Advertisment

ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ନକଲି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ(ଇଏସଆଇଏ) ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ […]

ଅଦ୍ୟତନ ହୋଇଛି
ଖରସ୍ରୋତା ପ୍ରୋଜେକ୍ଟ ପାଇଁ ଫେକ୍ ପରିବେଶ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

Congress Bhawan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରାପଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବିବାଦୀୟ ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ନକଲି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ(ଇଏସଆଇଏ) ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ନିମନ୍ତେ ଦାବି କରିଛି।

Advertisment

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ ଓ ମନୋରଞ୍ଜନ ଦାଶ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ହାଇଦ୍ରାବାଦର ଆଇଆଇଟି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏପରିକି ରାଜ୍ୟ ସରକାର ଯେଉଁ ଇଏସଆଇଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଅସଲି ନୁହେଁ ନକଲି। ୯୦୦ କୋଟି ଟଙ୍କାର ଠିକାଦାରୀ କାମ ପାଇଁ ରାଜ୍ୟ ସରକାର ଏଭଳି ନିମ୍ନ ସ୍ତରକୁ ଖସି ଯାଇ ମିଛ ଫେକ୍ ରିପୋର୍ଟ ଦେଖେଇ ଲୋକଙ୍କୁ ଭୂଆଁ ବୁଲେଇବା ତାହା ଅତ୍ୟନ୍ତ ଲଜ୍ଜାଜନକ। ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପରିବେଶ ସାମାଜକି ପ୍ରଭାବ (ଇଏସଆଇଏ) ପରିବେଶ ସାମାଜିକ ପ୍ରଭାବ ରିପୋର୍ଟର୍ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ଯେହେତୁ ପ୍ରକଳ୍ପଟି ଭିତରକନିକା ଇକୋ ସେନ୍‌ସିଟିଭ ଜୋନ୍ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍‌ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ। ଭିତରକନିକା ଉପରେ ପ୍ରକଳ୍ପର କ’ଣ ପ୍ରତିକୂଳ ପ୍ରଭାବ ବା ପଡ଼ିବ ନାହିଁ ତାର ସବିଶେଷ ସର୍ଭେ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରାଯାଏ, ତା’ପରେ ଇକୋ ସେନ୍‌ସିଟିଭ ଜୋନ କମିଟିର ବୈଠକରେ ଆଲୋଚନା ପରେ ଯଦି ଏହାକୁ ଅନୁମତି ମିଳେ ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ  ରହିଛି।  ଏ ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ୨୦୧୫ ଜୁନ୍ ୧୬ତାରିଖରେ ଏକ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ। ମାତ୍ର ରାଜ୍ୟ ସରକାର ଏହି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି (ପରିବେଶ ସାମାଜିକ ପ୍ରଭାବ) ଅନୁଧ୍ୟାନ କରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମତି ଦେବା ପୂର୍ବରୁ  ଭିତରକନିକା ଉପରେ କ’ଣ ପ୍ରଭାବ ପଡ଼ିବ ସେ ସମ୍ପର୍କରେ କାହିଁକି ଦେଶର ବିଶ୍ୱସନୀୟ ସଂସ୍ଥା ଠାରୁ ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ପ୍ରସ୍ତୁତ କଲେ ନାହିଁ । ଏହା ଏକ ସ୍ପର୍ଶକାତର ପରିବେଶ ସଂକ୍ରାନ୍ତ ପ୍ରସଙ୍ଗ ହୋଇଥିବାବେଳେ ସରକାର ଆଇଆଇଟି ହାଇଦ୍ରାବାଦର ସିଭିଲ ଇଂଜିନିୟରିଂ ବିଭାଗ ଦ୍ୱାରା କାହିଁକି ପ୍ରସ୍ତୁତ କରାଇଲେ । ଯେଉଁ ରିପୋର୍ଟ ସରକାର ଦେଖାଉଛନ୍ତି ସେଥିରେ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ। ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି? ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ସରିବାପରେ କାହିଁକି ଇକୋ ସେନ୍‌ସିଟିଭ ଜୋନ କମିଟିର ମିଟିଂ ଡାକିଲେ? ଏହି ପରିବେଶ ସାମାଜିକ ପ୍ରଭାବ ରିପୋର୍ଟ ସରକାରଙ୍କ ପାଖରେ ନରହି ଠିକା ନେଇଥିବା ସଂସ୍ଥା ମେଘା ଇନ୍‌ଫ୍ରା ପାଖରେ ରହିଲା କେମିତି? ବାସ୍ତବରେ ଏହି ସର୍ଭେ ରିପୋର୍ଟ ରାଜ୍ୟ ସରକାର କରିଛନ୍ତି ନା ଠିକାଦାର ସଂସ୍ଥା ପକ୍ଷରୁ ଲୁଚାଛପାରେ ପ୍ରସ୍ତୁତ କରାଯାଇଛି ସେ ନେଇ କଂଗ୍ରେସ ଜବାବ ମାଗିଛି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe