କାନ୍ଦିଲେ ପ୍ରସାଦ, କହିଲେ- ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବି ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ, ଯେଉଁମାନେ ମୋତେ ଆକ୍ଷେପ କରି କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ […]

Prasad Harichandan

Prasad Harichandan

Jitendra Garnayak
  • Published: Thursday, 27 January 2022
  • Updated: 27 January 2022, 02:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ, ଯେଉଁମାନେ ମୋତେ ଆକ୍ଷେପ କରି କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ ହୋଇଥିବା ପ୍ରସାଦ ହରିଚନ୍ଦନ। ସେ ବିଜେଡିକୁ ଯିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରତିକ୍ରିୟା ରଖିଛନ୍ତି। ଆଉ ଏହି ସମୟରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା।

ପ୍ରସାଦ କହିଥିଲେ, ବେପାରୀମାନେ ଡିଲ୍ କରନ୍ତି। ସରକାରଙ୍କଠାରୁ ଫାଇଦା ପାଇଁ ସେମାନେ ଡିଲ୍ କରନ୍ତି। କିନ୍ତୁ ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର, ମୁଁ କାହାଠୁ ସାମାନ୍ୟତମ ଫାଇଦା ନେଇ ନାହିଁ। ମୁଁ କାହା ସହିତ ଡିଲ୍ କରି ନାହିଁ କି କରିବି ନାହିଁ। ଆପଣମାନେ (ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ) ଆଜି ଏହାକୁ ଲେଖିକି ରଖନ୍ତୁ। ଯଦି କୌଣସି ଦିନ କୌଣସି ଡିଲ୍‌ରେ ମୋ ନାଁ ଆସିବ, ସେହିଦିନ ଏହି ମନ୍ତବ୍ୟକୁ ଉଦ୍ଧାର କରି ମୋତେ ପ୍ରଶ୍ନ କରିବେ।

କାନ୍ଦି କାନ୍ଦି ପ୍ରସାଦ କହିଥିଲେ, ମୁଁ ଦୁର୍ନୀତିରେ ନାହିଁ। ମୁଁ ଖଣି ହେଉକି ପାଣି, କୌଣସି ଦୁର୍ନୀତିରେ ନାହିଁ। ଆଜି ପର୍ଯ୍ୟନ୍ତ ମୋ ବିରୋଧରେ କୌଣସି ସ୍କାମ ଓ ସ୍କାଣ୍ଡାଲର ଅଭିଯୋଗ ଆସିନି। ଏହା ସେମାନଙ୍କୁ ଅସହ୍ୟ କରୁଛି। ସେମାନଙ୍କୁ ଅସହ୍ୟ କରୁଛି ମୋ ନୀରବତା। ମୁଁ ଦଳର ଓ ଲୋକଙ୍କ ସ୍ୱାର୍ଥ ପାଇଁ ନୀରବ ରହୁଛି। ନହେଲେ ବହୁତ ଲୋକଙ୍କର ବହୁତ ଗୁମର ଖୋଲି ଯା’ନ୍ତା। ମୋ ପାଖରେ ସେ ନେଇ ଦସ୍ତାବିଜ୍ ବି ଅଛି। ନିର୍ବାଚନ ପରେ ଏହାର ଖୁଲାସା କରିବି।

ସେ କହିଥିଲେ, ଯେଉଁମାନେ କହୁଛନ୍ତି ମୁଁ ୩ ବର୍ଷ ହେଲାଣି ଘରୁ ବାହାରୁନି, ଆଜି ସେମାନଙ୍କ ଉଦ୍ଦେଶ୍ୟରେ ମୁଁ କହୁଛି ୩ ବର୍ଷ ନୁହେଁ, ୩୩ ବର୍ଷ ହେଲାଣି ମୁଁ ଘରୁ ବାହାରିନି। ମୋର ଗୋଟିଏ ଘର ଓ ଗୋଟିଏ ଠିକଣା। ଆଉ ତାହା ହେଉଛି କଂଗ୍ରେସ। ୩୩ ବର୍ଷ ହେଲା ସେହି ଘରେ ଅଛି। କିଛି ଲୋକ ଅନେକ ଥର ଘର ବଦଳାଇଛନ୍ତି। ବିଜେଡି, ବିଜେପି, ଜନତା ପାର୍ଟି, ସମୃଦ୍ଧ ଓଡ଼ିଶା, ଓଜିପି ଓ ଏନ୍‌ସିପି ଆଦି ଦଳକୁ ଡେଇଁଛନ୍ତି। କିଏ ୩ ଥର, କିଏ ୪ ଥର ତ ଆଉ କିଏ ୬ ଥର ଦଳ ବଦଳାଇଛନ୍ତି। ଆଉ ସେହିମାନେ ମୁଁ ଘରୁ ବାହାରୁ ନଥିବା କଥା କହୁଛନ୍ତି। ସେମାନେ ଚାଲୁଣି, କିନ୍ତୁ ମୁଁ ଛୁଞ୍ଚି ବି ନୁହେଁ। ଯେଉଁମାନେ ବାରମ୍ବାର ଘର ବଦଳାଉଛନ୍ତି, ସେମାନେ କହୁଛନ୍ତି ମୁଁ ପଳାଇବି। କ’ଣ ଦେଖି କହିଲେ? ମୁଁ କ’ଣ ପାଇଁ ଯିବି?

