ନବୀନଙ୍କ ଉପରେ ବର୍ଷିଲେ, ଓଡ଼ିଶା ପାଇଁ ମୋଦି କ’ଣ କରିଛନ୍ତି କହିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଆଜି ବିଜେଡିର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଅନ୍ୟପଟେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ୍‌ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି। ମୋଦି ସରକାରରେ ଓଡ଼ିଶାକୁ ଅଧିକ […]

sameer

Jitendra Garnayak
  • Published: Sunday, 20 December 2020
  • , Updated: 20 December 2020, 04:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଆଜି ବିଜେଡିର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇ ୯ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଅନ୍ୟପଟେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ସେ କହିଛନ୍ତି, କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ୍‌ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି। ମୋଦି ସରକାରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଓ ଅନୁଦାନ ଦିଆଯାଉଛି। ଯେଉଁଥି ପାଇଁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଗୁରୁତ୍ୱ ରଖୁ ନାହିଁ।

ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଓ ଅସ୍ମିତାର କଥା କହୁଛନ୍ତି। ତେବେ କାହିଁକି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ୨୦ ବର୍ଷ ନେଲେ? ସତ୍ୟବାଦୀରେ ଭିତ୍ତିପ୍ରସ୍ତର ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ କେବେ ହେବ? ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କେବେ ହେବ?

ସେ ଆହୁରି କହିଛନ୍ତି, ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ବିବାଦ ଓ ବଗଲା ଧର୍ମଶାଳା କଥା ସମସ୍ତେ ଜାଣନ୍ତି। ରଥଯାତ୍ରା କରାଇ ନ ଦେବାକୁ କିଏ ଷଡ଼ଯନ୍ତ୍ର କରିଥିଲା? ମୁଖ୍ୟମନ୍ତ୍ରୀ ମହାନଦୀକୁ ଜୀବନରେଖା କହୁଛନ୍ତି। କିନ୍ତୁ ଜଳ ସମସ୍ୟାର ସମାଧାନ ପାଇଁ କେତେ ଥର ବୈଠକ ଡାକିଛନ୍ତି? ମୁଖ୍ୟମନ୍ତ୍ରୀ କହୁଛନ୍ତି ଯୁବଶକ୍ତି ରାଷ୍ଟ୍ରର ବଡ଼ ସମ୍ପତ୍ତି, ତା’ହେଲେ କାହିଁକି ଦାଦନ ଖଟୁଛନ୍ତି? କିନ୍ତୁ ଓଡ଼ିଶାବାସୀଙ୍କ ସୁଖଦୁଃଖରେ ପ୍ରଧାନମନ୍ତ୍ରୀ ଚଟାଣ ଭଳି ଛିଡ଼ା ହୋଇଛନ୍ତି।

ସମୀର ମହାନ୍ତି କହିଛନ୍ତି, ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାର ପ୍ରସାର ପାଇଁ କେନ୍ଦ୍ର ପଦକ୍ଷେପ ନେଇଛି। ମାଣବସା, ଛଉ ଓ ରାବଣ ଛାୟା ନୃତ୍ୟ ଜାତୀୟ ସଂସ୍କୃତି ଐତିହ୍ୟରେ ସ୍ଥାନିତ ହୋଇଛି। ପର୍ବପର୍ବାଣୀରେ ପ୍ରଧାନମନ୍ତ୍ରୀ ଓଡ଼ିଆରେ ଟ୍ୱିଟ୍ କରି ଜାତୀୟ ସମ୍ମାନ ଦେଇଛନ୍ତି।

ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି, ମୋଦିଙ୍କ ଶାସନରେ କମଳା ପୂଜାରୀ, ହଳଧର ନାଗ, ଜିତେନ୍ଦ୍ର ହରିପାଲ, ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ଦେଇ ଓଡ଼ିଶାକୁ ଜାତୀୟ ସମ୍ମାନ ଦେଇଛନ୍ତି ମୋଦି ସରକାର। ସେହିପରି ଜନଜାତିକୁ ସଶକ୍ତ କରିବା ପାଇଁ ମୋଦି ବହୁତ ଚିନ୍ତା କରିଛନ୍ତି। ଦୌପଦୀ ମୁର୍ମୁ ରାଜ୍ୟପାଳ ଓ ଗିରିଶ ମୁର୍ମୁଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି।

Related story