାର ଓ ବ୍ୟଭିଚାରରେ ସୀମା ଟପିଲେଣି । ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେପି ତା’ର ଆନ୍ଦୋଳନ ଜାରି ରଖିବ । ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୁଦ୍ଧରେ ମାଳମାଳ ପ୍ରମାଣ ଥିଲେ ମଧ୍ୟ ପୁଲିସ କାହିଁକି ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି । ଅନେକ ବେଆଇନ ଆର୍ଥିକ ଦେଣନେଣ ହୋଇଛି, ଏହାର ବି ତଦନ୍ତ ହେଉନି । ସେହିପରି ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି ପୁଲିସ ତଦନ୍ତ କରୁନି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ, ଟଙ୍କା ଲୁଣ୍ଠନ ଓ ବ୍ଲାକ ମେଲିଙ୍ଗ୍ ଭଳି ଜଘନ୍ୟ ଅଭିଯୋଗ ଥିଲେ ମଧ୍ୟ କମିଶନରେଟ ପୁଲିସ କାହିଁକି ତାଙ୍କ ବିରୋଧରେ ଚାର୍ଜସିଟ୍ ନକରି ଘଂଟ ଘୋଡ଼ାଉଛିି । ରାଜ୍ୟ ସରକାର ଅର୍ଚ୍ଚନା ନାଗଙ୍କ ଘଟଣାରେ ଯେଉଁ ବଡ଼ବଡ଼ିଆ ନେତାମନ୍ତ୍ରୀମାନେ ସଂପୃକ୍ତ ଅଛନ୍ତି ତୁରନ୍ତ ତାଙ୍କ ନାମ ପ୍ରକାଶ କରି ବିହିତ ପଦକ୍ଷେପ ନିଅନ୍ତୁ । ଇତିଶ୍ରୀ, ବେବିନାଙ୍କ ଠାରୁ ଆରମ୍ଭ କରି ନୟାଗଡ଼ର ପରୀ ଓ ଯାଜପୁରର ପିହୁ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ଅନାଚାର, ବ୍ୟଭିଚାରରେ ଶାସକ ଦଳର ମନ୍ତ୍ରୀ, ନେତାମାନଙ୍କର ସମ୍ପୃକ୍ତି ଓ ବ୍ୟଭିଚାର ବିରୋଧରେ ସ୍ୱର ଉତ୍ତୋଳନ କରି ମମିତା ମେହେର ଭଳି ଅନେକ ଝିଅ ନିଜର ପ୍ରାଣ ହରାଇଛନ୍ତି ଯାହା ଓଡିଶାବାସୀ ଦେଖିଛନ୍ତି । ଚିଟ୍‌ଫଣ୍ଡ, ବ୍ଲକ ଓ ସେକ୍ରେଟାରୀଏଟର ତୃତୀୟ ମହଲା ପର୍ଯ୍ୟନ୍ତ ରାଜ୍ୟ ସରକାର ଭ୍ରଷ୍ଟାଚାରକୁ ପ୍ରଶୟ ଦେଉଥିବା ଓଡ଼ିଶାବାସୀ ଜାଣିଛନ୍ତି, ଓଡିଶାରେ ବିନା ଲାଂଚ ଟଙ୍କାରେ ପତ୍ର ହଲେ ନାହିଁ ଯାହା ରାଜ୍ୟ ସରକାରଙ୍କ ପରିଚୟକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଓଡ଼ିଶା ପୁଲିସ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ତାହାର ନିଦ୍ରା ଭାଙ୍ଗିବା ଦରକାର । ଓଡ଼ିଶାରେ ଯେତେ ବଡ଼ ଦୁର୍ନୀତି କିମ୍ବା ବ୍ୟଭିଚାରର କଥା ଆସେ ସବୁବେଳେ ଅପାରଗ ଓ ମିଥ୍ୟାବାଦୀ ମୁଖ୍ୟମନ୍ତ୍ରୀ କହନ୍ତି ଯେ- ‘ଆଇନ ତା ବାଟରେ ଯାଉଛି’ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ କି ଅପରାଧରେ ସଂପୃକ୍ତ ଥିବା ମନ୍ତ୍ରୀ ଓ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।
ତେଣୁ ପୁଲିସର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଲାଗି ବିଜେପି ଆସନ୍ତାକାଲିଠୁ ଅହରାତ୍ରି ଆନ୍ଦୋଳନ କରିବ । ନିର୍ଣ୍ଣାୟକ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଏବଂ ସେଥିରେ ଯଦି ପୁଲିସ ଓ ରାଜ୍ୟ ସରକାରଙ୍କ ନିଦ ନଭାଙ୍ଗେ ତା’ହେଲେ ଘଣ୍ଟ,ଘଣ୍ଟା ଓ ମୃଦଙ୍ଗ ବଜାଇ ମୁଖ୍ୟମନ୍ତ୍ରୀଙ୍କ ନିଦ୍ରା ଭାଙ୍ଗିବାକୁ ବିଜେପି ଯିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ରମାରଞ୍ଜନ ବଳିୟାରସିଂ, ବାବୁ ସିଂ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story