ହୁଗୁଳି ଗଲାଣି ସରକାରଙ୍କ ଇ-ଡେସପ୍ୟାଚ୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ରେ ବିଜେଡି ପଞ୍ଚମଥର ଲାଗି ରାଜ୍ୟରେ ସରକାର ଗଠନ କରିଥିଲା। ପ୍ରଶାସନରେ ସ୍ୱଚ୍ଛତା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଲାଗି ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ରାଜ୍ୟ ସରକାର ପଞ୍ଚମ ପାଳି ଆରମ୍ଭ କରିଥିଲା। ମାତ୍ର ଲାଗୁଛି ସତେ ଯେମିତି ଏ ଦୁଇ ଶଦ୍ଦ ଅଲୋଡ଼ା ହୋଇଗଲାଣି। ସରକାରଙ୍କ ଇ-ଡେସପ୍ୟାଚ୍ ବ୍ୟବସ୍ଥାର ସ୍ଥିତିକୁ ଦେଖିଲେ ଏମିତି କିଛି ବୁଝାପଡୁଛି। ସରକାରଙ୍କ ସମସ୍ତ ଚିଠି ଇ-ପ୍ଲାଟଫର୍ମରେ ଅପଲୋଡ୍ ହେବ ବୋଲି ନିଷ୍ପତ୍ତି ହୋଇଥିଲା। […]

odisha

Ranjit Kumar Jena
  • Published: Thursday, 04 February 2021
  • , Updated: 04 February 2021, 09:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ରେ ବିଜେଡି ପଞ୍ଚମଥର ଲାଗି ରାଜ୍ୟରେ ସରକାର ଗଠନ କରିଥିଲା। ପ୍ରଶାସନରେ ସ୍ୱଚ୍ଛତା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଲାଗି ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ରାଜ୍ୟ ସରକାର ପଞ୍ଚମ ପାଳି ଆରମ୍ଭ କରିଥିଲା। ମାତ୍ର ଲାଗୁଛି ସତେ ଯେମିତି ଏ ଦୁଇ ଶଦ୍ଦ ଅଲୋଡ଼ା ହୋଇଗଲାଣି। ସରକାରଙ୍କ ଇ-ଡେସପ୍ୟାଚ୍ ବ୍ୟବସ୍ଥାର ସ୍ଥିତିକୁ ଦେଖିଲେ ଏମିତି କିଛି ବୁଝାପଡୁଛି।

ସରକାରଙ୍କ ସମସ୍ତ ଚିଠି ଇ-ପ୍ଲାଟଫର୍ମରେ ଅପଲୋଡ୍ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଶେଷ ଥର ପାଇଁ ୨୦୨୦ ମେ ୨୭ରେ ଇ-ଡେସପ୍ୟାଚରେ ଚିଠି ଅପଲୋଡ୍ କରିଥିଲା। କିନ୍ତୁ ସବୁ ବିଭାଗର କାମ ଅନୁଧ୍ୟାନ କରୁଥିବା ସାଧାରଣ ପ୍ରଶାସନ ବିଭାଗ ପ୍ରାୟ ୫ ମାସ ହେଲା କୌଣସି ଚିଠି ଅପଲୋଡ୍ କରିନାହିଁ। ସେହିପରି ସୂଚନା ଓ ପ୍ରଯୁକ୍ତି ହେଉ କି କ୍ରୀଡ଼ା ଓ ଯୁବ ବ୍ୟାପାର କିମ୍ବା ସଂସ୍କୃତି ଏସବୁ ବିଭାଗର କୌଣସି ଚିଠି ବି ଇ-ଡେସପ୍ୟାଚରେ ନାହିଁ। ତଥ୍ୟ ଲୁଚାଇବା ପାଇଁ ସରକାରୀ ବିଭାଗଗୁଡିକ ଜାଣିଶୁଣି ଏଭଳି ବାଟ ବାଛିଥିବା ଅଭିଯୋଗ ହେଉଛି।

ସରକାରଙ୍କ ବିଭାଗୀୟ ଚିଠି ସବୁର ଡିଜିଟାଲ ଠିକଣା ସାଜିଥିଲା ଇ-ଡେସ୍ପାଚ। କୌଣସି ବିଭାଗର ନିଷ୍ପତ୍ତି ହେଉ କିମ୍ବା କୌଣସି ଦୁଇ ସରକାରୀ ବିଭାଗ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ସବୁ ଚିଠିକୁ ଇ-ଡେସପ୍ୟାଚରେ ଅପଲୋଡ୍ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଣେ ପଞ୍ଚମ ପାଳିରେ ଫାଇଭ୍-ଟି କଥା କହି ସରକାର ଟ୍ରାନ୍ସପାରେନ୍ସି ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ସରକାରଙ୍କ ବହୁ ବିଭାଗ ଏହାକୁ ଖାମଖିଆଲ ଭାବେ ନେଇଥିବା ଜଣାପଡୁଛି।

କରୋନା କଟକଣା ପାଇଁ ଲୋକସେବା ଭବନରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଛି, ଏଣେ ଇ-ଡେସପ୍ୟାଚରେ କୌଣସି ତଥ୍ୟ ମିଳୁନାହିଁ। ଏଣୁ ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଉପରେ ସ୍ୱାଭାଭିକ୍ ଭାବେ ପ୍ରଶ୍ନ ଉଠିଲାଣି। ତେବେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Related story