ରାଜ୍ୟରେ ସ୍ୱୟଂ ଭଗବାନ ବି ସୁରକ୍ଷିତ ନୁହଁନ୍ତି: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ମାଉସୀମା’ ମନ୍ଦିରରୁ ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି କହିବା ସହ ରାଜ୍ୟରେ ସ୍ୱୟଂ ଭଗବାନ ବି ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଛନ୍ତି, ଗତକାଲି ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା ଓ ରୁପା ଆଦି ଗହଣା ଅଲଙ୍କାର ଚୋରି କରି ନେଇ ପଳାଇଛନ୍ତି। ଏହାକୁ ଯେତେ ନିନ୍ଦା କଲେ […]

Prithiviraj Harichandan

Ordigital Desk
  • Published: Thursday, 01 April 2021
  • , Updated: 01 April 2021, 09:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ମାଉସୀମା’ ମନ୍ଦିରରୁ ଚୋରି ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି କହିବା ସହ ରାଜ୍ୟରେ ସ୍ୱୟଂ ଭଗବାନ ବି ସୁରକ୍ଷିତ ନୁହଁନ୍ତି ବୋଲି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଛନ୍ତି, ଗତକାଲି ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା ଓ ରୁପା ଆଦି ଗହଣା ଅଲଙ୍କାର ଚୋରି କରି ନେଇ ପଳାଇଛନ୍ତି। ଏହାକୁ ଯେତେ ନିନ୍ଦା କଲେ ବି କମ୍। ଏହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ବୋଲି ଦର୍ଶାଉଛି।

ରାଜ୍ୟରେ ଦିନ ଦ୍ୱିପ୍ରହରରେ ଛିନତାଇ, ଲୁଟ, ଡକାୟତି, ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟି ଚାଲିଛି। ‘ଅପରାଧ ଏବଂ ଅପରାଧୀ’ ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପୁଲିସ ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ। ନିର୍ଭୟରେ ଅପରାଧୀମାନେ ଅପରାଧ କରିଚାଲୁଛନ୍ତି। ରାଜ୍ୟର ମା', ଭଉଣୀ, ବୁଦ୍ଧାବୃଦ୍ଧାମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଏବେ ସ୍ୱୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ସେ କହିଛନ୍ତି, ପ୍ରତିଦିନ ଖବରକାଗଜରେ ମନ୍ଦିରରୁ ଚୋରି ଘଟଣା ସମ୍ବାଦ ପଢିବାକୁ ମିଳୁଛି। ବାଣପୁରର ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲଭ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି, ପିପିଲି ଅନ୍ତର୍ଗତ କୁକୁଡିଆ ଗ୍ରାମସ୍ଥିତ ବିଖ୍ୟାତ ଗୋପୀନାଥ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଅତୀତରେ ନବକଳେବର ବିଭ୍ରାଟ, ରତ୍ନଭଣ୍ଡାର ବିଭ୍ରାଟ, ଦାରୁବିଭ୍ରାଟ ଭଳି ଘଟଣାରୁ ରାଜ୍ୟ ସରକାର କୌଣସି ଶିକ୍ଷା ଲାଭ କରିନଥିବାବେଳେ ଏବେ ମାଉସୀମା’ ମନ୍ଦିରରୁ ଚୋରି ଘଟଣା ରାଜ୍ୟ ସରକାରଙ୍କ ଅପାରଗତା ଓ ନଷ୍କ୍ରିୟତାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଏବଂ ଅବାଧ ନିଶା ବେପାର ହିଁ ମୁଖ୍ୟ କାରଣ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିର ଐତିହ୍ୟର ସୁରକ୍ଷା ପାଇଁ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାର ପ୍ରୟାସ ନକରି ରାଜ୍ୟ ସରକାର ବାସ୍ତବରେ ଓ ସଠିକ ଭାବେ ମନ୍ଦିରର ସୁରକ୍ଷା ପ୍ରଦାନ କରିବାକୁ ବିଜେପି ପରାମର୍ଶ ଦେଇଛି।

Related story