ଚାଷୀଙ୍କୁ ଇନ୍‌ପୁଟ୍ ସବସିଡି: ନିର୍ବାଚନ ବେଳେ ବିଜେଡି ସରକାରର ନିଦ ଭାଙ୍ଗିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଚାପ ପରେ ଶେଷରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମୁଣ୍ଡ ନୁଆଁଇଛନ୍ତି । ପଦ୍ମପୁରରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ନିର୍ବାଚନମଣ୍ଡଳୀରେ ସରକାରବିରୋଧୀ ହାୱାକୁ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ମରୁଡ଼ି ପ୍ରଭାବିତ ୧୨ଟି ଜିଲ୍ଲା ନିମନ୍ତେ ୨୦୦କୋଟି ଟଙ୍କାର ଇନପୁଟ ସବସିଡି ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ବରଗଡ଼ ଜିଲ୍ଲା ସାମିଲ ଅଛି । ସେହିପରି ଚାଷୀଙ୍କୁ ତୁରନ୍ତ ବୀମା କ୍ଷତିପୂରଣ […]

Naveen-Patnaik

Naveen-Patnaik

Ordigital Desk
  • Published: Tuesday, 15 November 2022
  • Updated: 15 November 2022, 09:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଚାପ ପରେ ଶେଷରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମୁଣ୍ଡ ନୁଆଁଇଛନ୍ତି । ପଦ୍ମପୁରରେ ଚାଷୀଙ୍କ ଆନ୍ଦୋଳନ ଯୋଗୁ ନିର୍ବାଚନମଣ୍ଡଳୀରେ ସରକାରବିରୋଧୀ ହାୱାକୁ ପ୍ରଶମିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ମରୁଡ଼ି ପ୍ରଭାବିତ ୧୨ଟି ଜିଲ୍ଲା ନିମନ୍ତେ ୨୦୦କୋଟି ଟଙ୍କାର ଇନପୁଟ ସବସିଡି ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ବରଗଡ଼ ଜିଲ୍ଲା ସାମିଲ ଅଛି । ସେହିପରି ଚାଷୀଙ୍କୁ ତୁରନ୍ତ ବୀମା କ୍ଷତିପୂରଣ ଦେବା ନିମନ୍ତେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଆଜି ଉଭୟ ରାଜ୍ୟ ସରକାର ଓ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପଦ୍ମପୁରରେ ଦୀର୍ଘ ୯ମାସ ଧରି ଚାଷୀମାନେ ଇନପୁଟ ସବସିଡି ଓ ବୀମା କ୍ଷତିପୂରଣ ନିମନ୍ତେ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ରାଜ୍ୟ ସରକାର ଏବେ ନିର୍ବାଚନ ଓ ଚାଷୀଙ୍କ ଆକ୍ରୋଶକୁ ଦେଖି ଇନପୁଟ ସବସିଡି ଘୋଷଣା କରିଥିବା ଜଣାପଡ଼ିଛି ।

