କଂଗ୍ରେସରେ ମିଶିଲେ ଗୁଡ୍‌ଲି ଓ ପମି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ୍‌ଲି ରଥ ଏବଂ ଗାୟିକା ପମି ମିଶ୍ର। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରବିବାର ଏହି ଦୁଇ କଳାକାର ଦଳରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗ ଦେବା ପରେ ଗୁଡ୍‌ଲି ରଥ କହିଛନ୍ତି ଯେ ତାଙ୍କ ବାପା ଗଙ୍ଗାଧର ରଥ କଂଗ୍ରେସରେ ଥିଲେ। ତେଣୁ ସେ କଂଗ୍ରେସରେ ସାମିଲ ହେବାର ଏହା ପ୍ରଥମ କାରଣ। […]

Congress

  • Published: Sunday, 18 December 2022
  • , Updated: 18 December 2022, 01:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ୍‌ଲି ରଥ ଏବଂ ଗାୟିକା ପମି ମିଶ୍ର। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ରବିବାର ଏହି ଦୁଇ କଳାକାର ଦଳରେ ଯୋଗ ଦେଇଛନ୍ତି।

କଂଗ୍ରେସରେ ଯୋଗ ଦେବା ପରେ ଗୁଡ୍‌ଲି ରଥ କହିଛନ୍ତି ଯେ ତାଙ୍କ ବାପା ଗଙ୍ଗାଧର ରଥ କଂଗ୍ରେସରେ ଥିଲେ। ତେଣୁ ସେ କଂଗ୍ରେସରେ ସାମିଲ ହେବାର ଏହା ପ୍ରଥମ କାରଣ। ଦ୍ୱିତୀୟ କଥା ହେଉଛି, ରାହୁଲ ଗାନ୍ଧିଙ୍କ ପଦଯାତ୍ରା ତାଙ୍କୁ ଖୁବ୍ ପ୍ରେରଣା ଦେଇଛି। ତୃତୀୟ କଥା ହେଲା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କୁ କଂଗ୍ରେସରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଶରତ ପଟ୍ଟନାୟକଙ୍କ ଆଦର୍ଶ ତାଙ୍କୁ ବହୁତ ଭଲ ଲାଗିଛି। ସେହିପରି ଚଳିତ ବର୍ଷ କଂଗ୍ରେସ ତରଫରୁ ମେୟର ପ୍ରାର୍ଥୀ ହୋଇଥିବା ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ତାଙ୍କୁ ଦଳରେ ଯୋଗ ଦେବା ଲାଗି କହିଥିଲେ।

ଗୁଡ୍‌ଲି କହିଛନ୍ତି ଯେ ତାଙ୍କ ଦ୍ୱାରା ଯାହା କିଛି ସମ୍ଭବ ହୋଇପାରିବ ସେ କଂଗ୍ରେସ ପାଇଁ ତାହା କରିବେ।

କଂଗ୍ରେସ ଏବେ ରାଜ୍ୟରେ ତା’ର ଅସ୍ତିତ୍ୱ ହରାଉଥିବା ବେଳେ ଗୁଡ୍‌ଲି ଓ ପମିଙ୍କ ଭଳି ଲୋକପ୍ରିୟ କଳାକାର ଏହି ଦଳରେ ମିଶିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Related story