ପ୍ରସାଦ କହିଥିଲେ, ବିଜେପି ଓ ବିଜେଡି ଦ୍ୱାରା କ’ଣ କେବେ ମୁଁ ଅନୁଗୃହିତ ହୋଇଛି? କେବେ କ’ଣ ସେମାନଙ୍କ ଠାରୁ ମୁଁ କିଛି ଆଶା କରିଛି? ମୁଁ ଆଜି ବିଜେଡି ଓ ବିଜେପି ନେତାଙ୍କୁ ଆହ୍ୱାନ କରୁଛି, ସେମାନଙ୍କ ମଧ୍ୟରୁ ଜଣେ କେହି କୁହନ୍ତୁ ଯେ କେତେବେଳେ ମୁଁ ପରୋକ୍ଷରେ ହେଲେ ବି ସେମାନଙ୍କୁ ଇଙ୍ଗିତ ଦେଇଛି କି ସେମାନଙ୍କ ଦଳରେ ଯୋଗ ଦେବାକୁ? ବା କିଏ ମୋତେ କେବେ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି କି? କେହି ମୋତେ ଯୋଗାଯୋଗ କରିବାକୁ ସାହାସ କରି ନାହାନ୍ତି। ୨୦୦୨ ମସିହାରୁ ମୋତେ ଅନ୍ୟ ଦଳକୁ ନେବାକୁ ଚେଷ୍ଟା ହୋଇଛି। କିନ୍ତୁ ମୁଁ ରୋକ୍‌ଠୋକ୍ ଏଡ଼ାଇ ଦେଇଛି।

ସେ କହିଥିଲେ, କିଛି ଲୋକ କହୁଛନ୍ତି ମୁଁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଛି, ତେଣୁ ବିଜେଡି ଯିବି। କିନ୍ତୁ ମୁଁ ଘୋଷଣା କରୁଛି ଯେ ମୁଁ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବି ନାହିଁ। ତେଣୁ ଯେଉଁମାନେ ମୋ ବିରୋଧରେ ଅପପ୍ରଚାର କରୁଛନ୍ତି, ସେମାନେ ଏଥରୁ ବୁଝନ୍ତୁ ଯେ ମୋର କ’ଣ ଇଚ୍ଛା ଅଛି?

ଏହା ସହିତ କଂଗ୍ରେସ ଏକ ସଙ୍ଗିନ ସ୍ଥିତି ଦେଇ ଯାଉଥିବା କହିଥିଲେ ପ୍ରସାଦ ହରିଚନ୍ଦନ। ସେ କହିଥିଲେ, କଂଗ୍ରେସ କର୍ମୀମାନେ ତଳିତଳାନ୍ତ। ଗାଁଗଣ୍ଡାରେ ମୁଣ୍ଡ ଟେକି ଚାଲି ପାରୁ ନାହାନ୍ତି। ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏଭଳି ସମୟରେ ଆମେ କଂଗ୍ରେସର ନେତାମାନେ ଏକାଠି ହୋଇ ଦଳକୁ କେମିତି ପୁଣି ଉଠାଇ ହେବ, ସେ କଥା ଚିନ୍ତା କରିବା ଉଚିତ୍‌। ଦଳକୁ କେମିତି ଲୋକଙ୍କ ଆସ୍ଥାଭାଜନ କରିହେବ, ସେ ନେଇ କାମ କରିବା ଉଚିତ୍‌। ଆମେ ଏ କଥା ନକରି ଆମେ ଆମ ଭିତରେ ଗୋଡ଼ ଛେଦିବା କାର୍ଯ୍ୟରେ ଲିପ୍ତ। ବାଟ ନଦେଖାଅ, କିନ୍ତୁ କାହାର ବାଟରେ କଣ୍ଟା ହୁଅ ନାହିଁ। ଯେଉଁ ଯୁବକମାନେ ଆଗକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଉତ୍ସାହିତ କରାଯାଉ।

ସେହିପରି ସତ୍ୟବାଦୀକୁ ପ୍ରସାଦ କଂଗ୍ରେସ ଶୂନ୍ୟ କରି ଦେଲେ ବୋଲି ଯେଉଁ କଥା କୁହାଯାଉଛି, ତା’ ବାବଦରେ ବି ସେ ଜବାବ ରଖିଥିଲେ। ସେ କହିଥିଲେ, ଜିଲ୍ଲା ପରିଷଦ ନିର୍ବାଚନରେ କାହାକୁ ଟିକେଟ୍ ଦିଆଯିବ, ତାହା ପିସିସି ସଭାପତିଙ୍କ ଦାୟିତ୍ୱ। ତାଙ୍କ ସ୍ୱାକ୍ଷରରେ ଟିକେଟ୍ ଦିଆଯାଏ। ମୁଁ ଆଶା କରୁଥିଲି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗରେ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବ। କିମ୍ବା ପିସିସି ସଭାପତି ଏ ବିଷୟରେ କିଛି କହିବେ। କିନ୍ତୁ ସେମିତି କିଛି ହେଲାନି। ଶେଷ ମୁହୂର୍ତ୍ତରେ ମୋ ପାଖକୁ ଟିକେଟ୍ ଦେଇ ଜଣେ କର୍ମଚାରୀଙ୍କୁ ପଠାଯାଇଥିଲା। କିନ୍ତୁ ମୁଁ ଏବେ ନିର୍ବାଚନ ମଣ୍ଡଳୀର କୌଣସି ଦାୟିତ୍ୱ ବୁଝୁ ନଥିବାରୁ କାହାକୁ ଟିକେଟ୍ ଦେଇପାରିବି ନାହିଁ ବୋଲି ସ୍ପଷ୍ଟ ଭାବେ କହି ତାଙ୍କୁ ଫେରାଇ ଦେଇଥିଲି। ଯଦି ପିସିସି ଟିକେଟ୍ ଦେବା ଦାୟିତ୍ୱ ତା’ର ବୋଲ୍ ବୋଧ କରି ଥିଲା, ତା’ହେଲେ ଟିକେଟ୍ ଦେଲା ନାହିଁ କାହିଁକି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story