ପଦ୍ମପୁରରେ ଚାଷୀମାନେ ଇନପୁଟ ସବସିଡି, ବୀମା କ୍ଷତିପୂରଣ ଓ ଶୀଘ୍ର ଧାନ କିଣା ଦାବିରେ ଗତ ୧ତାରିଖରୁ ଧାରଣାରେ ବସି ରହିଥିବାବେଳେ ସେମାନଙ୍କର ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଚାଷୀଙ୍କ ଆନ୍ଦୋଳନକୁ ପ୍ରଶମିତ କରିବା ନିମନ୍ତେ ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥନ ଜଣାଇଥିଲେ ମଧ୍ୟ ଚାଷୀମାନେ ସେଥିରେ ପ୍ରଭାବିତ ନହୋଇ ଓଲଟା ଉପନିର୍ବାଚନକୁ ବର୍ଜନ କରିବା ନିମନ୍ତେ ଅନୁରୋଧ କରିଥିଲେ । ପଦ୍ମପୁର ଅଂଚଳର ଚାଷୀମାନଙ୍କ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇ ବରଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାର ଆଜି ୨୦୦କୋଟି ଟଙ୍କାର ଇନପୁଟ ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟର ୧୨ଟି ଜିଲ୍ଲାର ୧୫ଟି ପୌରାଂଚଳ ଓ ୬୪ଟି ବ୍ଲକରେ ୨ଲକ୍ଷ ୬୩ହଜାର ୫୬୦ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିବାରୁ ସେମାନଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେଏପର୍ଯ୍ୟନ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିପାରିନି । ତେଣୁ ସ୍ଥିତିର ଗମ୍ଭୀରତାକୁ ବୁଝି ପ୍ରଭାବିତ ଚାଷୀଙ୍କ ଦାବି ଓ ଜିଲ୍ଲାପାଳମାନଙ୍କ ଫସଲ କ୍ଷତି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ଏହି ଇନପୁଟ ସବସିଡି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତୁରନ୍ତ ଆବଶ୍ୟକ ପାଣ୍ଠି ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିକଟରେ ଦସ୍ତାବିଜ ଦାଖଲ କରିବା ଓ ଚାଷୀଙ୍କୁ ସହାୟତା ବଂଟନ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଗତକାଲି ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରି ରାଜ୍ୟ ସରକାରଙ୍କ ବିଳମ୍ବ ଯୋଗୁ ଚାଷୀମାନେ ନିଜର ହକରୁ ବଂଚିତ ହେଉଥିବା ଅଭିଯୋଗ କରିଥିଲେ । ଏପରିକି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଗତକାଲି ନାମାଙ୍କନ ଦାଖଲ କରିବାକୁ ଯାଇ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଫେରି ଆସିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଶ୍ରୀ ତୋମାର ତୁରନ୍ତ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଉଭୟ ରାଜ୍ୟ ସରକାର ଓ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ତୋମାର ନିଜର ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ବରଗଡ଼ ଜିଲ୍ଲାର ଝାରବନ୍ଧ, ପଦମପୁର, ପାଇକମାଳ ବ୍ଲକର ବୀମା କ୍ଷତିପୂରଣ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ହୋଇଛି । ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ଏ ସମ୍ବନ୍ଧରେ ନିଷ୍ପତ୍ତି ହୋଇସାରିଛି । ସମ୍ପୃକ୍ତ ବୀମା କମ୍ପାନୀଗୁଡ଼ିକୁ ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ବୀମା କ୍ଷତିପୂରଣ ରାଶି ପ୍ରଭାବିତ ଚାଷୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଦ୍ମପୁରରେ ଧାରଣାରତ ଚାଷୀମାନଙ୍କ ଦାବି ହାସଲ ପାଇଁ ସରକାରଙ୍କ ଉପରେ ଚାପ ଓ ଜିଦ୍ ଆଗରେ ଶେଷରେ ସରକାର ମୁଣ୍ଡ ନୁଆଁଇ ଇନପୁଟ ସବସିଡି ଓ ବୀମା କ୍ଷତିପୂରଣ ଦେବାକୁ ପଦକ୍ଷେପ ନେଇଥିବାବେଳେ ଆଗୁଆ ଧାନ କିଣା ନିମନ୍ତେ ମଧ୍ୟ ରାଜ୍ୟ ସରକାର ସମ୍ମତି ଦେଇଛନ୍ତି । ନଭେମ୍ବର ୨୫ ନୁହେଁ ବରଂ ୨୧ରୁ ବରଗଡ଼ ଜିଲ୍ଲାରେ ଧାନ କିଣା ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚାଷୀମାନଙ୍କର ଏହି ୩ଟି ମୁଖ୍ୟ ଦାବିର ସମାଧାନର ବାଟ ବାହାରିଥିବାବେଳେ ସେମାନଙ୍କ ଆନ୍ଦୋଳନ ଜାରି ରହିବ କି ପୂର୍ଣ୍ଣଚ୍ଛେଦ ପଡ଼ିବ ତାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି । ମାତ୍ର ଚାଷୀଙ୍କ ସମସ୍ୟାର ସମାଧାନର ଶ୍ରେୟ କିଏ ନେବ ଓ ପଦ୍ମପୁରରେ ଚାଷୀମାନଙ୍କ ଭୋଟ କାହା ସପକ୍ଷରେ ପଡ଼ିବ ତାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଛି ।

ପ୍ରଶ୍ନ ଉଠୁଛି, ୨୦୨୧ ମସିହାରୁ ବରଗଡ଼ର ଚାଷୀମାନେ ଇନପୁଟ ସବସିଡି ଦାବି କରୁଥିବାବେଳେ ଗତ ୯ମାସ ଧରି ଚାଲିଥିବା ଆନ୍ଦୋଳନ ଓ ୧୪ ଦିନ ଧରି ଚାଲିଥିବା ଧାରଣା ପରେ ରାଜ୍ୟ ସରକାରଙ୍କ କାହିଁକି ନିଦ ଭାଙ୍ଗିଲା? ନିର୍ବାଚନ ପୂର୍ବରୁ ଏହି ଘୋଷଣା ହୋଇପାରିଥାନ୍ତା । ଏଭଳି କରି ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିନାହାନ୍ତି ତ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story