ପଦ୍ମପୁର ଉପନିର୍ବାଚନ; ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ୧୨ ତାରିଖରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ  ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ। ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।  ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ […]

pradeep purohit

  • Published: Monday, 14 November 2022
  • , Updated: 14 November 2022, 09:43 AM IST

ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ୧୨ ତାରିଖରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ  ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ। ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।  ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ଅଛନ୍ତି ପ୍ରଦୀପ ପୁରୋହିତ। ଚଳିତଥର ପୁଣି ଥରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପକ୍ଷରେ  ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି।  ବିଜେଡି ଯଦିଓ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହିଁ କିନ୍ତୁ ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ ବୋଲି ଘୋଷଣା କରିଛି।  ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି । ଅନୁକଂପା ଭୋଟ୍ ହାତେଇବାକୁ ପ୍ରଥମରୁ ଦିବଂଗତ ବିଧାୟକ ବିଜୟ ରଂଜନଙ୍କ ଧର୍ମପତ୍ନୀ ତିଳୋତ୍ତମାଙ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ବିଜୟଙ୍କ ବଡ ଝିଅ ବର୍ଷାରାଣୀଙ୍କ ନାଁ।  ସେପଟେ ବିଂଝାଲ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରିହା ପରିବାରରୁ ହିଁ ଜଣକୁ ଟିକଟ ଦେବାକୁ ଦାବି କରିଛି।  ଏପଟେ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

 

Related story