ବନ୍ୟା ପ୍ରଭାବିତଙ୍କୁ ସହାୟତା: କଂଗ୍ରେସ ଗଢ଼ିଲା ୯ ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୦ଟି ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ସହାୟତା କରିବା ନିମନ୍ତେ ଏଆଇସିସି ପକ୍ଷରୁ ୯ଜଣିଆ କମିଟି ଗଠନ କରାଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ଭକ୍ତଚରଣ ଦାସ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କମିଟିର ସଦସ୍ୟ ରଖାଯାଇଛି। ଏହି କମିଟି ଦଳର ରିଲିଫ କାର୍ଯ୍ୟର ତଦାରଖ କରିବା […]

congress

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୦ଟି ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ସହାୟତା କରିବା ନିମନ୍ତେ ଏଆଇସିସି ପକ୍ଷରୁ ୯ଜଣିଆ କମିଟି ଗଠନ କରାଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ଭକ୍ତଚରଣ ଦାସ, ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମଙ୍କୁ କମିଟିର ସଦସ୍ୟ ରଖାଯାଇଛି। ଏହି କମିଟି ଦଳର ରିଲିଫ କାର୍ଯ୍ୟର ତଦାରଖ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇବା ଦିଗରେ କାର୍ଯ୍ୟ କରିବେ। ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।ଏହାସହିତ ଉକ୍ତ କମିଟି ୭ଦିନ ମଧ୍ୟରେ ଜିଲ୍ଲାୱାରି ରିପୋର୍ଟ ଉଭୟ ଓଡ଼ିଶା ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରଦାନ କରିବେ।

ଶ୍ରୀ ସିଂ କହିଛନ୍ତି ଯେ, ଗତ କିଛିଦିନ ମଧ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେଣୁ ପ୍ରଭାବିତ ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହେବା ନିମନ୍ତେ କଂଗ୍ରେସ କର୍ମୀମାନଙ୍କୁ ପରାମର୍ଶ ଦେବାକୁ ସେ କହିଛନ୍ତି।

Related story