ବିଜେଡି ପ୍ରତିଷ୍ଠା ଦିବସ ପାଇଁ ବଦଳିଲା ଗାଇଡ୍‌ଲାଇନ୍‌: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ବଦଳିଲା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ଗାଇଡ୍‌ଲାଇନ୍‌। ବିଜେପି ଏହି ଅଭିଯୋଗ କରିଛି। ବଡ଼ ଦିନ ଓ ନୂଆ ବର୍ଷ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟି ରଖି କରୋନା ସଂକ୍ରମଣକୁ ରୋକିବା ପାଇଁ ଗତକାଲି ଏସ୍‌ଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏହି କଟକଣା ଆଜି (ଡିସେମ୍ବର ୨୫) ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଥିଲା। ଅର୍ଥାତ୍ ୯ ଦିନ […]

Golaka Mohapatra

Jitendra Garnayak
  • Published: Saturday, 25 December 2021
  • , Updated: 25 December 2021, 07:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସ ପାଳନ ପାଇଁ ବଦଳିଲା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ଗାଇଡ୍‌ଲାଇନ୍‌। ବିଜେପି ଏହି ଅଭିଯୋଗ କରିଛି।

ବଡ଼ ଦିନ ଓ ନୂଆ ବର୍ଷ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟି ରଖି କରୋନା ସଂକ୍ରମଣକୁ ରୋକିବା ପାଇଁ ଗତକାଲି ଏସ୍‌ଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏହି କଟକଣା ଆଜି (ଡିସେମ୍ବର ୨୫) ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଥିଲା। ଅର୍ଥାତ୍ ୯ ଦିନ ପାଇଁ କଟକଣା ଜାରି ହୋଇଥିଲା।

ଏଥିରେ ଆଜି ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଥିଲା। ନୂଆ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ଏହା ସହିତ ସମସ୍ତ ପ୍ରକାର ମିଳିତ ଭୋଜି ଉପରେ କଟକଣା ଲାଗୁ କରାଯାଇଥିଲା। ଆଜିଠୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଥିଲା।

ଏହି ଗାଇଡ୍‌ଲାଇନ୍‌ ଜାରି କରିବାର କିଛି ସମୟ ପରେ ଏଥିରେ ବଡ଼ ପରିବର୍ତ୍ତନ କରାଯାଇଥିଲା। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ବଦଳରେ କେବଳ ଆଜି (୨୫ ତାରିଖ) ଏବଂ ତା’ପରେ ୩୧ରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଜାରି କରାଯାଇଥିଲା।

ବିଜେପି ଅଭିଯୋଗ କରିଛି ଯେ ୨୬ରେ (ଆସନ୍ତାକାଲି) ବିଜେଡିର ପ୍ରତିଷ୍ଠା ଦିବସ ଥିବାରୁ ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍‌କୁ ବଦଳାଇ ଦିଆଯାଇଛି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ୨୬ରେ କାହିଁକି ଅନୁମତି ଦେଲେ ଓ ୨୫ରେ କାହିଁକି ଅନୁମତି ଦେଲେନି, ତା’ର ଉତ୍ତର ସରକାର ଦିଅନ୍ତୁ। କ’ଣ ପାଇଁ ୨୬ ତାରିଖରେ କଟକଣା ନାହିଁ? ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ଅଛି ବୋଲି କଟକଣା ଲାଗୁ ହୋଇନି। ଆଉ ୨୫ରେ (ଆଜି) ବିଜେପି ସୁଶାସନ ଦିବସ ପାଳନ କରିବ ବୋଲି କଟକଣା ଜାରି କଲେ। ଏଠି ଏବେ ବିଜେଡି ଶାସନ ଚାଲିଛି। ଆଉ ପ୍ରଶାସନିକ ଅଧିକାରୀମାନେ ବିଜେଡିର କର୍ମୀ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସରକାର ଯାହା ଗାଇଡ୍‌ଲାଇନ୍ ଦେବେ ଦଳ ତାହାକୁ ମାନିବ।

Related story