ପିପିଲି ଉପନିର୍ବାଚନ, ୧୩ରେ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଏବେ ସବୁ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଦିନ ରାତି ଏକ କରି ପ୍ରଚାରରେ ମାତିଛନ୍ତି। ପିପିଲି ନିର୍ବାଚନ ପ୍ରଚାରରେ ବିଜେପିକୁ ଅଧିକ ବଳ ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ। ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ପିପିଲିରେ ପ୍ରଚାର କରିବେ। ପିପିଲିରେ ଏକ ରାଲି ସହ ସାଧାରଣ ସଭାରେ ଧର୍ମେନ୍ଦ୍ର ଯୋଗଦେବେ। ଧର୍ମେନ୍ଦ୍ରଙ୍କ ବ୍ୟତୀତ ବିଜେପିର […]

Dharmendra-Pradhan

Dharmendra-Pradhan

Ranjit Kumar Jena
  • Published: Wednesday, 07 April 2021
  • Updated: 07 April 2021, 04:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଏବେ ସବୁ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଦିନ ରାତି ଏକ କରି ପ୍ରଚାରରେ ମାତିଛନ୍ତି। ପିପିଲି ନିର୍ବାଚନ ପ୍ରଚାରରେ ବିଜେପିକୁ ଅଧିକ ବଳ ଯୋଗାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ।

ଆସନ୍ତା ୧୩ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ପିପିଲିରେ ପ୍ରଚାର କରିବେ। ପିପିଲିରେ ଏକ ରାଲି ସହ ସାଧାରଣ ସଭାରେ ଧର୍ମେନ୍ଦ୍ର ଯୋଗଦେବେ। ଧର୍ମେନ୍ଦ୍ରଙ୍କ ବ୍ୟତୀତ ବିଜେପିର ଆଉ କିଛି କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାରରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନରେ ଭର୍ଚୁଆଲ ଯୋଗେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ପ୍ରଚାର ସମ୍ବନ୍ଧରେ ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ପ୍ରଚାର ସମୟରେ ବିଭିନ୍ନ ସ୍ଥାନରେ ଏଲଇଡି ଲାଗିବ। ତେବେ ମୁଖ୍ୟମନ୍ତ୍ରୀ କେବେ ପ୍ରଚାର କରିବେ, ତାହା ସ୍ଥିର ହୋଇନଥିବା ଉମା ସାମନ୍ତରାୟ କହିଛନ୍ତି।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତା ୧୫ତାରିଖରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ପିପିଲି ନିର୍ବାଚନ ଜିତିବା ନୁହେଁ ବରଂ ବିଜୟ ଭୋଟ୍ ବ୍ୟବଧାନକୁ ଅଧିକ କରିବା ପାଇଁ ଶେଷଦିନରେ ନବୀନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, ଗତକାଲି ପିପିଲି ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ପ୍ରଚାର ନବୀନ ପଟ୍ଟନାୟକ କରିବେ ବୋଲି ଦଳ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos